Ad

header ads

କବିତା - କୁମାରୀ ମାତ୍ରୁତ୍ୱ - ଆର୍ତ୍ତତ୍ରାଣ ଖୁର୍ଡିଆ

ପ୍ରଥମ ଭୁଲ୍ କରି ମୁଁ ସାରିଛି
ଅନୈତିକ ଭାବ ରଖିକି,
ସିନ୍ଥିରେ ସିନ୍ଦୁର ଭରିବା ଆଗରୁ
ମନ ତନ ସବୁ ଦେଈକି.

ପ୍ରାୟଶ୍ଚିତ ପାଇଁ ଦୁନିଆଁର ସବୁ
ରାସ୍ତା ମୋର ବନ୍ଧା ପଡିଛି,
ଗରଭେ ମୋହର ଦ୍ୱିତୀୟ ଜୀବନ
ମରି ନା ମାରି ମୁଁ ପାରୁଛି.

ପ୍ରୀତି ରଚିବାଟା ପାପ ଯଦି ଅଟେ
ସେ ପାପକୁ ମୁଁ କରିଛି,
ନିଷ୍ପାପ ଶିଶୁକୁ ମାରିବି କିମ୍ପାଇଁ
ମାତ୍ରୁତ୍ୱ ଆନନ୍ଦ ନେଉଛି.

ନିନ୍ଦା କଳଙ୍କକୁ ଚନ୍ଦନ ପରି
ମଥାରେ ମୋହର ବୋଳିଛି,
ମଧୁ ଶୋଷି ନେଇ ଭ୍ରମର ଟି
ଆଉ କି ଫୁଲକୁ ଫେରୁଛି.

ସମାଜଟା ମତେ ଦୋଚାରୁଣୀ କହେ
ହେଲେ ଏ ବିବେକ କହୁଛି,
ଗରଭ ସନ୍ତାନ ଇଶ୍ୱରଙ୍କ ଦାନ
କେମିତି ମାରିବି ଭାବୁଛି.

ଲିଭ୍ ଇନ୍ ସଂପର୍କକୁ ସଂବିଧାନ ଆମ
ସ୍ୱୀକ୍ରୁତି ଦେଇ ସାରିଛି,
ସମାଜ ଆମର ଜାତି,ପ୍ରଥା ନାମେ
ସବୁକୁ ବିଭ୍ରାଟ କରୁଛି.

କୁନ୍ତି ସତୀ ନାରୀ ଈତିହାସ ସାକ୍ଷୀ
କୁମାରୀ ମାତ୍ରୁତ୍ୱ ପାଇକି,
ଆଜି ମୁଁ ସମାଜେ କାହିଁକି ଅବଳା
ଜାଣି ହୁଏ ନି ଏ ନୀତିକି.

ଶ୍ରୀମାନ୍ ଆର୍ତ୍ତତ୍ରାଣ ଖୁର୍ଡିଆ
ବଙ୍କିଆ,ବୀରମହାରାଜପୁର


ରଚନା : ଶ୍ରୀମାନ୍ ଆର୍ତ୍ତତ୍ରାଣ ଖୁର୍ଡିଆ

ଠିକଣା : ବଙ୍କିଆ,ବୀ.ମା.ପୁର,ସୋନପୁର,  ଦୂରଭାଷ : ୯୪୩୯୧୪୦୮୧୪

Post a Comment

0 Comments