Ad

header ads

କବିତା - ସମୟଟା ଏଠି ବସନ୍ତ ବିଭୋର - ତପନ ଦୀକ୍ଷିତ (ବେଳାଭୂମି)


ତୁମେ ବି ଏଇଠି ମୁଁ ବି ଏଇଠି
ହେଲେ କାହିଁ ସେହି ଦିନ
ଅପାଶୋରା ତୁମ ଛଳ ଛଳ ଆଖି
ଆଉ ସେଇ ଅଭିମାନ,
''ତୁମେ ତ କାହାର ଅଗଣା ଶିଉଳି
ମୁଁ କାହା ରଜନୀ ଗନ୍ଧା
ତୁମେ ଝରୁଥାଅ ପଥପରେ କାର
ମୁଁ କାହା ତୋରଣେ ବନ୍ଧା''
ସମୟଟା ଏଠି ବସନ୍ତ ବିଭୋର
ଫଗୁଣର ଜୟଗାନ
ହେଲେ ଶ୍ରାବଣର ଝଡ଼ରେ ଆତୁର
ଦୁଇ ଦେହ ଦୁଇ ମନ,
ସମୟ ବେଳାରେ ପଡି ରହିଅଛି
ଖାଲି ଯାହା ସ୍ମୃତି ଚିହ୍ନ
କିଛିଟା ତୁମର କିଛିଟା ମୋର
ନିଥର ସ୍ପନ୍ଦନ ହୀନ।।


ରଚନା : ତପନ ଦୀକ୍ଷିତ(ବେଳାଭୂମି)

ଠିକଣା : ନାସିକେଶ୍ୱର, କାକଟପୁର, ପୁରୀ ଦୂରଭାଷ : 9537400744

Post a Comment

0 Comments