Ad

header ads

ବ୍ୟଙ୍ଗ କବିତା - ବଢେ ପିଆଜ - ଅରୂପ କୁମାର ବିଶ୍ଵାଳ

ସବୁଦିନେ ବଢେ ପିଆଜ ଦଶ
ଧଇଲାଣି ଆସି ନବେ।
ଗରିବ ସଂସାର କେମିତି ଚାଲିବ
ମନେମନେ ବସି ଭାବେ।
ପଖାଳର ସାଥି ପିଆଜ ମୋହର
ବଢେ ତାର ଭାଉ ନିତି।
ପିଆଜର ସ୍ଥାନ କିଏ ଆଉ ନବ
ମନରେ ବଢଇ ଭିତି।
ପୁଅ ମୋର ନେଇ ପିଆଜ ବାନ୍ଧିଚି
ନେଇ ତା ନାକ ପାଖରେ।
ତା ମୁହଁକୁ ଚାହିଁ ଖାଇବି ପଖାଳ
ଭାବୁଚି ନିତି ମନରେ।
ମାଟିରେ ଦିଇଟା କିଣିଚି ପାଆଜ
ବାଲି ଯାତରାରୁ ମୁହିଁ।
ଖାଇଲା ବେଳରେ ଢୋକିଦେବି ଗୁଣ୍ଡା
ସେଇ ପିଆଜକୁ ଚାହିଁ।
ପିଆଜ ସାଙ୍ଗରେ ତାଳ ଦେଇ ବଢେ
ତାର ସାଙ୍ଗ ସାଥୀ ଯେତେ।
ଗରିବ ସଂସାର କେମିତି ଚାଲିବ
ଭାରି ଡର ମାଡେ ମତେ।
ଭାତ ନୁଣ ଖାଇ ପେଟ ପୁରେନାହିଁ
ଜୀବନଟା ହନ୍ତସନ୍ତ।
ପିଆଜ ବିନା ତ ଅନ୍ଧାର ଜୀବନ
ଭାଗ୍ୟ ହେଲା ମୋର ମନ୍ଦ।
ଏଥର ଯାଉଛି ବଜାରକୁ ମୁହିଁ
ପଇସା ନେଇ ବ୍ୟାଗରେ।
ସାର୍ଟ ପକେଟରେ ଆଣୁଛି ପରିବା
ନିତି ମୁଁ ମନ ଦୁଃଖରେ।
ନିଇତି ପଚାରେ ପରିବା ଦର 
ବଢିଯାଏ ଦିନୁଦିନ।
ପିଆଜ ଚୋପାରେ କରିବି ତର୍କାରୀ
ବୁଝେଇ ମନକୁ ମନ।

ଅରୂପ କୁମାର ବିଶ୍ଵାଳ, ସହକାରୀ ଶିକ୍ଷକ
ଏନ୍.ଏ.ସି ବାଳିକା ଉଚ୍ଚ ବିଦ୍ୟାଳୟ
ପାରାଦୀପ, ମୋ -୯୦୪୦୮୭୦୧୦୦

Post a Comment

0 Comments