Ad

header ads

କବିତା - ଘର୍ମ - ସଞ୍ଜୟ କୁମାର ପଣ୍ଡା


ସେ ଆସେ 
ନିଦାଘର ପ୍ରଚଣ୍ଡ ରୌଦ୍ରତାପରେ,

ସେ ଆସେ
ଆତତାୟୀର ସଙ୍ଗୀନ୍ ମୁନରୁ
ଧାଏଁ ଧାଏଁ ଗୁଳିଛୁଟିଲେ ।

ସେ ପୁଣି ଆସେ
ଏକ ଅଜଣା ସାୟାହ୍ନରେ 
ଅତି ଅନ୍ତରଙ୍ଗ ବୋଲାଉଥିବା
ସେହି ମନର ମାନସୀକୁ ପ୍ରେମ ପତ୍ରଟି
ସାତଭାଙ୍ଗ କରି ବଢେଇ ଦେବାବେଳେ ।

କେମିତି ସଂପର୍କ ତା ସହ !
ବୋଧହୁଏ କ୍ଷୀର ଓ ନୀରର,
ଲୋଚନ ଆଉ ଲୋତକର ।

ସୃଷ୍ଟିର ପ୍ରାରମ୍ଭରୁ ଆଜିଯାଏ
ସବୁ ଦୁଃସମୟରେ ସାଥୀ ହୁଏ ।

ସେ ଆସେ ବୋଲିତ 
ମଣିଷ ସଚେତ ହୁଏ,
ହାରିଯାଇଛି ବୋଲି ବିଶ୍ବାସ କରେ,
ନହେଲେ ଅହଙ୍କାରୀ ଛାତିବାଡେଇ କୁହନ୍ତା
" ହମସେ ବଡା କୋଇ ନେହିଁ " ।।

ସଞ୍ଜୟ କୁମାର ପଣ୍ଡା
ରକ୍ତତୀର୍ଥ ଇରମ, ଭଦ୍ରକ

Post a Comment

0 Comments