Ad

header ads

କବିତା - କାଳେ ମୋ ମାଆକୁ ଝୁରୁଛି ମୁହିଁ - ପ୍ରଣତି ମହାପାତ୍ର

ସକାଳୁ ସକାଳୁ ମାଆର ଡାକ କି
ମାଆ ହାତର ସେ ହଳଦୀ ପତର
ଏଣ୍ଡୁରି ବାସନା ପାଇଲି ନାହିଁ,
ମନଟା କାହିଁକି ବିବ୍ରତ ଲାଗିଲା
ଆଜି ପରା ପଢୁଆଁ ଅଷ୍ଟମୀ ଭାବେ
ମାଆ କଥା ଶେଯରେ ଶୋଇ ।
ପିଲା ନୁହେଁ ଏବେ ବଡ଼ ହୋଇଲିଣି
ତଥାପି ମାଆର ଫୋନ କାଳେ
ଆସିବ ଘରୁ ବାହାରକୁ ଧାଉଁଛି ମୁହିଁ,
ପଚାରିବ କାଳେ ଫୋନରେ ମୋତେ
ନୂଆ ଲୁଗା ପିନ୍ଧି ଏଣ୍ଡୁରି ଖାଇଛୁ
ଘରେ ହୋଇଛି କି ନାହିଁ।
ଘରେ ହୋଇଥିବା ଏଣ୍ଡୁରି ପିଠାକୁ
ସଭିଏଁ ଖାଇଲେ ଭଲ ହୋଇଛି
ଆନନ୍ଦରେ ହରଷ ହୋଇ,
ମୋ ମନ ମାନେନି କାହିଁକି କେଜାଣି
ଗୋଟେ ବି ପିଠା ମୁଁ ଆଡ ଆଖିରେ
ବି ଚାହିଁଲି ନାହିଁ କି ଖାଇଲି ନାହିଁ।
ମୋ ମାଆ ହାତକରା ଏଣ୍ଡୁରି ପିଠାର
ବାସନାକୁ ମନେ ମନେ 
ଏବେବି ଝୁରୁଛି ମୁହିଁ,
ଘରେ ତ ସମସ୍ତେ ପିଠାପଣା ମିଠା
ଖାଇଲେ ଆନନ୍ଦେ ହେଲେ ମୋତେ
ଦିନସାରା ଜମା ଭଲ ଲାଗେ ନାହିଁ।
କାଳେ ମୋ ମାଆକୁ ଝୁରୁଛି ମୁହିଁ।

ପ୍ରଣତି ମହାପାତ୍ର
ବାଲେଶ୍ଵର

Post a Comment

0 Comments