Ad

header ads

କବିତା - କିଏ ଏଠି ନୁହେଁ କାହାର - ପ୍ରଣତି ମହାପାତ୍ର

କିଏ ଏଠି ନୁହେଁ କାହାର,
ମଶାଣି ଜୁଇରେ 
ଶବ ଥୋଇ ଦେଇ
ଆତ୍ମୀୟ ପଚାରେ,
ପୁଅ ବି ପଚାରେ
ଆଉ କେତେ ସମୟ 
ଏଠି ଦରକାର।
ଏମିତିକା ଭାଇ ସମ୍ପର୍କ ଆମର।
ଜୀବନଟା ସାରା
 ଯାହା ପାଇଁ ଜଳୁ
ଟିକେ ଦରଦ ନ
 ଥାଏ ତାହାର।
କିଏ ନୁହେଁ ଏଠି କାହାର।
ମିଛମାୟା ଘେରା 
ଜଗତରେ ଖାଲି
ସବୁ କୁହୁଡ଼ି ଘେରା ଅନ୍ଧାର।
କିଏ ନୁହେଁ ଏଠି କାହାର।

ଶମସାନ ଯଦି ଦେଖିବା ନିରେଖି
ଅବା ଯାଇଥିବା ସାଥେ,
ପୁଅ,ନାତି,ଭାଇ ଆତ୍ମୀୟ ବୋଲଇ
ଆଉ ରହିବା ସମୟ କେତେ।
ଶୀଘ୍ର ଶେଷ କର ଅବା ସେ ସେମିତି
ଜଳି ମିଶିଯିବ ମାଟିର ସାଥେ।
ଏଠି ରହି ଆମେ କି ଲାଭ ଅଛି ହୋ
ସ୍ନାନ କରି ଚାଲ ଖାଇବା ବେଗେ।
କିଛି କ୍ଷଣ କିଛି ମୂହୁର୍ତ୍ତରେ ସବୁ
ଭୁଲି ଯାଇ ଥାନ୍ତି ସୋଦର ଗଣ,
ନିଃସ୍ଵ ହୋଇ ଆସିଥିଲି ନିଃସ୍ଵ ହୋଇ
ଚାଲିଯିବି ଏସବୁ ଭେଳିକି ଜାଣ।

ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର

Post a Comment

0 Comments