Ad

header ads

କବିତା - ବୃକ୍ଷ ବଚନ - ଭଜରାମ ସେଠୀ

ବୃକ୍ଷ ବଚନ
*******************************

ରହ ରହ ଆରେ ବର୍ବର ମଣିଷ,
କିଂପା ଛେଦୁ ନିଜେ ନିଜର ଆୟୁଷ ।୧।
ଶୁଣ କାନ ଡେରି ବୃକ୍ଷ-ଲତା ବାଣୀ ,
କହୁଛି ଶୁଣ ମୋ' ସୁନ୍ଦର କାହାଣୀ ।୨।
ଅମ୍ଳଜାନ ମୋ'ର ପରାଣ ତୁମର,
ଫଳ ରସେ ମୋ'ର ରକତ ତୋହର ।୩।
ଚେର ମୂଳ ନେଇ ହାଡ ତୋ' ଗଠନ,
ମୋ' ବୀର୍ଯ ବଳେ ତୋ' ବଂଶ ହିଁ ବପନ ।୪।
ତଥାପି ବୁଝୁନ ତୁମେ ମଣିଷ ଜଗତ,
ଅସ୍ତ୍ର ଆଘାତେ କର କ୍ଷତ ବିକ୍ଷତ ।୫।
ଭରାଫଳ ତନୁ ସହ୍ଯ ଢେଲା, ଧନୁ,
ଅଙ୍ଗ ରୁଧିରାକ୍ତ ହସି ଉଠେ ବଦନୁ ।୬।
କେବେ ବୁଝିବୁରେ ହିଂସାରତ ନର ,
ଗଢ଼ାଉଛ ନିଜ ମରିବା କବର ।୭।
କୁରାଢ଼ୀ ଚୋଟକୁ ଗୋଡ଼କୁ ହାଣୁଛ ,
ନ ଜାଣିଲା ପରି ନାଟ କରୁଅଛ ।୮।
କିଂପା ହେ ମାନବ ହେଉଛ ଦାନବ,
ଯମ ପାଞ୍ଜି ସଙ୍ଗେ ଲଗାଇଛ ଭାବ ।୯।
ଅଂଶୁଘାତ ଯେତେ ତୁମ କର୍ମ ମାନ,
ତତଲା ବାଲିରେ ଦିଅ ଜୀବ ଦାନ ।୧୦।
ଅଚିହ୍ନା ରୋଗରେ ପୀଡ଼ିତ ସାଜୁଛ
ଚାହୁଁ ଚାହୁଁ ପିଣ୍ଡ ଅନଳେ ଝାସୁଛ ।୧୧।
ଶେଷ କଥା ମୋର ଶୁଣ ହେ ମାନବ
ମୋତେ ଯତ୍ନ କଲେ ଜୀବନେ ହସିବ ।୧୨ ।


ରଚନା : ଭଜରାମ ସେଠୀ

ଠିକଣା : ନିରାଳ,ଆସିକା ଗଂଜାମ ଦୂରଭାଷ : 9566876504


Post a Comment

0 Comments