Ad

header ads

କବିତା - ଭୋକ - ସରସ୍ୱତୀ ପଣ୍ଡା

ଭୋକର ଜ୍ୱାଳା  ମାଆ କୋଳରୁ
    ଛଡାଇ ନିଏ ଶିଶୁ,
ଭୋକର ମାୟା ସଜାଏ ପୁଣି
 ମଣିଷକୁ  ଯେ ପଶୁ।

ଭୋକ ବିକଳେ ଅନାଥ ପିଲା
  ଚାଟେ ଅଇଁଠା ପତ୍ର,
ସେଇଥି ପାଇଁ କେତେଯେ ଶିଶୁ
 ବୁଜନ୍ତି ନିତି ନେତ୍ର।

ଭୋକର ନିଆଁ  ଜଳାଇଦିଏ 
  ସ୍ନେହ ଶରଧା ପ୍ରୀତି,
ତତଲା ଲୁହ  ଭସାଇ ନିଏ
ଧରମ ,କୂଳ,ଜାତି।

ପେଟରେ କ୍ଷୁଧା ନାସନ ପାଇଁ
  ବଢେ ହତ୍ୟା ,ଲୁଣ୍ଠନ,
ସୁନା ସଂସାର ଚୁନା ହୁଅଇ
ମିଳଇ ଅପମାନ ।
ବଞ୍ଚିବା ପାଇଁ ଖାଇବା ଲୋଡ଼ା
  ଖାଇଲେ ଭୋକ ମରେ,
ଭୋକ ମୋଚନେ ଶକତି ବଳ
ଶରୀର ଜାତ କରେ ।
ଭୋକ ହଯାଏ ବିବେକ ଜ୍ଞାନ
   ଶୈଶବେ  ମିଳେ କଷ୍ଟ ,
ପାଠ ପଢ଼ାରେ ପଡଇ ଡୋରି
ଭବିଷ୍ୟ ହୁଏ ନଷ୍ଟ  ।

କୈଶୋର ବେଳ ସୁଖ ସପନ
ଅଥଳ ସାଗରେ ଲୀନ ,
ଶୁଖିଲା ଓଠୁ ଲିଭାଇ ହସ
ହଜିଯାଏ  ଯୌବନ ।

ସରସ୍ୱତୀ ପଣ୍ଡା, ମଙ୍ଗଳପୁର , କନିକାପଡା ,ଯାଜପୁର
ଦୂରଭାଷ - ୭୬୦୮୯୪୦୮୨୩

Post a Comment

0 Comments