Ad

header ads

କବିତା - କଥାତ ଏତିକି ଥିଲା - ବିନୟ ମହାପାତ୍ର

କଥାତ ଏତିକି ଥିଲା,
ଖାଲି, ତୁମ ମନ ଅବୁଝା ଥିଲା ।
ଦୁନିଆଟା ସହଜରେ ବୁଝିଗଲା,
ମୋତେ ତୁମ ପ୍ରେମିକ କହିଲା ।
କେମିତିକା ଝିଅ ତୁମେ,
ଏତିକି ପାରିଲନି ଜାଣି,
ତୁମର ସେ ଲାଜୁକି ଚାହାଣୀ
ଚୁପି ଚୁପି ମୋତେ ତୁମ ମନ ଦେଇଗଲା !

ତୁମେ ତ ସବୁ ଜାଣିଥିଲ,
ଲୁଚି ଲୁଚି ମୋତେ ଦେଖୁଥିଲ,
ଯେବେ ଆଖିରେ ଆଖି ମିଶିଗଲା,
କୁଆଁରୀ ତନୁରେ ତୁମ
ସତେକି ବିଜୁଳି ଛୁଇଁଲା
ତୁମ ଲାଜେଇ ମୁହଁରେ
କୁହ କିଏ ପ୍ରେମର ରଙ୍ଗ ବୋଳିଦେଲା ?
ଚୁପିଚୁପି ହସିଦେଇ ଥରେ
ଚାଲିଗଲ ହରିଣୀ ଚାଲିରେ,
ଲୁଚିଗଲ ପୁଣି କେଉଁ ଅଳିନ୍ଦ କୋଣରେ ।
ଅବା କେବେ ଦେଖାହୁଏ ଯେବେ
ମୁଁହକୁ ବୁଲାଇ ନିଅ,
କଣେଇ କଣେଇ ଚାହଁ,
କିଛି ନଜାଣିବାର ବାହାନା ଦେଖାଇ
ସଖୀ ଗହଳରେ କେଉଁଠି ଯେ ହଜିଯାଅ !

କଥାତ ଏତିକି ଥିଲା,
ଭଲ ପାଇବାର କାହାଣୀଟି,
ବିନା ଶବ୍ଦ ବିନା ସଂଳାପରେ
ପୁରା ଗଳ୍ପ କହି ଶୁଣି ହେଲା ।
କଥା ତ ଏତିକ ଥିଲା,
ତୁମେ ଜାଣିଥିଲ, ମୁଁ ବି ଜାଣିଥିଲି,
ଶେଷରେ ଦୁନିଆଁ ବି ଜାଣିଗଲା,
ତୁମ ଆଖିରେ, ପ୍ରେମର ସନ୍ଦେଶକୁ
ନିରବରେ ପଢି, ବୁଝିଗଲା ।

ରଚନା : Binay Mohapatra

ଠିକଣା : Bhubaneswar ଦୂରଭାଷ :

Post a Comment

0 Comments