Ad

header ads

କବିତା - ବୁକୁଫଟା ମୋର ଗୀତ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ବିଶ୍ଵ  ଚିନ୍ତାମଣି  ବୈକୁଣ୍ଠାଧିପତି  ବ୍ରହ୍ମ  ବ୍ରହ୍ମାଣ୍ଡ ନାୟକ
ସୂର୍ଯ୍ୟ, ଚନ୍ଦ୍ର, ତାରା, ଗ୍ରହ, ନକ୍ଷତ୍ର ଯା ହୃଦେ ହୃଦୟ ପଦକ
ମୋ ଜୀବନ ସ୍ଵାମୀ ସେତ
ତାଙ୍କ ପଦପଦ୍ମେ ମିନତୀ କରି ମୁଁ ଜଣାଏ ମୋହର ଦୁଃଖ  ।।
ପଙ୍କିଳ,ଆବିଳ ମୋ ଜୀବନ ସର ଅସ୍ଥିର,ବିକଳ ମନ
ଦୁଃସହ ଦୁର୍ଦ୍ଦିନେ ଗତିକରି ଗାଏ ବୁକୁଫଟା ଗୀତ ମାନ
ଲୁହ ଝରା ଏ ନୟନ
ତୁମକୁ  ଆଶ୍ରୟ କରି ନିତି  ନାଥ କରଇ  ତୁମ ଭଜନ  ।।
ଅଦିନ  ବଉଦ  ଘୋଟି  ଚଉଦିଗ  ଦିଶେ  ଖାଲି   ଅନ୍ଧତ୍କାର
ଏ ଘନ ଅନ୍ଧାରେ ତୁମେ ଆଶା ଜ୍ଵୋତି ଦୁଃଖୀ ଜୀବନ ରେ ମୋର
ପଥେ ନହୋଇ ପଥର
ଆସ ହୁଅ ସାହା ଆହେ ଲକ୍ଷ୍ମୀ ନାହା ଅନ୍ତର୍ଯ୍ୟାମୀ ଜୀବେଶ୍ଵର  ।।
ବିକଳ ମୋ ସ୍ଵର ଶୁଣ ପ୍ରାଣେଶ୍ଵର ଦିଅ ହେ ବାରେ ଆଶ୍ରୟ
କାହାକୁ କହିବି ମୋ ଦୁଃଖ ବାରତା ତୁମକୁ କରିଛି ଶ୍ରେୟ
ଡାକେ ଆହେ ଦୟାମୟ
ମୁକୁଳା ମୋ ହୃଦ ପଦ୍ମ ରେ ବିରାଜି ଦିଅ ଦିଅ ହେ ଅଭୟ  ।।

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

Post a Comment

0 Comments