Ad

header ads

କବିତା - ବାପା - ରଶ୍ମିତା ବେହେରା

ବାପା,ତୁମେ ଅବିକଳ୍ପ ବ୍ୟକ୍ତିତ୍ବ
ପୁଣି ନୀଳାର୍ଣ୍ଣଭ ଅନନ୍ତ ଆକାଶ,
ଭୁଖଣ୍ଡର ଅସମାପ୍ତ ପରିଧି
'ବାପା' ତୁମେ ଶୀର୍ଷଙ୍କଠୁ ଶୀର୍ଷ ।
'ବାପା'ତୁମେ ସୀମାହୀନ ଦରିଆର
ପରିବ୍ୟାପ୍ତ,ଅଖଣ୍ଡ ଓ ଅବିରତ ସ୍ରୋତ,
ଦମ୍ଭର ଦୈବୀକ ବଜ୍ରବାହୁ
ଯାହା ଆଗେ ବିପତ୍ତି ବି ହୁଏ ଭୀତଗ୍ରସ୍ଥ ।
ଲୁହ,ଲହୁ ପିଇ ସୁଖ ବାଣ୍ଟ ବୋଲି
ସଂଜ୍ଞା ପରା ତୁମ 'ବାପା',
ସଭିଙ୍କ ମୁହଁରେ ଲୋକପ୍ରିୟ ତୁମେ
ଧନ୍ୟ ତବ ଅନୁକମ୍ପା ।
ସବୁ ସାଫଲ୍ୟର ଆଢୁଆଳେ ଲିପ୍ତ
ତବ ତ୍ୟାଗ ପରାକାଷ୍ଠା,
ସମାଜେ ଅକ୍ଷୁର୍ଣ୍ଣ,ଅନ୍ୟୁନ୍ୟ ତୁମର
ଆତ୍ମତ୍ୟାଗ,ଆତ୍ମନିଷ୍ଠା ।
ସ୍ନେହର ପ୍ରତୀକ,ଶ୍ରଦ୍ଧାମୁର୍ତ୍ତି ତୁମେ
ତୁମ ଆଗେ ସବୁ ଫିକା,
ସ୍ବଚ୍ଛ ଚରିତ୍ରର ଔଜଲ୍ୟ ଆଭାରେ
ମସ୍ତକେ ବେଢିଛ ଚନ୍ଦନ ଟୀକା।
ଧନ,ଦଉଲତ କେବେବି କାହାକୁ
ନିଜର କରି ପାରେନି,
ତୁମେତ ସହଜେ ନିଜଠୁ ନିଜର
ବୁଝି ବି ବୁଝି ପାରିନି।
ତୁମ ଚରଣର କସ୍ତୁରୀ ମହକ
ଛୁଇଁଲା ଦିନଠୁ ଶିର,
ରେଶମୀ ସୂତାଟା ଛନ୍ଦି ହୋଇଯାଏ
ସ୍ନେହଭରା ବନ୍ଧନର।
ଆଦର୍ଶ ନଭରେ 'ବାପା' ତୁମେ ପରା
ଅନନ୍ୟ ଜ୍ୟୋତିଷ୍କ ସମ,
ଅଧମ ,ଅକ୍ଷମ ,ଧୀଶକ୍ତି ଶୁନ୍ୟ
ସନ୍ତାନର ଘେନ ପ୍ରଣାମ।
ସତେ ଅବା ଅବିକଳ୍ପ ଆଗୁସାର
ତୁମ ଆଗେ ଫିକା ଆଜି
ଶବ୍ଦର ପାରାବାର,ଜ୍ଞାନର ଭଣ୍ଡାର,
ଅଭିଜ୍ଞତାର ଚାଦର ଓ ସମ୍ପର୍କର ମୋହର।
ତୁମକୁ କଳିବା,ଶବ୍ଦରେ ବର୍ଣ୍ଣିବା
ଦକ୍ଷତା ତ ନାହିଁ ମୋ'ର
ମୋର ଧୃଷ୍ଟତା,ପାଦରେ ଆଡେଇ
ସିଞ୍ଚିଦେବେ କ୍ଷମା ନୀର।
'ବାପା' ଏହି ଅନୁରୋଧ ମୋର
'ବାପା' ଏହି ଅନୁରୋଧ ମୋର।


ରଚନା : ରଶ୍ମିତା ବେହେରା (ଚିନୁ)

ଠିକଣା : ନିହଲପ୍ରସାଦ,ଢେଙ୍କାନାଳ ଦୂରଭାଷ : ୭୩୨୫୯୬୦୨୭୮

Post a Comment

0 Comments