Ad

header ads

କ୍ଷୁଦ୍ରଗଳ୍ପ - ଏବେବି ତୋ ଅପେକ୍ଷାରେ - ଦେବବ୍ରତ ବାରିକ

ସେଦିନ ଥାଏ ଶନିବାର ସକାଳ ପ୍ରାୟ ୬ ଟା ସମୟ। ମୁଁ ଶୋଇଥାଏ । ବୋଉ ମୋତେ ଉଠେଇଲା ସକାଳ ଦଶଟାରେ ସ୍କୁଲ ଥିଲା ମୁଁ ଉଠିଲି। ସେଦିନ ଜାଣି ନଥିଲି ବୋଉର କଣ ହେଇ ଥିଲା ବୋଲି।। କେଜାଣି କାହିଁକି ତା ଆଖିରୁ ଲୁହ ବାହାରି ଯାଉଥିଲା ସତେ ଯେମିତି ଆଜି ବୋଉ କିଏ କିଛି କହିଛି ବୋଧେ। ବୋଉ ବ୍ରସ ଦେଲା ଆଉ ଦାନ୍ତ ଘଷିବାକୁ କହିଲା । ହେଲେ ମୁଁ ବୁଝି ପାରୁନଥିଲି ତା ମୁହଁଟା କଣ ପାଇଁ ଶୁଖିଲା ଶୁଖିଲା ଲାଗୁଥିଲା ମୁଁ ଦାନ୍ତ ଘଷି ଫେରିଲି ଡ୍ରେସ୍ ପିନ୍ଧେଇ ଦେଲା ମୁଣ୍ଡ କୁଣ୍ଡେଇ ଦେଲା ମୁଁ ପଚାରିଲି ବୋଉ କଣ ହେଇଛି ତୋର, ଆଜି ତୋ ମୁହଁ ଏତେ ଶୁଖିଲା ଦିଶୁଛି କଣ ପାଇଁ ? ହେଲେ ସେ କିଛି କହୁ ନଥାଏ । ମୁଁ ଅସ୍ତବ୍ୟସ୍ତ ହୋଇଗଲି ବୋଉର ଆଜି କଣ ହେଇଛି ? ସେ ଏମିତି କାନ୍ଦୁଛି କଣ ପାଇଁ ? ସବୁ ଦିନ ମତେ ଦୁଆର ଆଗରେ ଛାଡି ଦେଇ ଚାଲି ଆସେ ହେଲେ ସେଦିନ ସେ ସ୍କୁଲ ଯାଏ ଗଲା ମତେ ଛାଡିବା ପାଇଁ। ମୁଁ ସେମିତି ତା ମୁଁହକୁ ଚାହିଁ ଥାଏ। ଆଉ ଯେତେ ପଚାରିଲେ ସେ କିଛି କହୁ ନଥାଏ ପୁରା ନିରବ ଥିଲା ତା ଆଖି ରୁ ଧାର ଧାର ଲୁହ ବୋହି ଯାଉଥିଲା। ସ୍କୁଲ ପାଖା ପାଖି ହେଲା ତା କାନ୍ଦ ବନ୍ଦ ହେଉନଥାଏ ସ୍କୁଲ କିଛି ଦୂର ଥିଲା ସେ ମୋ ମୁଁହକୁ ଚାହିଁ ବହୁତ ଜୋରରେ କାନ୍ଦିଲା ମତେ ଗେଲ କରିଦେଲା ଆଉ ମୋ ମୁଣ୍ଡକୁ ଆଉଁସି ଆଉଁସି କହିଲା ମୋ ଧନ ପରା ମନ ଦେଇ ପାଠ ପଢ଼ିବୁ କେବେ କାନ୍ଦିବୁନି । ଏତିକି କହି ସେ ଚାଲି ଆସିଲା। ବୋଉର ସେଇ ଦୁଇପଦ କଥା ହୃଦୟ ବିଦାରକ ଥିଲା । ମୋତେ ଟିକେ ବି ଇଚ୍ଛା ନଥାଏ ସ୍କୁଲ ଯିବାକୁ। ଆଉ କଣ କରି ଥାନ୍ତି, ମାଡ ଭୟରେ ଗଲି । ପାର୍ଥନା ସରିଲା କ୍ଲାସ ଆରମ୍ଭ ହେଲା ମୋର ପଢ଼ାରେ ଜମାରୁ ମନ ନଥାଏ ବୋଉର ସେ ଛଳ ଛଳ ଆଖି ମୋ ମନରେ ନାଚି ଯାଉଥାଏ ।

କ୍ଲାସ ସରିଲା ଘଣ୍ଟି ବାଜିଲା ମାତ୍ରକେ ବ୍ୟାଗ୍ ଧରି ଦୌଡ଼ିଲି ସିଧା ଘରକୁ। ଘରେ ଆସି ପହଁଚିଲି ଘରେ ବୋଉ ନଥିଲା । ବାଡ଼ି ଆଡ଼େ ଗଲି ଡାକିଲି ହେଲେ ବୋଉନାହିଁ । ଜୋରରେ ଡାକିଲି କେହି କିଛି କହୁ ନଥିଲେ ପଡିଶା ଘରକୁ ଗଲି ସେଠାରେ ମଧ୍ୟ ବୋଉ ନଥିଲା । ନିରାଶ ହୋଇ ଘରକୁ ଫେରିଲି। ହେଲେ ଏକଣ ମୁଁ ଦେଖୁଛି। ଦେଖିଲି ବୋଉ ପଙ୍ଖା ରେ ଓହଳିଛି ,ତା ବେକରେ ଗୋଟେ ଦଉଡି ଲାଗିଛି ତାକୁ ଡାକିଲି ସେ ଶୁଣୁନଥାଏ । ପଡିଶା ଘରକୁ ଗଲି ପଡିଶା ଘର ବଡ଼ବାପା, ବଡ଼ବୋଉ,କକା, ଭାଉଜ ଏବଂ ଅନ୍ୟମାନେ ଦୌଡ଼ି ଆସିଲେ ବୋଉକୁ ଓହ୍ଲେଇଲେ ତା ବେକରେ ଥିବା ଦୌଡ଼ି ଖୋଲିଲେ ସମସ୍ତେ କାନ୍ଦୁଥାନ୍ତି । ମୁଁ ତ ଛୋଟ ପିଲା କିଛି ଜାଣି ନଥାଏ ସମସ୍ତେ କହୁ ଥାନ୍ତି କାଲି ରାତିରେ କୁଆଡେ ବୋଉ ବାପାଙ୍କର ବହୁତ ଝଗଡା ହୋଇଥିଲା। ଆଜି ସକାଳ ଠାରୁ ବାପା ମଧ୍ୟ ଘରେ ନାହାନ୍ତି ବୋଉ କୁଆଡେ ଦଉଡି ଦେଇ ମରି ଯାଇଛି।ମୁଁ କିଛି ଦୂରରେ ବୋଉକୁ ଜୋରରେ ହଲେଇ ହଲେଇ କାନ୍ଦୁଥାଏ।ମୋ ପାଖରେ ଦୁଇ ତିନି ଜଣ ଖୁଡି ବଡ଼ମା ସମ୍ପକୀୟ ହେବେ, ଖୁବ୍ ଧୀରେ ଧୀରେ କଥା ହେଉଥାନ୍ତି।ମୋ ବୋଉ ଦେହ ଖରାପ କହି ଚାରି ଦିନ ତଳେ ହସପିଟାଲରେ ଚିକିତ୍ସାଧୀନ ଥିଲା।ସେ କୁଆଡ଼େ ସେଠାରୁ ଅନେକ ଟଙ୍କା ଆଣିଥିଲା।ସେ ଟଙ୍କାରେ ଘର କରିବ ବୋଲି।ସେଇ ଟଙ୍କା ପାଇଁ ବାପା ବୋଉ ଦୁହିଁଙ୍କ କଳି।ବାପା ସବୁବେଳେ ବୋଉ କୁ ତୋ ବାପଘରୁ ଟଙ୍କା ଆଣ ବୋଲି କହି ବାଡା ବାଡି କରନ୍ତି।ୟା ତା ଘରେ ବାସିକାମ କରି ଯେଉଁ ଟଙ୍କା ଆଣେ ବାପା ସେସବୁ ଟଙ୍କା ବୋଉ ପାଖରୁ ନେଇଯାଆନ୍ତି।ସବୁ ଟଙ୍କା ରେ ମଦ ପିଇ ବାଡିଆ ବାଡି କରନ୍ତି।ବୋଉ ମୋତେ ସ୍କୁଲରେ ଛାଡି ଆସିବା ପରେ ବାପା ମଦ ନିଶାରେ ବୋଉ ସହ ବହୁତ ଜୋରରେ କଳିଗୋଳ କଲେ ଆଉ ବୋଉ କୁ ବହୁତ ବାଡେଇଲେ।ବୋଉ ସେସବୁ ସହି ନ ପାରି ...।ହେଲେ ଟଙ୍କ କୁଆଡେ ଗଲା କି ବାପା କୁଆଡ଼େ ଗଲେ କେହି କିଛି କହି ପାରୁ ନ ଥାନ୍ତି।ଏ ମଦ ଯେ ଆମ ଘର ଉଜାଡି ଦେଲା ,ସେହି କଥା ସମସ୍ତେ କୁହା କୁହି ହେଉଥାନ୍ତି। ମୋ ଆଖିରେ କାନ୍ଦିବାକୁ ନା ଲୁହ ଥାଏ ନା ମତେ ବୁଝେଇ ବାକୁ କେହି ଥାନ୍ତି ?

ମୁଁ ଯେତେ ମୋ ବୋଉକୁ ଡାକୁଥାଏ,ମୋ ବୋଉ କିଛି କହୁ ନ ଥାଏ। ଆଜିବି ତୋ ଅପେକ୍ଷାରେ ବୋଉ, ତୁ ତୁ କୁଆଡ଼େ ଗଲୁଲୋ ବୋଉ।ଖୋଜି ବୁଲୁଛି ତୋ ପଣତ କାନି କୁ।।  ତୁ ତୋ ହାତରେ ମତେ ଖୁଆଇଦେଉ.. ମତେ କିଏ ଗେଲ କରିବ, କିଏ ଖୁଆଇଦେବ, କିଏ ଗପ କହି ଶୁଆଇଦେବ.. ତୁ ମତେ ତୋ ପାଖକୁ ନେଇଯାଆ ଲୋ ବୋଉ,.. ନ ହେଲେ ମୋ ପାଖକୁ ପଳେଇ ଆସେ... ଏ ବୋଉ ଏ ବୋଉ ଏ ବୋଉ, ଉଠ ଲୋ ବୋଉ ... ବୋଉ ବୋଉ କହି ମୁଁ ଏବେ ବି ଘର ବାଡି ବୁଲି ବୁଲି ଚିତ୍କାର କରୁଛି। ବୋଉ......... ମୋ ମା...ମା ... ମା......

ଦେବବ୍ରତ ବାରିକ
ଆନନ୍ଦପୁର କୋର୍ଟ, ଆନନ୍ଦପୁର, କେନ୍ଦୁଝର
ପିନ୍ - 758021, ଦୂରଭାଷ - 9348779394

Post a Comment

0 Comments