Ad

header ads

କବିତା - ଝଡ ଆଜି ମଉନ - ସୁଧାକର ସେଠୀ


ପାହାଡି କନ୍ୟା ହିମାଳୟ କୋଳେ
ଯାଇଛି ନିରବେ ଶୋଇ
ସାରା ଭାରତ ଡାକୁଛି ଆକୁଳେ
ତଥାପି ନିଦ ଭାଙ୍ଗୁନାହିଁ

ଝରଝର ଝରୁଛି ଆକାଶୁ ବରଫ
ସତେକି ଲୋତକ ଧାର
ପବନ ରହିରହି ଯଉଛି ମୂର୍ଛା
ଘୋଟିଛି ଘୋର ଅନ୍ଧାର

ସର୍ବୋଚ୍ଚ ଶୃଙ୍ଗ ପଡିଛି ଝୁଙ୍କି
ପଥର ପିଟଇ ମଥା
ତା କଳ୍ପନାର ଏ ନିରବତା ଦେଖି
ହୃଦୟେ ବଢିଛି ବ୍ୟଥା

ଅବସ ଦେହ ଗତିଥିଲା ମନ୍ଥର
ଥିଲା ସଭିଙ୍କ ଠାରେ ବାରତା
ସିଂହର ପରାକ୍ରମେ ଯାଉଥିଲ ମାଡି
ମନରେ ନଥିଲା କିଛି ଚିନ୍ତା

ସହି ହେଉନି ରହିତ ହେଉନି
ହୃଦ ଯାଏ ବିଦରି
ହସହସ ସେ ବିଦାୟ ଲଗନ
ସାଜିଛି ଆଜି ବଇରି

ଉତ୍କଳ ମାର ଯୋଗ୍ୟ ଦୁହିତା
ଗଲା ସେ ହାତ ଛାଡି
ଜଗତ କାନ୍ଦଇ ଏ ଦାରୁଣ ଦୁଃଖେ
ଆଖିରୁ ଲୋତକ ଯାଉଛି ଝରି

ଜମ୍ବେଶ୍ବରପୁର, ବାଲେଶ୍ବର

Post a Comment

0 Comments