Ad

header ads

ବ୍ୟଙ୍ଗ କବିତା - ହୋଇଯିବ ବରବାଦ - ନରେନ୍ଦ୍ର ପ୍ରସାଦ ବେହେରା


ଲେଖିବାକୁ ଆଜି    ମନବଳୁ ନାହିଁ
           ହାତ ମୋର ରହି ଯାଏ
ଦିନରାତି ଖାଲି    ଲେଖା ଲେଖି କରି
         ମନରେ କଷ୍ଟ ସେ ପାଏ ।

ଆହେ ଚୋର ତୁମେ   କରୁଅଛ ଚୋରି
       ଲାଜ ଟିକେ ଲାଗୁ ନାହିଁ
ଲେଖି ଯଦି ଆସୁ   ନାହିଁ ତ ତୁମକୁ
         ବିଷ ଟିକେ ମିଳୁ ନାହିଁ ।

କରି ନେଇ ଚୋରି   ବୁଲେଇ ବଙ୍କେଇ
        ଲେଖ ନାହିଁ ହେ କବିତା
ପର କବିତାରେ     ନିଅ ନାହିଁ ମଜା
        ହେବନି ଜଗତ ଜିତା ।

ଚୋରିକରି ଥରେ    ଧରା ପଡିଗଲେ
          ମୁହଁ ତ ହୋଇବ ବଙ୍କା
ଅପମାନ ଶୁଣି     ବିଷ ଖାଇବାକୁ
         ପାଖରେ ନଥିବ ଟଙ୍କା ।

ଅନାଥାଶ୍ରମ ଛୁଆ  ବାପା ଡାକି ଦେଲେ
        ମିଳଇ ନାହିଁ ଆନନ୍ଦ
ନିଜେ କଷ୍ଟକରି     ପିଲା ଜନ୍ମ କଲେ
          ଲଭିବ ସୁଖ ସ୍ବାଚ୍ଛନ୍ଦ ।

କର ନାହିଁ କେହି    ସାହିତ୍ୟକୁ ଚୋରି
           ହୋଇଯିବ ବରବାଦ
ପିତୃମାତୃ ଶୂନ୍ୟ     ହୋଇଯିବ ତୁମେ
          ସମସ୍ତେ କହିବେ ଖେଦ ।

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା,ବାଲେଶ୍ବର, ମୋ -୯୮୫୩୧୪୨୫୧୦

Post a Comment

0 Comments