Ad

header ads

କବିତା - ଦି ବୁନ୍ଦା ଲୁହ - କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଲୁହ ଅବିରତ ଝରେ / ମନ କଥା ମନେ ମାରେ / ବିରହିଣୀ ଦିନ ରାତି
ବିଦେଶରେ ତାର ପ୍ରୀୟ / ମନ ନହୁଅଇ ଥୟ / କାହିଁ କେତେ ଦୂରେ ସାଥି ।।
ଭରା ଯଉବନ ଦାଉ / ସହି ହେଉନାହିଁ ଆଉ / ଛଟପଟ ହୁଏ ମନ
ଆତୁରେ ପିଆସି ପ୍ରାଣ / ହୋଇତ ଗଲାଣି କ୍ଷୁର୍ଣ୍ଣ / କାହିଁ ଅଛ ଜୀବଧନ ।।

ଆଖିରୁ ଝରଇ ଲୁହ / ଶାଶୁଘରେ ଗଲେ ଝିଅ / ବାପଘର ଛାଡି ଯାଏ
ପିଲାଦିନ କେତେ ସ୍ମୃତି / ବାପା,ମା,ସାଙ୍ଗ,ସାଥି / ମନେ ଉଙ୍କି ମାରୁଥାଏ ।।
ଝିଅ ବିଦାୟ ମୁହୁର୍ତ୍ତ / କାନ୍ଦି ଉଠୁଥାଏ ହୃଦ / ଶକୁନ୍ତଳା ବିଦାବେଳେ
ତପସ୍ୱୀ ଯେ କଣ୍ଵ ମୁନି / ବାତ୍ସଲ୍ୟ ମମତା ଘେନି / ଲୁହ ମୁଞ୍ଚି ନପାରିଲେ ।।

ଶାଶୁଘରେ ଅବିରତ / ବାପଘର ସ୍ମୃତି ସୁଖ / ଉଙ୍କି ଉଲୁସେ ତା ଦେହ
କେବେ "ଦି ବୁନ୍ଦା ଲୁହ"- / ଝରିପଡି ଉଠେ କୋହ / ଖୋଜେ ମା କୋଳ‌ସ୍ନେହ ।।
ଜୀବନ ଜଞ୍ଜାଳ ରେ / ସୁଖ ଦୁଃଖ ର ସଂସାରେ / ଗଢେ ସୁଖର ସଂସାର
ସୁଖରେ ଅବା, ଦୁଃଖରେ / ବେଳେ ବେଳେ ଝରିପଡେ / ଦି ବୁନ୍ଦା ଲୁହଧାର ।।

ଆନନ୍ଦେ ଆନନ୍ଦ +ଅଶ୍ରୁ / ଝରିପଡିଥାଏ ନେତ୍ରୁ / ମୁଗ୍ଧ,ମନୋରମ ଚିତ୍ର
ଅନୁଭବ କରିଥାଏ / ଦୁଇ ବୁନ୍ଦା ଲୁହ ଝରେ / ଦେହ ହୁଏ ରୋମାଞ୍ଚିତ ।।
ଆନନ୍ଦରେ ଉଦ୍-ବେଳିତ / ଚିତ୍ତ ହୁଅଇ ପ୍ରଲୁବ୍ଧ / ମନର ସୁକ୍ଷ୍ମ ତନ୍ତ୍ରୀରେ
ଉଲ୍ଲାସିତ ଉଲ୍ଲାସରେ / କେବେ ବେଳ ଅବେଳରେ / ଆନନ୍ଦ ର ଲୁହଝରେ ।।

ଭାବରେ ମନ ସମୁଦ୍ରେ / ଉତ୍ତାଳ ଲହରୀ ଉଠେ / କୂଳଲଂଘି ଶିକ୍ତ କରେ
ଭାବ ଅଶ୍ରୁ ଅଜାଣତେ / ବିଶ୍ଵ ପିତା ପଦପ୍ରାନ୍ତେ / ଭାବଭୋଳେ ଝରିପଡେ ।।
ଦେଖିଦେଲେ ଚକାଆଖି / ମହାର୍ଦ ଦେଲେରେ ଚାଖି / ଜୀବନର ଭୋକ ଶୋଷ
ଭୁଲି ଭୋଳେ ଦି ବୁନ୍ଦା ଆଖି କରିଦିଏ ଓଦା ମନୁ ହରେ ‌ଅବଶୋଷ ।।

ଦିଇ ବୁନ୍ଦା ଲୁହ ନୁହେଁ / ନିତି ନିତି ଝରୁଥାଏ / ଲୁହ କୁ କରିଛି ସାଥି
ହଜିଗଲା ଯେଉଁ ଦିନୁ / ମଧୂ ସୈ।ରଭ ପ୍ରସୂନୁ / ଲୁହଝରେ ଅର୍ହନିଶି ।।
ଲହୁ ହୁଏ ଲୁହଧାର / କାତରେ ପ୍ରାଣ ଅଧୀର / ତହୁବଳି ଦୁଃଖ ନାହିଁ
ଏତତ୍ କର୍ମେ ଲୁହ ସାଥି / ଜୀବନ ରଥ ସାରଥି / ଲୁହ‌ ସୁଖ, ଦୁଃଖ ପାଇଁ ।।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ,ମଙ୍ଗଳାଯୋଡି ,ଖୋର୍ଦ୍ଦା .

ଠିକଣା : ମଙ୍ଗଳାଯୋଡି ଖୋର୍ଦ୍ଧା ଦୂରଭାଷ :

Post a Comment

0 Comments