Ad

header ads

କବିତା - ପ୍ରଣୟ ଯାଚନା - ତପନ ଦୀକ୍ଷିତ (ବେଳାଭୂମି)

ଖେଳାଇ ଦିଅ ସେ ଘନ କୁନ୍ତଳେ
ବଇଶାଖୀ ଦେହେ ମମ
ବିତିଯାଉ ଏଇ ବିରହ ରଜନୀ
ନିଃଶେଷ ହେଉ କାମ,
ଆଲିଙ୍ଗନ ଆଉ ପ୍ରୀତି ଚୁମ୍ବନେ
ଆଦର ସମ୍ଭାଷଣେ
ଉରଜ ସରୋଜେ ଅର୍ପଣେ ତୁମ
ଅତୀବ ସଂଗୋପନେ ,
ଅବା ଜାଳିଦିଅ ସେ ରୂପ ଶିଖାରେ
ନିରୀହ ପତଙ୍ଗସମ
ସମାଧିସ୍ଥ ଲଭୁ ବାସନା ବାସର
ଅମର ହେଉ ଏ ପ୍ରେମ …।।


ରଚନା : ତପନ ଦୀକ୍ଷିତ (ବେଳାଭୂମି)

ଠିକଣା : ନାସିକେଶ୍ୱର, କାକଟପୁର, ପୁରୀ,  ଦୂରଭାଷ : 9537400744

Post a Comment

0 Comments