Ad

header ads

କବିତା - ସତରଙ୍ଗ ଲାଗେ - ଆଶ୍ରିତ୍ ମହାପାତ୍ର

ସାତ ରଙ୍ଗ ଲାଗେ
....... ...... ............

ବୁଲୁଥିଲି ଯେବେ ଖୋଲା ଆକାଶରେ
ହସର ଛଳନା ଧରି ।
ଲକ୍ଷ୍ୟହୀନ ଭାବେ, ଖଣ୍ଡ ଖଣ୍ଡ ଭରା
ଚଗଲା ବାଦଲ ପରି ॥

ଶାନ୍ତ ରହିଥିଲା ମେଘମାଳା ନୃତ୍ୟ
ସୁନେଲି କିରଣ ଦେଇ ।
ସଞ୍ଜ ଆଗମନେ ଗୋଧୂଳି ସମୟେ
ନିର୍ଜନତା ଦୃଶ୍ୟ ନେଇ ॥

ସଙ୍ଗୀତର ତାନେ ଏକତା ର ମନେ
ବିହଙ୍ଗ ଯାଉଛି ଉଡ଼ି ।
କାନ୍ଧରେ ଲଙ୍ଗଳ ଗୋରୁଗାଈ ଗୋଠେ
ଚାଷୀ ଭାଇ ଆସେ ମାଡ଼ି ॥

ଫିରିକି ପଡ଼ନ୍ତି ଇନ୍ଦ୍ରଧନୁ ରାଜା
ସାତରଙ୍ଗ ବସ୍ତ୍ର ପିନ୍ଧି ।
ଆକାଶ ମାର୍ଗରେ ଚନ୍ଦ୍ରମା ଆକାରେ
ଦୂର ପରବତେ ଛନ୍ଦି ॥

ଅଟକି ପଡିଲି ସୌନ୍ଦ6ର୍ଯ୍ୟ ତାହାର
ଆଖି ଆଇନାରେ ଧରି ।
ପ୍ରଥମ ଚାହାଣୀ ନେଲା ମତେ ଟାଣି
କହିଲା ନଯାଅ ଫେରି ॥

ସାତ ରଙ୍ଗ ଲାଗେ ନିଆରା ନିଆରା
ଫୁଲ ପରି ଦିଶେ ହୁରି ।
ବସୁଧା ମାଆର ବିଜୟ ଉତ୍ସବେ
ମସ୍ତକେ ମୁକୁଟ ପରି ॥
----------- -- XXX ---------

ନାମ -ଆଶ୍ରିତ୍ ମହାପାତ୍ର
ଗ୍ରାମ -ଟାଙ୍ଗି
ଜିଲ୍ଲା-ଖୋର୍ଦ୍ଧା
.......




ନାମ -ଆଶ୍ରିତ୍ ମହାପାତ୍ର
ଗ୍ରାମ -ଟାଙ୍ଗି
ଜିଲ୍ଲା-ଖୋର୍ଦ୍ଧା


ରଚନା : ଆଶ୍ରିତ୍ ମହାପାତ୍ର

ଠିକଣା : ଟାଙ୍ଗି, ଖୋର୍ଦ୍ଧା ଦୂରଭାଷ :


Post a Comment

0 Comments