Ad

header ads

କବିତା - ବାହୁଡାଇ ନିଅ ବାହୁଡା ଦିନ - ତପସ୍ଵିନୀ ଦାଶ ଷଡଙ୍ଗୀ


ରଜନୀ ପାହିଲା ଉଠ ପଙ୍କଜମୂଖ
ଅରୁଣିମା ବିଛୁରିଲା ଶୁଭେ ଭକତ ଡାକ।
ବାହୁଡା ସମୟ ଏବେ ଆଖର ହେଲା
ଉଠ ଉଠ ଜଗନ୍ନାଥ ନକରି ହେଳା।
ପଦ୍ମାଳୟା ଏବେ ଥିବେ ବାଟକୁ ଜଗି
ଆସିବେ କାଳିଆସୁନା ମନ୍ଦିରେ ବେଗି।
କେତେକେତେ ଭକତ ଯେ ଅପେକ୍ଷା ଚିତ୍ତେ
ମଜ୍ଜିଛନ୍ତି ଭଜନ ଓ ଜଣାଣ ଗୀତେ।
ଆଜି ପରା ଦିବସରେ କରେ ଗୁହାରୀ
ରଖିବ ମୋ ଆରତ୍ତକୁ ଆହେ ଶ୍ରୀହରି।
ବାହୁଡାଇ ନେବ ମୋତେ ବାହୁଡା ଦିନ
ଶ୍ରୀରଙ୍ଗାଚରଣ ତଳେ ଦେବ ଚାଖଣ୍ଡେ ସ୍ଥାନ।
ଶ୍ଵାସରୁଦ୍ଧ ହୋଇଯାଏ ସଂସାର ଜାଲେ
ଥଳକୂଳ ପାଏ ନା ମୁଁ ଭବ ଜଳରେ।
ଅହମିକା ଛଳନାର ଏଠି ବାଇଆ ବସା
ସହିପାରେ ନାହିଁ ପ୍ରଭୂ ମନେ ଭରେ ନିରାଶା।
ପାଦ ମୋର ଥକିଯାଏ ଆଉ ପାରେନା
ନିସ୍ତରିଲି ରକ୍ଷା କର ଠକି ଦିଅନା।
ତୁମେ ଯିବ ଶ୍ରୀଗୁଣ୍ଡିଚାରୁ ଶିରିମନ୍ଦିର
ମୁଁ ଯିବି ବାହୁଡିକି ସ୍ୱର୍ଗଦୁଆର।
ଯେତେଦିନ ରହିବି ମୁଁ ମର୍ତ୍ତ୍ୟମଣ୍ଡଳେ
ଲୋଭ କ୍ରୋଧ ମୋହ ସବୁ ବଢିବ ହେଳେ।
ପାରେ ନାହିଁ ମୁଁ କରି ପଞ୍ଚ ଇନ୍ଦ୍ରିୟ ଜୟ
ତୁମ ସାଥେ ଦୂରତାକୁ ନକରି ସହ୍ୟ।
ବାହୁଡା ରଥ ତୁମର ମୋ ଆଖିରେ ଥିବ
ଖୁସିର ଲୁହ ଧାରେ ପ୍ରାଣ ପକ୍ଷୀ ଉଡିବ।
ଏହି ଆଶା ପ୍ରଭୂ ମୋର ପୁରା କରିବ
ବାହୁଡା ଦିନ ସଂସାରୁ ବିଦାୟ ଦେବ।

Writer's Details: Tapaswini Dash Sarangi,Bangalore
Content Category:
Submission Date: Nov 12, 2019

Post a Comment

0 Comments