Ad

header ads

କବିତା - ଅନୁତପ୍ତ - ଅଜୟ କୁମାର ସାହୁ

ଅନୁତପ୍ତ ର ଏ ବହ୍ନି ର ଶେଜରେ
ଶୁଷ୍କ ତ୍ରୁଣ ଟିଏ ହୋଇ ।
ଜଳି ଜଳି ଯାଏ ପ୍ରେମ ଶୁଷ୍କ ପତ୍ର
ଯିବ ନିଶ୍ଚେ ଧ୍ବଂସ ହୋଇ । ।
ଭଲପାଇବାର ପ୍ରଜ୍ବଳିତ ଅଗ୍ନି
ମନକୁ କଲା ନିଶେଷ ।
ଆଶା ଅଭିଳାଷ ଦଗ୍ଧିଭୂତ ହେଲା
ନିରାଶା କରିଲା ଗ୍ରାସ । ।
ଅତୀତ କର୍ମ ର ପରିସଂଖ୍ୟାନର
ନାମ ତାର ଅନୁତପ୍ତ ।
ଭଲ ଓ ମନ୍ଦ ର ଗୋଲକ ଧନ୍ଦାରେ
ଗଣନାର ହୁଏ ଅନ୍ତ । ।
ଶୁଷ୍କ ଜୀବନରେ ମରୁଭୂମି ପ୍ରାନ୍ତେ
ପ୍ରେମ ଜଳ ଖୋଜିବାରେ ।
ତୁଷାର୍ତ୍ତ ମେଣ୍ଟିବା ପାଇଁ କି କାତର
ମିଳୁନାହିଁ ଜଳ ତୀରେ । ।
ଚାଲିତ ଯାଇଛି ଅତୀତ ସମୟ
ଛାଡିତ ଯାଇଛି ସ୍ମ୍ରୁତି ।
ସେହି ସ୍ମ୍ରୁତି ସବୁ ଅନୁତପ୍ତ କରେ
ଭାବନା ନକରି ଇତି । ।
ହେ! ଅନୁତପ୍ତ ବାରମ୍ବାର ଆସ
ମୋ ଜୀବନ ଶୂନ୍ଯ ତାରେ ।
ଅତୀତ ସ୍ମ୍ରୁତି କୁ ରୋମନ୍ଥନ କର
ଜଳାଅ ତୁମ ଅଗ୍ନି ରେ । ।


ରଚନା : ଅଜୟକୁମାର ସାହୁ

ଠିକଣା : ଆସିକା, ଗଞ୍ଜାମ ଦୂରଭାଷ : 9439338890

Post a Comment

0 Comments