Ad

header ads

କବିତା - ପ୍ରିୟ (ତୃତୀୟ ପାଠ) - ଭଜରାମ ସେଠୀ

ସପ୍ତର୍ଷି ବିଦ୍ବାନ ବେଦ ଚର୍ଚ୍ଚା ଜ୍ଞାନ
ରାଜ ସଭା ଶୋଭା ପାଇ,
ନକ୍ଷତ୍ର ପୁଞ୍ଜ ଯେ, ଦୀପ ଧୂପ ହୋଇ
ସଭା ମଣ୍ଡନ ହୁଅଇ ।
ହୀରା-ନୀଳା-ମୋତି ମାଣିକ୍ୟ ଚମକେ
ରମ୍ଭା ପ୍ରେମେ ଚାହୁଁଥାଏ,
ରାଜ ସଭାସ୍ଥଳେ ବିରାଜ ଲଭିଲେ
ଉର୍ବସୀ ମୋହିତ ହୁଏ ।

ବଧୂବିଧୁ ଯେହ୍ନେ ପାଗଳୀ ସାଜିଛି
ବିଧୁପ୍ରିୟ ସ୍ପର୍ଶ ପାଇଁ,
କହନା କହନା ସଖୀ ଲୋ ସଙ୍ଗାତ
ହୃଦେ ଝରେ ପ୍ରୀତି ନଈ ।
କାନ୍ତିକର ପ୍ରିୟ କାନ୍ତା 'ମୁଁ' ଯେ' ତବ
ଅନନ୍ଯା ନାୟିକା ତୋର ,
ସୁବୀଣା କରେ ମୋ' କଳ କଳ ନାଦେ
ସୁଧନ୍ଯା ପୂଜେ ପୟର ।


ପୁଷ୍ପ କୁଞ୍ଜେ କୁଞ୍ଜେ ପୁଷ୍ପ ବୃନ୍ତ ଯେତେ
ଅର୍ପିବି ହେ ରାଜରତ୍ନ,
କୃପାନେତ୍ରେ ଥରେ ଚାହିଁ ଦିଅ ପ୍ରିୟ
ସେବା ଧ୍ଯାନେ ନେବି ଯତ୍ନ ।
ଅଗାଧ ସମୁଦ୍ର ଅକାତ ନଈରେ
ସନ୍ତରଣ ତୁମେ କର,
ଯେତେ ପାର ସ୍ପର୍ଶ କର ଶାନ୍ତ ହୋଇ
ବାଷ୍ପ ନୀତି ପ୍ରୀତି ନୀର ।


ରଚନା : ଭଜରାମ ସେଠୀ

ଠିକଣା : ନିରାଳ,ଆସିକା ଗଂଜାମ, ଓଡ଼ିଶା,   ଦୂରଭାଷ : 9566876504

Post a Comment

0 Comments