Ad

header ads

କବିତା - ଲୁହ କହେ - ଆଶ୍ରିତ୍ ମହାପାତ୍ର

ନା ମୁଁ ଝରା ଟୋପା ଟିଏ , କେଉଁ ନମ୍ର ନୟନର
ନା ଅଟେ ଅତି ବିରଳ ।
ସୁଖ ଦୁଃଖର ମୁଁ ଏକାନ୍ତ ସାଥିଟେ
ଆବେଗ ସଙ୍ଗେ ମୋ ଖେଳ ॥

ଲୁଚି ରହିଥାଏ ମାନସ ପଟ୍ଟରେ
ହସର ମୁକୁତା ଚାହିଁ ।
ଧିକ୍କାର ଆଘାତ ମୋ ଦେହେ ଲାଗିଲେ
ଚଞ୍ଚଳ ଆସଇ ମୁହିଁ ॥

ମୋ ଠାରୁ ଜୀବନ, ମୋ ଠାରୁ ମରଣ
ଆଙ୍କି ନିଏ ପ୍ରତିବିମ୍ବ ।
ବର୍ଣ୍ଣ ହୀନ ମୁହିଁ ନିଶ୍ଚଳ ଜୀବଟେ
କିଏ ପ୍ରତାରଣା ମତେ ଦେବ ?

ଜନ୍ମିଥାଏ ଯେବେ, ଜନ୍ମ ଶିଶୁ ଠାରେ
କୁଆଁ କୁଆଁ ରାବ ନେଇ ।
ତାତ୍ସଲ୍ୟ କରନ୍ତି ମତେ ଦେଖି ସର୍ବେ
ଆନନ୍ଦ ମୁହୂର୍ତ୍ତ ଦେଇ ॥

ସମୟର ତାଳେ, ବାର୍ଦ୍ଧକ୍ୟର କାଳେ
ଜୀବନ ଯେ ସରେ ଯାଇଁ ।
ମୌନ ରହିଥାଏ, ଉଦ୍ଭବ ନ ହୁଏ
ସର୍ବେ ଭରସନ୍ତି ମତେ କାହିଁ ?

ରଚନା : ଆଶ୍ରିତ୍ ମହାପାତ୍ର

ଠିକଣା : ଟାଙ୍ଗି, ଖୋର୍ଦ୍ଧା ଦୂରଭାଷ : ୯୭୭୮୮୦୮୩୩୦

Post a Comment

0 Comments