Ad

header ads

କବିତା - ବୃକ୍ଷ ହିଁ ଜୀବନ - ନରେନ୍ଦ୍ର ପ୍ରସାଦ ବେହେରା

ବୃକ୍ଷ ହିଁ ଜୀବନ        ଆମ ସଭିଙ୍କର
          ଅଟେ ଚିର ସହଚର
ତା' ବିନା ଆମେରେ   ବଞ୍ଚି ପାରିବାନି 
         କରିବା ଯଦିରେ ପର  ।

ଦୈନ୍ଯଦିନେ  କାର୍ଯ୍ୟେ  କେତେ ଉପକାରେ
        ଆସୁଥାଏ ବୃକ୍ଷ ଜାଣ
ନଦେଇ କଷ୍ଟ      ଛାଇ ଦେଇଥାଏ
       ମନରେ ନଥାଏ ଟାଣ  ।

କେତେ ଉପକାରେ   ଆସିବା ପାଇଁ କି 
         ଠିଆ ହୋଇ ରହିଥାଏ
ତଥାପି ମଣିଷ     ବୁଝେନି ତା' ମୂଲ୍ୟ
         ନିର୍ବିଘ୍ନେ ହାଣି ପକାଏ  ।

ନଷ୍ଟ କରିବାକୁ      ହୁଏ ଆଗଭର
        କରେନି ମନେ ବିଚାର
ବୃକ୍ଷ ଥିଲେ ସିନା     ମଣିଷ ସମାଜ
         ବଞ୍ଚିବ ଏ ଜଗତର  ।

ବୃକ୍ଷ ନ ରହିଲେ       ଏ ଜୀବ ଜଗତ
        ଅକାଳେ ଧ୍ବଂସ ହୋଇବ
ନ ବଞ୍ଚିବେ କେହି     ଏ ଧରା ଧାମରେ
           କିଏ ତା' ଉତ୍ତର ଦେବ  ।

ହାଣିବାନି  ବୃକ୍ଷ      କରିବା ରୋପଣ
        ଆସ ଆମ୍ଭେ ମିଳିମିଶି
ନିଜ ହାତେ ନିଜେ     ରୋପୀଣ ଵୃକ୍ଷ
           ଜଗତକୁ ଦେବା ଖୁସି  ।

ଜୀବନେ ମରଣେ    ବୃକ୍ଷ ସାଥୀ ହୁଏ
         ଜାଣିଛି ସାରା ଜଗତ
ତା' ଦେହରୁ କେତେ   ଔଷଧ ନିର୍ମାଣେ
          ମଣିଷ ପାଇଁ କି ହିତ  ।

ଆଜି ମିଳୁ ନାହିଁ    ଔଷଧୀୟ ବୃକ୍ଷ                         
         ମଣିଷ ପାଇଁ କେବଳ
ଏ ମୂର୍ଖ ମଣିଷ    ମୂଲ୍ୟ ବୁଝୁ ନାହିଁ
        ହାଣିବାକୁ କରେ ଗୋଳ  ।

ଆସ ଆଜି ଆମେ    କରିବା ଶପଥ
      ହାଣିବା ନାହିଁ ବୃକ୍ଷକୁ
ବୃକ୍ଷଟିଏ ରୋପି    ହୋଇବା ଆଦର୍ଶ
         ଆଗେଇ ଯିବା ଆଗକୁ  ।

ବୃକ୍ଷ ଥିଲେ ସିନା     ହସିବ ଜଗତ
         ବଞ୍ଚିବା ହେବ ସମ୍ଭବ
ତେଣୁ ଆମେ ଆଜି    ଲଗାଇବା ବୃକ୍ଷ
        ଏକଥା ଚିନ୍ତା କରିଵ ।।

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦

Post a Comment

0 Comments