ଡକ୍ଟର ଲକ୍ଷ୍ମଣ ସାହୁଙ୍କୁ ଜ୍ଞାନ ସାରଥି ପ୍ରବନ୍ଧ ସମ୍ମାନରେ ସମ୍ମାନିତ

ଦେବଗଡ଼ / ବାରକୋଟ/ କଣ୍ଢଳ - ତା ୧୨/୧୧/୨୦୧୯ - ପତିତପାବନ  ସାହିତ୍ୟ  ସଂସଦ, କଣ୍ଢଳର ତ୍ରୟୋମାସିକ  ମୁଖପତ୍ର  ଜ୍ଞାନସାରଥିର  ଚତୁର୍ଦ୍ଦଶତମ  ବାର୍ଷିକ  ସାରସ୍ବତ  ସମାରୋହ‐୨୦୧୯  ସଭାପତି  ଶ୍ରୀଯୁକ୍ତ  ଶଶୀଭୂଷଣ  ପ୍ରଧାନଙ୍କ  ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା  | ମୁଖ୍ୟଅତିଥି  ଡଃ ବିଜୟାନନ୍ଦ  ସିଂହ, ଆବାହକ,  କେନ୍ଦ୍ର ସାହିତ୍ୟ  ଏକାଡ଼େମୀ, ନୂଆଦିଲ୍ଲୀ , ସମ୍ମାନିଚ  ଅତିଥି  ଶ୍ରୀମତୀ  ରତ୍ନପ୍ରଭା ବାଈ, ତାଳଚେର , ମୁଖ୍ୟବକ୍ତା  ଡଃ ବିଜୟ  କୁମାର  ଶତପଥି,  ଅଦସରପ୍ରାପ୍ତ  ପ୍ରଫେସର  ଉତ୍କଳ  ୟୁନିଭରସିଟି,  ଭୁବନେଶ୍ବର  ଓ  ସମ୍ମାନିତ  ବକ୍ତା ଡଃ  ଲକ୍ଷ୍ମଣ  ସାହୁ,  ମୁଖ୍ୟ  ଅଧ୍ୟାପକ,  ଓଡ଼ିଆ ବିଭାଗ,   ମହାନଦୀ ମହିଳା  ମହାବିଦ୍ୟାଳୟ, କଟକ  ଯୋଗ  ଦେଇଥିଲେ |  ଏହି  ସମାରୋହରେ  ମୁଖ୍ୟ  ଅତିଥି  ଡକ୍ଟର  ବିଜୟା  ନନ୍ଦ  ସିଂହ  ସୂର୍ଯ୍ୟପ୍ରଭାର  ନିୟମିତ ଲେଖନୀ  ଚାଳନା  କରି  ଆସୁଥିବା  ଡଃ  ଲକ୍ଷ୍ମଣ  ସାହୁଙ୍କୁ  ଜ୍ଞାନସାରଥି  ପ୍ରବନ୍ଧ  ସମ୍ମାନ -୧୯ରେ  ସମ୍ମାନିତ  କରିଥିଲେ ।  ଏଥିପାଇଁ  ଡକ୍ଟର  ସାହୁ  ସଂସଦର  ସମସ୍ତ  କର୍ମକର୍ତ୍ତା,  କଣ୍ଢଳ  ଗଜଲକ୍ଷ୍ମୀ  ପୂଜା  ଓ  ବଜାର  କମିଟି, ସର୍ବୋପରି  ଶ୍ରୀ ଟିକେଶ୍ୱର  ସାହୁ, ଅନିରୁଦ୍ଧ  ନାୟକ, ଦୟାନନ୍ଦ  ସାମଲ ପ୍ରଭୃତିଙ୍କୁ  ଧନ୍ୟବାଦ ସହ  କୃତଜ୍ଞତା  ଜଣାଇଛନ୍ତି ।  ଡକ୍ଟର  ସାହୁ  ନିକଟରେ  ପ୍ରବନ୍ଧ  ପାଇଁ  ଶ୍ରୀଗଣେଶ  ସମ୍ମାନ  ଓ  କାହ୍ନା ' ଦୀର୍ଘ  କାବ୍ୟ  ପାଇଁ  'ପ୍ରଣୟ କବି'  ସମ୍ମାନରେ  ସମ୍ମାନିତ  ହୋଇଛନ୍ତି  ।  ସୂର୍ଯ୍ୟପ୍ରଭା  ତାଙ୍କୁ  ସ୍ତମ୍ଭ  ଲେଖିବାର  ସୁଯୋଗ  ଦେଇଥିବାରୁ  ସେ  ସୂର୍ଯ୍ୟପ୍ରଭାର  ପରିବାର  ତଥା  ପାଠକମାନଙ୍କୁ  ଗଭୀର  କୃତଜ୍ଞତା  ଜ୍ଞାପନ  କରିଛନ୍ତି  ।

Share:  

Comments