Ad

header ads

ଘଟଣା ପ୍ରବାହ - ଛାତ୍ରଜୀବନର ନଅବର୍ଷ - ସଲିଳ କୁମାର ସ୍ଵାଇଁ


ଛାତ୍ରଜୀବନର ନଅବର୍ଷ ଛାତ୍ରାବାସରେ 
କାଟିବାକୁ ପଡିଥିଲା। ବିଦ୍ୟାଳୟ ସ୍ତରରେ
ତିନିବର୍ଷ ଆଉ ମହାବିଦ୍ୟାଳୟ/ବିଶ୍ବବିଦ୍ୟାଳୟ 
ସ୍ତରରେ ବାକି ଛଅ ବରଷ ଛାତ୍ରାବାସରେ
ଥିବାବେଳେ ପିତାମାତା/ବନ୍ଧୁ ପ୍ରିୟଜନଙ୍କ 
ଠାରୁ ବାରତା ପାଇବାକୁ ଡାକବାଲାଙ୍କୁ 
ଅପେକ୍ଷା କରିବାକୁ ପଡୁଥିଲା । ଚିଠିଟିଏ
ପାଇଲେ ଆନନ୍ଦର ସୀମା ରହୁନଥିଲା ।
ଭଲମନ୍ଦ ଜଣାଇ/ଟଂକା ଦରକାର
ଲେଖି ଚିଠି ଦେଉଥିଲି । ଯୋଗାଯୋଗ
ଓ ଭାବ ବିନିମୟର ଏକମାତ୍ର ମାଧ୍ୟମ
ଥିଲା ଭାରତୀୟ ଡାକ । ଆଜିର ଡିଜିଟାଲ
ଯୁଗରେ ମୋବାଇଲ/ଇମେଲ/ଫେସବୁକ୍/
ମେସେଂଜର/ହ୍ବାଟସ୍ଆପ କି ଇମୋ/
ସ୍କାଇପେ/ଡୁଓ ମାଧ୍ୟମରେ ତୁରନ୍ତ
ସଂପର୍କ
ସ୍ଥାପିତ ହେଉଛି ସତ, ହେଲେ ଚିଠିପଢି
ମିଳୁଥିବା ରୋମାଂଚ ନାହିଁ କି ଭାବବିହ୍ବଳ
ମୁଁ ହେଉନି । ତା'ଛଡା ମୋବାଇଲରେ 
ବେଳେବେଳେ/ପ୍ରାୟ ଆତ୍ମରକ୍ଷା ପାଇଁ
ମିଛ ପୁଳାଏ କହିବାକୁ ପଡୁଛି । 

 ଛାତ୍ରାବାସରେ ଖାଇବା ଘଣ୍ଟିକୁ କାନଡେରି
ଉଣାଅଧିକେ ଆମେ ସମସ୍ତେ ଅପେକ୍ଷା
କରୁଥିଲୁ । ଆଉ ବିଶେଷକରି ରାତିଭୋଜନ
ପାଇଁ ଡାଇନିଂ ହଲରେ ପ୍ରଥମ ବ୍ଯାଚରେ 
ଖାଇବା ପାଇଁ ରୀତିମତ ସଂଘର୍ଷ କରିବାକୁ ପଡୁଥିଲା ।
ହଷ୍ଟେଲର ସେଇ ଖଡାବଡିଥୋଡ ଥୋଡବଡିଖଡା ଯେଉଁ
ଆନନ୍ଦ ଦଉଥିଲା, ତାହା ଏବେ ସ୍ମୃତିପଟରେ । 
କଲେଜ ଛାତ୍ରାବାସରେ ଯଦି ସାଙ୍ଗଟିଏ
କେବେ ରେଷ୍ଟୁରାଣ୍ଟରେ ଖାଇବାକୁ
ଦଉଥିଲା, ପରବର୍ତ୍ତୀ ସମୟରେ ମୁଁ ତାକୁ
ଖାଇବାକୁ ଡାକୁଥିଲି, ଅବା ସେ ନିଜେ
କହୁଥିଲା-ମୁଁ ଦେଇଥିଲି, ଏଥର ତୁ ଦେ ।
ବେଳେବେଳେ ଆମେ ସାଙ୍ଗହୋଇ
ଯାଉଥିଲୁ ଓ ସାଙ୍ଗହୋଇ ପେମେଂଟ
କରୁଥିଲୁ । ପ୍ରତ୍ୟେକ କ୍ଷେତ୍ରରେ ଆମକୁ
ଆନନ୍ଦ ହିଁ ଆନନ୍ଦ ମିଳୁଥିଲା । ଏବେ ମଧ୍ୟ
ସାଙ୍ଗମାନେ ବର୍ଷରେ ଦୁଇତିନିଥର
ଏକାଠି ହେଉଛୁ । ଅନଲିମିଟେଡ
ଖିଆପିଆ ହୁଏ, ପେମେଂଟ କରିବାକୁ
ସମସ୍ତେ ଆଗ୍ରହୀ । କିନ୍ତୁ ପିତାମାତାଙ୍କ
ଠାରୁ ମିଳିଥିବା ପକେଟମନିରେ ବାପୁଜୀନଗରସ୍ଥିତ
ମଡର୍ଣ୍ଣ ସାଉଥ ଇଣ୍ଡିଆନ'ର ଓନିଅନ
ଦୋସା ଅବା ଭେଜିଟେବଲ୍ ଚପ୍ ଯେଉଁ
ଆନନ୍ଦ ଦେଉଥିଲା, ଏବେ ନିଜ
ରୋଜଗାରରେ 
ଆଙ୍ଗନ୍ ହରାଇଜନ୍/ହେରିଟେଜ/ପ୍ରିମିଅମ
ଅବା ସେଭେନମାଇଲ୍ସ/ପୁଷ୍ପକରେ
ହେଉଥିବା ମିଳନୀ ଆନନ୍ଦ ଦଉଚି ସତ
ହେଲେ, ଟିକିଏ କମ୍ ।

 କଲେଜ ଛାତ୍ରାବାସର ନିୟମ ଥିଲା
ସଂଜରେ ଯେଉଁ ଆଳ ଦେଖେଇ ଯାଅ ପଛେ
ରାତି ନଅଟା ପୂର୍ବରୁ ଫେରିବା ବାଧ୍ଯତାମୂଳକ
। ଆମେ ଯଦି ଇଭିନିଂ ଶୋ ସିନେମା
ଦେଖି ଯାଉଥିଲୁ ଶ୍ରୀୟା/ସ୍ବାତୀ/କେଶରୀ/କଳ୍ପନା,
ନଅଟା ପୂର୍ବରୁ ଫେରିବା ସମ୍ଭବ ନଥିଲା ।
ରବି/କଳ୍ପନାର ନାଇଟ୍ ଶୋ କଥା
ଛାଡ । ହଷ୍ଟେଲରେ ଥିବା ଅନ୍ୟ ସାଙ୍ଗମାନେ
ଅଫିସ ଆଉଟଇନ ଖାତାରେ ଆମେ
ଯଥା ସମୟରେ ଫେରିଛୁ ବୋଲି ଇଣ୍ଟ୍ରି
କରୁଥିଲେ, ଆମେ କେତେଜଣ ସିନେମା
ଦେଖିସାରି, ହଷ୍ଟେଲ ଗେଟ ବନ୍ଦଥିବା
ଯୋଗୁଁ ପାଚେରୀ ଡେଇଁ ଭିତରେ ପ୍ରବେଶ
କରୁଥିଲୁ । ପାଚେରୀ ଡେଇଁଲା ବେଳେ
ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ
ପଡୁଥିଲା । କହିବା ବାହୁଲ୍ୟ ଯେ ନାଇଟ୍ ଶୋ
ଦେଖି ଫେରିବା ପରେ ମେସରେ ଆଉ
ଖାଇବାକୁ ମିଳୁନଥିଲା । ଅବଶ୍ୟ
ସର୍ଟକର୍ଟ 
ବଜେଟ ହେତୁ ସହୄଦୟ ରୁମମେଟ
ଦେହ ଖରାପ ଦର୍ଶାଇ ରାତିଖାଇବା
ରୁମରେ ଆଣି ଆମପାଇଁ ଘୋଡାଇ
ରଖୁଥିଲେ । ଆଜିକାଲି ଘରେ ନୂଆ
ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଶୋ'କେଶ
ଅର୍ଡର କରି ଦେଖି ହେଉଛି । ହେଲେ
ସେବେର ମଜା ଆଉ ଏବେ ନାହିଁ ।

 ସେ ଅଫେରା ଦିନଗୁଡିକ ମନେପଡିଗଲେ
ଶରୀର ରୋମାଞ୍ଚିତ/ଆମୋଦିତ ହେଉଛି
ଯେତିକି, ଫେରିପାଇବାର ଟିକେ ଵି ଆଶା
ନ ଥିବାରୁ ଦୁଃଖ ବି ଲାଗେ ସେତିକି ।

ସଲିଳ କୁମାର ସ୍ବାଇଁ, ଶିକ୍ଷକ
ମଂଗଳାଯୋଡି, ଟାଂଗି, ଖୋରଧା

Post a Comment

0 Comments