Ad

header ads

କ୍ଷୁଦ୍ରଗଳ୍ପ - ଅପେକ୍ଷା - ଦେବବ୍ରତ ବାରିକ

ସେଦିନ ରାତିରେ ବର୍ଷା ତୁହା କୁ ତୁହା ଲାଗି ରହିଥିଲା।ରାତି 9 ଟା ବାଜିଥିବ ବାହାରେ ଘନ ଅନ୍ଧାର ର କାଳୀମା ବ୍ୟାପି ରହିଥିଲା।ମୁଁ କଉଠି ଥିଲି କିଛି ଜାଣିପାରୁ ନ ଥିଲି। କରାଣ ମୁଁ ବସିଥିଲି ଟ୍ରେନ ରେ।ଟ୍ରେନ ଖୁବ ତୀବ୍ର ବେଗରେ ଭୁବନେଶ୍ୱର ଠାରୁ ଭଦ୍ରକ ଷ୍ଟେସନକୁ ଯାଉଥାଏ।ସେଠାରେ ପୁଣି ଓଲ୍ହାହି ମତେ ଆମ ଗାଁ ଆଗରପଡା ଯିବାକୁ ହେବ ଅଟୋ ଭଡା କରି କାରଣ ଭଦ୍ରକ ଠାରୁ ଆମ ଗାଁ କୁ ଯାଉଥିବା ରାସ୍ତା ପୁରା ଶୁନସାନ ଜଙ୍ଗଲ ଘେରା ମଝିରେ।ସେ ରାସ୍ତା ବାଇଶି ତେଇଶ କିଲୋମିଟର ରୁ କମ ନୁହେଁ।ପ୍ରାୟ ଖୁବ କମ ସମୟ ମୁଁ ଆମ ଗାଁ ରେ ବିତେଇଛି।ସେଠାରେ କେବେଳ ମୁଁ ମୋ ସ୍କୁଲ ପାଠ ପଢ଼ିଥିଲି ।ଏହା ପରେ ଚାଲି ଗଲି ଭୁବନେଶ୍ୱର ଇଂଜିନିୟରିଂ ପାଠ ପଢିବା ପାଇଁ।ପ୍ରାୟ ସରସ୍ଵତୀ ପୂଜା ବେଳକୁ ମୁଁ ଆମ ଘରକୁ ଆସେ।ମୋ ବାପା ମା ଆଉ ବଡ ଭାଇ ଏବଂ ଭଉଣୀ କୁ ନେଇ ମୋର ପରିବାର।ଆମ ଗାଁ ରେ ମୋର ଆଉ ଜଣେ ଥିଲେ ସେ ହେଉଛନ୍ତି ଦିପାଲି।ଦିପାଲି ଆଉ ମୁଁ ପରସ୍ପର କୁ ବହୁତ ଭଲ ପାଉ।ମୁଁ ଯେବେ ବି ଆମ ଗାଁ କୁ ଯାଏ ସେଠି ପ୍ରଥମେ ମୁଁ ତା ସହ ଦେଖା କରେ ତାପରେ ମୁଁ ଆମ ଘରକୁ ଯାଏ ।

ଆମ ଘର ଲୋକ ଆମର ଭଲ ପାଇବା କଥା ଜାଣି ଆମ ଦୁହିଁ ଙ୍କ ବାହାଘର ଠିକ କରି ସାରିଛନ୍ତି । ମୋ ପାଠ ପଢା ସରିବା ପରେ ଆମ ବାହାଘର ହେବ।କିନ୍ତୁ ନିର୍ବନ୍ଧ ଆଗରୁ ହୋଇସାରିଛି। ମୁଁ ସବୁଦିନ ଦିପାଲି ସହ ଫୋନ ରେ କଥା ହୁଏ । ଆଜି ସକାଳେ ହି ମୁଁ ଦିପାଲି କୁ ଫୋନ ରେ ଏକଥା ଜଣାଇଥିଲି ଯେ ଆଜି ରାତି ସୁଦ୍ଧା ମୁଁ ଘରେ ପହଁଚିବି ତେଣୁ ସେ କଥା ଘରେ କହିବା ପାଇଁ ଏତିକି କଥା ହୋଇଛି ଜଣା ନାହିଁ କାହିଁକି ସେ ଫୋନ କଟିଦେଲେ । ଏହାପରେ ଆଉ ତାଂକ ଫୋନ ଅସୁନି ମୁଁ ଫୋନ କଲେ swichoff ଦେଖାଉଜି । କଣ ହୋଇଛି ତାଙ୍କର କିଛି ଅସୁବିଧା ହୋଇ ନାହିଁ ତ।ସେ ଭଲରେ ଅଛନ୍ତି କି ନାହିଁ ଏ କଥାଟା ମୋ ମନରେ ଘରୁଥାଏ । ମତେ ଏପରି ଲାଗୁଥାଏ ସତେ ଯେପରି ସେ ମୋ ଆଖ ପାଖରେ ଅଛନ୍ତି।ସମୟ 11 ଟା ବାଜି 45 ମିନିଟ ଟ୍ରେନ ଆସି ପହଁଚିଲା ଭଦ୍ରକ ପ୍ଲାଟ ଫୋର୍ମରେ ସେବର୍ଷା ରାତିରେ ମୁଁ ଏକ ମାତ୍ର ଯାତ୍ରୀ ଥିଲି ଯିଏକି ଷ୍ଟେସନ ରେ ଏକା କି ଥିଲି।ଆଉ କେହି ଯାତ୍ରୀ ସେଦିନ ସେଇ ପ୍ଲାଟ ଫୋର୍ମରେ ନ ଥିଲେ ସବୁ ଆଡେ ଥିଲା ସୁନସାନ ର ରାଜୁତି।ବର୍ଷା ଟିକିଏ ଛାଡି ଯାଇଥାଏ।ଏଥର ମତେ ଅଟୋ ଭଡା କରି ଆମ ଗାଁ ଆଗରପଡା କୁ ଯିବାକୁ ପଡ଼ିବ।ଘରୁ ଯଦି କେହି ମତେ ନେବାକୁ ଆସିଥାନ୍ତେ ତାହାଲେ ଭଲ ହୁଅନ୍ତା କିନ୍ତୁ ହୁଏତ ଦିପାଲି ମୋ ଫେରିବା କଥା ଘରେ କହିବାକୁ ଭୁଲି ଯାଇଛି ଓଃ ତାଙ୍କର ଏହି ଭୁଲିବା ଗୁଣଟା କେବେ ଯିବ।ଛାଡ଼ ସେ କଥା ଏଥର ମତେ ହି ଏକା ଯିବାକୁ ପଡ଼ିବ।ଏକଥା ଭାବି ମୁଁ ଆମ ଗାଁ ଆଗରପଡା କୁ ଯିବାରେ ଲାଗିଲି।ଜଙ୍ଗଲ ରାସ୍ତା ସମ୍ପୂର୍ଣ୍ଣ ନିଛାଟିଆ । ଏହି ଅନ୍ଧକାର ବର୍ଷା ରାତିରେ ଏହି ନିଛାଟିଆ ଜଙ୍ଗଲ ରାସ୍ତା ଦେଇ କାହିଁକି କେଉଁ ଲୋକ ଯିବା ଆସିବା କରିବ ।

ମୁଁ ଏକା ସେଇ ଜଙ୍ଗଲ ରାସ୍ତାଦେଇ ଯାଉଥାଏ ଗୋଟେ ଗୀତ ଶୁଣି ଶୁଣି।କିନ୍ତୁ ଅଧା ବାଟ ଯାଇଛି ପୁଣି ଆରମ୍ଭ ହୋଇଗଲା ବର୍ଷା।ଭାବିଲି ବର୍ଷା ଛାଡିଯିବ କିଂତୁ ବର୍ଷା ଜୋର ରେ ହେବାରେ ଲାଗିଲା।ତେଣୁ ମୁଁ ସେ ଜଙ୍ଗଲର ଗୋଟେ ଗଛ ତଳେ ଯାଇ ଠିଆ ହୋଇଗଲି ବର୍ଷା ଛାଡିବାର ଅପେକ୍ଷାରେ।ବର୍ଷାର ଗତି ଟିକଏ ବୁଦ୍ଧି ପାଇଛି।ମେଘାଚନ ଆକାଶର ବକ୍ଷରେ ବିଜୁଳିର ଝଲକ ଚମକି ଉଠିଲା।ରିଂମଝିମ ବର୍ଷାର ସେ ଥଣ୍ଡା ପବନ ଦେହକୁ ଶିତେଇଦେଉଥାଏ।ଠିକ ସେହି ସମୟରେ ମୁ ଦେଖିଲି ସେଇ ଜଙ୍ଗଲର କଜଳ କଳା ଅନ୍ଧକାର ଭିତରୁ ଜଣେ କେହି ନାରୀ ମୋ ଆଡ଼କୁ ଚାଲି ଚାଲି ଆସୁଛି।କିନ୍ତୁ ଯେତେବେଳେ ସେ ମୋର ନିକଟର ହେଲା ମୁଁ ଆଶ୍ଚର୍ଯ୍ୟ ର ସୀମା ରହିଲା ନାହିଁ।କରାଣ ସେ ନାରୀ ଆଉ କେହି ନୁହେଁ ମୋ ପ୍ରେମିକା ଦିପାଲା ଥିଲା । ଦିପାଲି ତୁମେ ଏତେ ରାତିରେ ବର୍ଷାରେ ପୁଣି ଏଠି।ମୁଁ ଭାବି ପାରୁନି ତୁମ ସହ ମୁଁ ଏପରି ଭାବେ ଦେଖା କରିବି। ତୁମର ଆଜି ଆସିବାର ଥିଲା ନା ତେଣୁ ମୁଁ ଭାବିଲି ଅନ୍ୟକାହାକୁ ପଠେଇବା ଅପେକ୍ଷା ମୁଁ ନିଜେ ଆସି ତୁମକୁ ନେଇ ଆସିବି।ସେ କହିଲେ। ହଉ ଠିକ ଅଛି କିନ୍ତୁ ଏତେ ରାତିରେ ତୁମକୁ ଏଠାକୁ ଏକା ଆସିବାର ନ ଥିଲା।ଛାଡ଼ ତୁମେ ଆସିଗଲ ଣି ତ ଚାଲ ଏବେ ଘରକୁ ଫେରିବା।

ଏତିକି କଥା ହେବା ପରେ ଆମେ ଦୁହେଁ ଘରକୁ ବାହାରିଲୁ।ବାସ୍ତବରେ ଆମେ ଦୁହେଁ କିଛି ବାଟ ଯିବା ପରେ ରାସ୍ତାରେ ଗୋଟେ ଅଟୋ ପାଇଲୁ ସେ ମଧ୍ୟ ବର୍ଷାରୁ ବଞ୍ଚବା ପାଇଁ ଗୋଟେ ଗଛ ତଳେ ଆଶ୍ରା ନେଇଥିଲା। ଭାଇ,,,,,ଆଗରପଡା ଗାଁ ଯିବ।ମୁଁ ସେ ଅଟୋ ଵାଲା କୁ କହିଲି। ହଁ,,,,କିନ୍ତୁ 100 ଟଙ୍କା ଦେବ।ସେ କହିଲା। ଏହା ପରେ ମୁଁ ଆଉ ଦିପାଲି ସେ ଅଟୋ ରେ ବସି ଯିବାରେ ଲାଗିଲୁ।ମଝିରେ ମଝିରେ ବର୍ଷା ଭିଜା ପବନ ଆମ ଦେହରେ ବାଜି ଆମ ଦେହରେ ଶିହରଣ ଖେଳାଇଦେଉଥାଏ।କଚ୍ଚା ରାସ୍ତାର ଦୁଇ କଡ଼ରେ ଛୋଟ ଛୋଟ କଣ୍ଟା ବୁଦା ଆଉ ଗଛ ମାନ ରହିଥିଲା।ଅନ୍ଧାର ଜଙ୍ଗଲ ରାସ୍ତା ହେତୁ ମୁଁହଁ କୁ ମୁହଁ ଦିଶୁ ନ ଥିଲା।ମଝିରେ ମଝିରେ ସେମିତି ବିଜୁଳିର ଚମକରେ ଆଖି କୁ କିଛି ସମୟ ପାଇଁ ଝଲସାଇ ଦେଉଥାଏ।ସେ ସମୟରେ ଆମେ ଦୁହେଁ ବେଶି ମାତ୍ରାରେ ବର୍ଷାରେ ଭିଜି ଯାଇଥିଲୁ।ଗୋରା ତକ ତକ ତନୁଲତାରେ ଜଡିତ ଆଦ୍ର ବସ୍ତ୍ର ରେ ଦିପାଲିର ପୁଷ୍ପିତ ଯୌବନ ସ୍ପଷ୍ଟ ଝଟକି ଉଠୁଥିଲା।ମୁଁ ତାଙ୍କୁ କେବେଳ ଚାହିଁ ରହିଥାଏ । ତୁମେ ମତେ ଏମିତି କାହିଁକି ଚାହିଁଛ? ସେ ମତେ ପ୍ରଶ୍ନ କଲେ। ଏହି ଅନ୍ଧକାର ବର୍ଷା ରାତିରେ ମଧ୍ୟ ତୁମର ସୁନ୍ଦର ସୌନ୍ଦର୍ଯ୍ୟ ବିଜୁଳିର ଝଲକରେ ଆହୁରି ସୁନ୍ଦର ମନେ ହେଉଛି। ଧୀତ,,,,,ଲାଜରେ ସେ ସେପଟକୁ ମୁଁହ ବୁଲାଇଦେଲେ। ତୁମେ ଜାଣିନ ଦିପାଲି ଆଜି ମୁଁ କେତେ ଖୁସି ।ଏତେ ଦିନ ପରେ ଆଜି ତୁମ ସହ ବାସ୍ତବରେ ମୁଁ ଦେଖା କରି ପାରିଲି ।ଆଜି ଯେତେବେଳେ ତୁମ ସହ ଫୋନ ରେ ମୁଁ କଥା ନ ହୋପରିଲି ମୁଁ ବହୁତ ଚିନ୍ତାରେ ଥିଲି ଯେ କଣ ପାଇଁ ତୁମେ ଅଧା କଥାରୁ ହିଁ ଫୋନ କାଟିଦେଲ।ତୁମର କିଛି ଅସୁବିଧା ହୋଇଛି କି ତୁମେ କେମିତି ଅଛ ଏ କଥା ଟା ମୋ ମନରେ ଘରୁଥିଲା।ମୁଁ ତୁମ ଠାରୁ ଦୂରରେ ରହି ବହୁ ଚିନ୍ତାରେ ଥିଲି କିନ୍ତୁ କଥା ଦେଉଛି ତୁମ ହାତ ଆଉ କେବେ ବି ଛାଡିବିନି ।ଏ କଥା ଶୁଣି ତା ଆଖିରେ ଲୁହ ଭରିଗଲା ବୋଧେ ମୋ ହାତରେ ଦୁଇ ଟୋପା ଲୁହ ଖସି ପଡ଼ିଲା।ସେ କହିଲା ଦେବୁନୁ ତୁମେ ମତେ କେତେ ଭଲ ପାଅ ତାହା ମୁଁ ଆଜି ଅନୁଭବ କରିପାରିଲି।ତୁମ ଆସିବାରେ ଯେପରି କିଛି ଅସୁବିଧା ନ ହଉ ସେଥି ପାଇଁ ମୁଁ ଫୋନ ବନ୍ଦ କରି ଦେଇଥିଲି।

ଏହିପରି କେତେକ କଥାବର୍ତା ହୋଇ ଆମେ ଯେତେବେଳେ ଆମ ଗାଁ ର ନିକଟ ବର୍ତୀ ହେକୁ ଦିପାଲି ହଟାତ ମତେ କହିଲେ ଅଟୋ ରୋକିବାକୁ। ମୁଁ କହିଲି- କାହିଁକି। ସେ କହିଲେ ଯେ ତାର ସାଙ୍ଗ ଘର ଏଠାରେ ସେ ଯାଇ ତା ସାଂଗ ଘରୁ କିଛି ଜିନିଷ ଆଣିବାର ଅଛି ତେଣୁ ସେ ରହିବାକୁ କହିଲା। ତାଙ୍କ କଥାରେ ମୁଁ ଅଟୋ ରୋକିଲି । ସେ ତର ତର ହୋଇ ଅଟୋ ରୁ ଓଲହେହି ପଡିଲା।ଏହା ପରେ ମୋତେ କିଛି ସମୟ ପାଇଁ ନିରବତା ରେ ଚାହିଁ ରହିଲା ଏକ ମୁରୁକି ହସ ଦେଇ ଏହାପରେ ସେ କହିଲା- ଦେବୁନୁ ତୁମେ ଟିକେ ନିଜର ଦାଇତ୍ଵ ନେବ ଆଉ ଆମ ପରିବାର କୁ ମଧ୍ୟ ଖୁସିରେ ରଖିବ।ମୁଁ ପ୍ରକୁତରେ ତୁମକୁ ବହୁତ ଭଲ ପାଏ ଆଉ ଏ ଜୀବନ ଥିବା ଯାଏ ହଁ ମୁଁ ତୁମକୁ ଭଲ ପାଉଥିବୀ।ଆଉ ଦିନେ ନା ଦିନେ ହେଲେ ଆମ ଦୁହିଁଙ୍କ ନିଶ୍ଚୟ ଦେଖା ହେବ।ତେଣୁ କଥା ଦିଅ ମୋ ଅନୁପସ୍ଥିତି ରେ ତୁମେ କେବେ ବି ନିଜକୁ ଦୁଃଖିତ ମନେ କରିବ ନି ।ସମୟ ଆସିଲେ ଆମେ ଦୁହେଁ ନିଶ୍ଚୟ ଦେଖା ହେବା।ତେଣୁ ମତେ ଏବେ ଯିବାକୁ ଦିଅ।ଏତକି କହି ସେ ଟିକିଏ ଦୁଃଖରେ ହାତ ହଲାଇଲା ଏହାପରେ ସେ ଜଙ୍ଗଲ ଭିତରେ ହି କୁଆଡେ ଚାଲିଗଲା ତା ଜାଣିହେଲାଣି।ସେ ଏମିତି କାହିଁକି କହିଲା ମୁଁ କିଛି ବୁଝି ପାରୁ ନ ଥିଲି।ଏହା ପରେ ମୁଁ ଅଟୋ ଵାଲା କୁ ଆମ ଘରକୁ ଯିବାକୁ କହିଲି।କିଛି ସମୟ ପରେ ମୁଁ ଘର ନିକଟରେ ପହଂଚି ଗଲି।ଆଶ୍ଚଯ୍ୟ ର କଥା ଆମ ଘର ସମ୍ନାରେ ବହୁତ ଲୋକ ଠିଆ ହୋଇଥିଲେ।ଆମ ଘରେ କେବେତ ଏପରି ଲୋକ ହୁଅନ୍ତି ନି କଣ ହୋଇଛି।କିନ୍ତୁ ଯେତେବେଳେ ମୁଁ ଘର କୁ ଯାଇଛି ମୋ ଦେହରୁ ପ୍ରାଣ ଉଡ଼ିଗଲା କାରଣ ମୋ ଆଖି ସାମ୍ନାରେ ଦିପାଲିର ଶବ କୋକେଇ ରେ ଶୋଇ ଥିଲା ।ଏ କଣ ମୁଁ ଦେଖୁଚି ଦିପାଲି ର ଅବସ୍ଥା ଏମିତି କେମିତି ହେଲା।ମୁଁ ତ ତା ସହ ଏବେ ରାସ୍ତାରେ କଥା ହୋଇ ହୋଇ ଘରକୁ ଫେରିଥିଲି।ଆଉ କିଛି ବାଟ ଆଗେରେ ସେ କହିଲା ଯେ ସେ ତାର ସାଙ୍ଗ ଘରକୁ ଯାଉଛି ବୋଲି ଏ ପୁଣି କଣ ମୁ ଦେଖୁଚି ଦିପାଲି ଆଉ ଏ ଦୁନିଆରେ ନାହିଁ ସେ ସେପାରିକୁ ଚାଲି ଯାଇଛି ।

ମୋ ଆଖିରୁ ଲୁହ ବୋହି ଆସୁଥାଏ।ମୁଁ କିଛି ବୁଝି ପାରୁ ନ ଥିଲି ଦିପାଲି କଣ ସତରେ ମତେ ଛାଡି ଚାଲି ଯାଇଛି।ମୁଁ କିଛି କହିପାରୁ ନ ଥିଲା।ମୂର୍ତି ପରି ଚୁପଚାପ ଚାହିଁ ରହିଥାଏ ତାର ଶବକୁ।ଅତି କଷ୍ଟରେ ମୋ ମୁଂହରୁ ଏ କଥା ବାହାରିଲା ଯେ ଦିପାଲିର ଏପରି ଅବସ୍ଥା କେମିତି ହେଲା ମୋ ବାପା କହିଲେ ଆଜି ସକାଳେ ସେ ନିଜ ସାଙ୍ଗ ଘରୁ ଫେରୁଥିଲା ବେଳେ ରାସ୍ତାରେ ଫୋନରେ କଥା ହୋଇ ଆସୁଥିବା ବେଳେ ଗୋଟେ ଟ୍ରକ ତାକୁ ଅକ୍ସିଡେଣ୍ଟ କରିଦେବାରୁ ତାର ଜୀଵନ ଚାଲି ଗଲା।ଶେଷ ନିଶ୍ୱାସ ଯାଏ ସେ ତୋର ନାଁ ନେଉଥିଲା ଏ କଥା ମୁଁ ଶୁଣିବାରେ ସବୁ ଘଟଣା କୁ ମୁଁ ବୁଝି ପାରିଲି।ସକାଳେ ଦିପାଲିର ଫୋନ ହଟାତ କଟିଯିବା ଆଉ swetchoff ଦେଖାଇବା ଏହା ପରେ ଏତେ ରାତିରେ ସୁନସାନ ଜଙ୍ଗଲର ରାସ୍ତାରେ ଜଣେ ସୁନ୍ଦରୀ ଝିଅ ଆସିବାଟା ଅସମ୍ଭବ।ଆଉ ଏହି କିଛି ସମୟ ଆଗରୁ ଦିପାଲି ଯେଉଁ ପ୍ରକାର କଥା କହି ମୋ ଠାରୁ ଚାଲିଗଲା ତା ସବୁ ବୁଝି ପାରିଲି ତା ମାନେ ସେ ଦିପାଲି ନୁହଁ ତାହାର ପ୍ରେତାତ୍ମା ଥିଲା ଯିଏ କି ଶେଷ ଥର ପାଇଁ ମୋ ସହ ଦେଖା କରିବା ପରେ ମୋ ଠାରୁ ବିଦାୟ ନେଇ ଚାଲିଗଲା।ସବୁ କଥା କୁ ବୁଜି ପାରିଲି ଆଜି ମଧ୍ୟ ମୁଁ ଏକା ରହିବା ବେଳେ ଦିପାଲି ମୋ ପାଖେ ପାଖେ ଥିବାର ମତେ ଅନୁଭବ ହୁଏ ଆଉ ଅଧା ରାତିରେ ମୋ ରୁମ ରେ ମୁଁ ତାହାର କାନ୍ଦ ସ୍ୱର କୁ ମଧ୍ୟ ଶୁଣିଥାଏ।କିନ୍ତୁ ସେ ମତେ କଥା ଦେଇଥିଲା ଯେ ନିଶ୍ଚିତ ସେ ଦିନେ ମୋ ସହ ଦେଖା କରିବ ତେଣୁ ସେଇ ଅପେକ୍ଷାରେ ମୁଁ ବଂଚିରହିଛି।

ଦେବବ୍ରତ ବାରିକ
ଆନନ୍ଦପୁର, କେଉଁଝର 

Post a Comment

0 Comments