Ad

header ads

କବିତା - ଦେବଶିଶୁ - ପ୍ରଣତି ମହାପାତ୍ର

କିଏ କହିଲା ସେ ବିକଳାଙ୍ଗ ବୋଲି
ସେ ଦୁନିଆଁକୁ ବୁଝେନାହିଁ,
ବାହ୍ୟ ଜଗତକୁ ଦେଖେ ନାହିଁ ସିନା
ସବୁ ଅନୁଭବ କରୁଥାଇ।
ମୁକ ହୋଇ ସିନା କଥା କହେ ନାହିଁ
ଅଙ୍ଗଭଙ୍ଗୀ ତା ମହତ,
ବଧିର ହୋଇ ସେ ଶୁଣେ ନାହିଁ ହେଲେ
ଚିନ୍ତା ଧାରା ତା ଉନ୍ନତ।
ଦେଖି ଶୁଣି କହି ପାରେ ନାହିଁ ସିନା
ଅତି ଆପଣାର କରି ନିଏ,
ସ୍ନେହ ଶ୍ରଦ୍ଧା ଭଲପାଇବା ତାଙ୍କଠୁ
ଅଧିକ ବୁଝିଛି କିଏ।
ଏଇ ଶିଶୁ ଆଜି ଶିଶୁ ଅଛି ବୋଲି
ଜଣା ପଡୁ ନାହିଁ କିଛି,
କାଲି ବଡ଼ ହୋଇ ଏ ଦେଶ ପାଇଁ
 ଗୌରବ ଆଣିବ ବିଶ୍ୱାସ ଅଛି।
ପାପକଥା,ଅସତ୍ କର୍ମଠାରୁ ଦୂରରେ
 ସେ ଅଛି ବହୁଦୂରେ।
ସ୍ଵଛ ପବିତ୍ର ହୃଦୟ ତାଙ୍କର ଛଳନାର
ବାସା ନାହିଁ ପାଖରେ।
ନିର୍ମଳ ଚିତ୍ତରେ କିଛି ହିଁ ନ ଭାବି
ଅତି ନିଜର କରନ୍ତି,
ମାଆ ବାପା ଭାଇ ବନ୍ଧୁ ସହୋଦର
ଜ୍ଞାନେ ଆଦରି ନିଅନ୍ତି।
ଏଇମାନେ ପରା ଆଜିର ଯୁଗରେ
ଦେବଶିଶୁ ଆମ ପାଇଁ,
ଆସ ସର୍ବେମିଳି ସେ ଦେବଶିଶୁଙ୍କୁ
ନେଇ ହେବ ହେବା କୋଳାକୋଳି।

ପ୍ରଣତି ମହାପାତ୍ର
ବାଲେଶ୍ଵର

Post a Comment

0 Comments