Ad

header ads

କବିତା - ସଂସ୍କାର - ଅଭୟ କୁମାର ପ୍ରଧାନ


କିଏ କହିବ ମୋତେ
ବୁଢ଼ୀ ଅସୁରୁଣୀ ରାମାୟଣ ମହାଭାରତ ର କଥା
ମୋ ବହିରେ ଖାଲି ପୃଷ୍ଠା ପୃଷ୍ଠା ଇଂରାଜୀ କବିତା ।
ଜେଜେ ଜେଜି
କାହିଁ କେତେ ଦୁରେ
ଦେଖା ହୁଏ ବର୍ଷକୁ ଥରେ
ଦୁର୍ଗା ପୂଜା ଛୁଟି ରେ ।
ଗାଁ ସାହି ପିଲାଙ୍କ ଭିଡରେ
ମୁଁ ପରଦେଶୀ
ମୋ ଠିକଣା ସହର ର ଭଡା ଘର
ଫ୍ଲାଟ ନମ୍ବର ଶହେ ଏକା ଅଶୀ ।
ବେଳେ ବେଳେ ପ୍ରଶ୍ନ ଉଙ୍କିମାରେ
ଆମେ କିଆଁ ଏତେ ଦୁରେ
ବୁଢା କାଳେ ଜେଜେ ଜେଜି
ଏକା ଏକା ଏତେ ବଡ଼ ଘରଟାରେ,
କାନ ଶୁଣେ ଫୁସ୍ ଫାସ୍ କଥା
ସେଠି ସବୁ କାଳେ
ଗାଉଁଲି ଅର୍ଦ୍ଧ ଶିକ୍ଷିତ
ମୋ ଭବିଷ୍ୟତ ପାଇଁ ସହରୀ ଜଳବାୟୁ ଲୋଡ଼ା ।
ପଚାରନ୍ତି କି ପାପା ଙ୍କୁ
ସେ କେମିତି ବଡ଼ ହେଲେ
ସେଇ ଗାଁ ପାଣି ପବନ ରେ
ବନିଗଲେ ବଡ଼ ଅଫିସର
ମନେ ପଡିଗଲା
ଜେଜେ କହୁଥିଲେ
ପାପା ମମି ଙ୍କ ମୁଁହ ରେ ଜବାବ ଦେବୁନି
ଏହା ହିଁ "ସଂସ୍କାର" ।।


ରଚନା : ଅଭୟ କୁମାର ପ୍ରଧାନ

ଠିକଣା : ଗଣିଜାଙ୍ଗ, ବନ୍ତ, ଭଦ୍ରକ ଦୂରଭାଷ : ୯୪୩୯୮୭୮୭୭୪

Post a Comment

0 Comments