Ad

header ads

କବିତା - ବାପା - କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ମୋ ବାପା
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ,ମଙ୍ଗଳାଯୋଡି, ଖୋର୍ଦ୍ଧା .
---------- --- ୮ . ୧୧ . ୨୦୧୯ --- ----------
ବାପା;
ଅଭିଧାନର ଏକ ଦୁର୍ମୂଲ୍ୟ ଶବଦ,
ବ୍ରହ୍ମ ରୁ କ୍ଷରିତ ଅମୀୟ ମଧୁର
ମଧୂମୟ ସେହି ନାଦ ।।

ବାପା ;
ଏକ ସଚେତନ ମହାଶକ୍ତି,
ସରଗଠୁ ବଡ଼
ସେ ଜୀବନର ଗତି ମୁକ୍ତି ।।

ବାପା;
ଏକ ଅର୍ନିବଚନୀୟ ଚେତନା,
ସଂସାର ଅଗମ୍ୟ ପଥ ପ୍ରଦର୍ଶନେ
ସହେ ଯେ ଅସହ୍ୟ ଯନ୍ତ୍ରଣା ।।

ବାପା;
ଏକ ସ୍ୱର୍ଗୀୟ ଅଲଭ୍ୟ ଦୂତ,
ପ୍ରତି ମୂହୁର୍ତ୍ତ ର ଜାଗ୍ରତ ପ୍ରହରୀ
ସହେ ଘାତ ପ୍ରତିଘାତ ।।

ବାପା;
ଅଖଣ୍ଡ ଦୀପର ବତୀ,
ଜୀବନ ସଂଗ୍ରାମେ ନିଜେ ଜଳି ଜଳି
ଆଲୋକ ଦେଖାନ୍ତି ନିତି ।।

ବାପା;
ଦୁଃଖନଦୀ ଜଳ ଧାର,
ଅନେକ ବନ୍ଧୁର ପଥ ଅତିକ୍ରମି
ଆସି, ପିପାସା କରେ ଯେ ଦୂର ।।

ବାପା;
ବସନ୍ତ ମଳୟ ପବନ
ଦଗ୍ଧ ହୃଦୟ ଚନ୍ଦନ
ମରୁଭୂମି ମରୁ ଉଦ୍ୟାନ
ସୁସ୍କ ପ୍ରାନ୍ତର ର ମଧୂଝରଣ ।।

ସାକ୍ଷାତ ଈଶ୍ୱର ଙ୍କ ଅବତାର
ମୋ ବାପା
ଏ ଶରୀରର ସୃଷ୍ଟି କରତା
ତାଙ୍କ ପଦ୍ମପାଦ ରେଣୁ ମୋ ମଥାରେ
ଗଙ୍ଗା ମାଟିର ଚିତା; ମୋ ବାପା ।।
**********





ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି ; ଖୋର୍ଦ୍ଧା ଦୂରଭାଷ :


Post a Comment

0 Comments