Ad

header ads

କ୍ଷୁଦ୍ରଗଳ୍ପ - ଅନୁତାପ - ଭଜରାମ ସେଠୀ


ଜୀବନ, ମୁଁ  ତୁମକୁ ବହୁତ ଭଲପାଏ, ହେଲେ ତୁମେ ମୋ' କଥାକୁ କେବେ ଧ୍ଯାନ ଦିଅ ନାହିଁ କାହିଁକି ? ମୁଁ ଜାଣେ ଜୀବନ, ତୁମେ ଜଣେ ନିଆରା ରାଇଜ, ନିଆରା ଦେଶର ମଣିଷଟିଏ ବୁଝୁଛି ହେଲେ, ତମକୁ ଭଲ ପାଇବା କ'ଣ ଭୁଲ ? ଆଜି ଜାଣିପାରୁଛି ମୁଁ ଛୋଟ ଜାତି ଘରର ଝିଅ ଆଉ, ତୁମେ ଜଣେ ଶ୍ରେଷ୍ଠ ଜାତିର ପୁଅ ମୋତେ ଭଲ ପାଇବା ଘୃଣା କରୁଛ, ହଁ ହେଉ ଆଜିଠାରୁ ତୁମ ଜୀବନରେ କେବେ ଆସିବି ନାହିଁ ଜୀବନ !

ହଁ.... ହଁ..... ବଡଘରର ପୁଅ, ମୁଁ ଶ୍ରେଷ୍ଠ ଜାତି ବୋଲାଉଥିବା ସମାଜର ଜୀବନ । ହେଲେ ତୁମେ ବୁଝିବାକୁ ନାରାଜ କାହିଁକି ? ହେ ନିଶ୍ବାସୀ, ତୁମେ ଛୋଟ ଘରର ଝିଅ ବୋଲି ମୁଁ କେବେ କହିନି । ଜାଣିଛ," ମୁଁ ତୁମକୁ କେତେ ଭଲପାଏ ! ଏ ଆକାଶକୁ ପଚାର, ହେ ଜହ୍ନ ତୁମେ କ'ଣ ଜାତି ଭେଦ ଜାଣିଛ, ହେ ବର୍ଷା ତୁମେ ଛୋଟ ଜାତି ଘରର ଛାତ ଉପରେ ବର୍ଷୁନାହଁ, ହେ ମା'ମାଟି ତୁମେ କ'ଣ ଅଛୁଆଁ ସଂପ୍ରଦାୟର ମଣିଷ ସମାଜକୁ କ'ଣ ନିଜ କୋଳରେ ସ୍ଥାନ ଦେଇନ; କୁହ କୁହ ତୁମେ ମାନେ ଏତେ ନୀରବ ରହିଛ କାହିଁକି ? ମୁଁ ଭଲପାଇବାର ଅନୁତାପ ନିଆଁରେ ଜଳୁଛି କାହିଁକି ? ମୋ' ପରିବାର ମୋତେ ନିଶ୍ବାସୀ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଉଛନ୍ତି କାହିଁକି "? ହେ ନିଶ୍ବାସୀ ,ଏ ଜୀବନ କେବଳ ତୁମର,ତୁମେ ଯଦି ଏ ଜୀବନକୁ ଭୁଲି ଯାଅ ; ଦେଖିବ ,ଜୀବନଟା ପାଗଳ ହୋଇଯିବ ନିଶ୍ବାସୀ .....ହଁ ....ହଁ .....ପାଗଳ ହୋଇଯିବି ।

ନିଶ୍ବାସୀକୁ ତା' ବାପା ମା' ଅନ୍ୟ ଘରେ ବନ୍ଧୁ ପ୍ରସ୍ତାବ ଦେଇ ବାହାଘର କରେଇ ଦେବାକୁ ସମୟ ଧାର୍ଯ୍ୟ କରିଛନ୍ତି । ହେଲେ, ନିଶ୍ବାସୀ ଅଣନିଶ୍ବାସୀ ହୋଇ ପଡ଼ିଛି ,ସତରେ ତା' ଜୀବନକୁ ଦୂରେଇ ରହିପାରିବତ । ଜୀବନ ବ୍ଯତିତ ତା' ପ୍ରାଣ ବାୟୁ ଚଳପ୍ରଚଳ ହୋଇପାରିବତ !! ଏମିତି କେତେ କଥା ନିଶ୍ବାସୀ ମନରେ ଉଙ୍କିମାରୁଛି ।

ଏତିକି ବେଳକୁ ମଧୁ, ଜୀବନକୁ ଯାଇ କହୁଛନ୍ତି କି ଯେ, ନିଶ୍ବାସୀର ବାହାଘର ପ୍ରସ୍ତାବ ଠିକ୍ ହୋଇଯାଇଛି । ଏହା ଶୁଣି ଜୀବନ ପାଗଳ ପରି ଧାଇଁ ଯାଉଛି ନିଶ୍ବାସୀର ଘର ଆଡକୁ, ହେଲେ ଜୀବନର ବାପା ତାଙ୍କ ଘରର ଚାକରମାନଙ୍କଦ୍ବାରା ଜୀବନକୁ ବାଧ୍ୟତା ମୂଳକ ଗୋଟିଏ ଘରେ ବନ୍ଦକରି ରଖିଦେଲେ । ଜୀବନ ବିକଳରେ ଚିତ୍କାର କରି କହୁଥାଏ ,ବାପା .....ମୁଁ ନିଶ୍ବାସୀ ବିନା ବଞ୍ଚିପାରିବିନାହିଁ କିନ୍ତୁ ଜୀବନର ବାପା କିଛି ନ ଶୁଣି ନିଶ୍ବାସୀର ବାପା ପାଖକୁ ଚାଲିଗଲେ ଏବଂ କହିଲେ, ତୋ' ଝିଅକୁ ଶୀଘ୍ର ବାହାଘର କରିଦେ ନଚେତ ମୋ'ଠାରୁ ଖରାପ ମଣିଷ ଦେଖିବୁନାହିଁ ।

ନିଶ୍ବାସୀ ଏହା ଶୁଣି, ବାପାଙ୍କୁ କହୁଥାଏ ....ବାପା ....ଆପଣଙ୍କ ଝିଅ ତଳକୁ ଖସି ପଡିନାହିଁ । ମୁଁ ବାହାଘର ହେବାପାଇଁ ରାଜିହେଇଯାଉଛି । ଏମିତି ଚୁପ୍ ଚାପ୍ ନିଶ୍ବାସୀର ବାପା ଚାଲିଗଲେ ।

କିଛି ଦିନ ପରେ ନିଶ୍ବାସୀର ବାହାଘର ସରିଯାଇଛି କିନ୍ତୁ ସେ ଜୀବନକୁ ଭୁଲି ପାରିନାହିଁ, ଏମିତି କେବେ କେବେ ଲୁହ ଢାଳି କାନ୍ଦି ପକାଉଛି । 

ଆଜି ବିଚାରା ଜୀବନ ଜଣେ ପାଗଳ ହୋଇଯାଇଛି । ଗାଁ 'ର ନଦୀ, ନାଳ, ବନ୍ଧ,ପୋଖରୀ,ତୋଟାମାଳ ବୁଲି..... ବୁଲି ହସୁଛି .....ହସି ହସି କାନ୍ଦୁଛି ହୃଦବିଦାରକ ସେ ଦୃଶ୍ୟ । ଏତିକି ବେଳେ ନିଶ୍ବାସୀ ଗାଁ 'କୁ ଆସିଛି ଜୀବନ ଦେଖି ନିରୁପାୟ ହୋଇ ଅନୁତାପ କରୁଛି ଯଦି ମୁଁ ବାହାଘର ନ ହୋଇଥାନ୍ତି ତା'ହେଲେ ମୋ' ଜୀବନ ଆଜି ଖୁସିରେ ଥାଆନ୍ତେ ଏହା ଭାବିଲାବେଳକୁ ଆଖି ଲୁହ ଅମାନିଆ ହୋଇ ଝରିଯାଉଛି । ଅନ୍ୟ ପଟେ ଜୀବନର ବାପା ଅନୁତପ୍ତ ନିଆଁରେ ଜଳି ଜଳି ରୋଗାକ୍ରାନ୍ତ ହୋଇପଡିଲେଣି ! ନିଜର ଉଚ୍ଚ ନିଚ ଜାତିଆଣ ମନଭାବ ମରିଗଲାଣି । ଠିକ୍ ଏତିକି ସମୟରେ ଜୀବନ ,ବାପା ପାଖକୁ ଆସି କହୁଛି ,ବାପା ....ବାପା, ମୁଁ ଆଜି ଝରଣା ଦେହରେ ନିଶ୍ବାସୀକୁ ଦେଖିଲି ! ହଁ ବାପା ,ଆପଣ ଜାଣନ୍ତି, ସେ କୁଳୁ କୁଳୁ ନାଦରେ ମଧୁର ମଧୁର ଗୀତ ଗାଇଲା ଆଉ ମୋ' ପାଖରେ ବସି ମୋ' ମୁଣ୍ଡ ଆଉଁସି ଦେଲା ।
ଏମିତି କହି କହି କାନ୍ଦିପକାଇଲା ପୁଣି ମୁଣ୍ଡର କେଶ ଉପାଡି ବାପାଙ୍କ ଉପରକୁ ଫିଙ୍ଗିବାରେ ଲାଗିଲା । ଏହା ଦେଖି ବାପା ଆହୁରି ଅନୁତପ୍ତ ହୋଇ ଜଳିଯାଉଥିଲେ ।

କିଛି ସମୟ ପରେ ନିଶ୍ବାସୀ ଜଣେ ଭଲ ଡାକ୍ତରଙ୍କୁ ନେଇ ଜୀବନର ଘରେ ପହଞ୍ଚିଛନ୍ତି । ଏହା ଦେଖି ଜୀବନର ବାପା ନିଶ୍ବାସୀ ଆଗରେ ନେହୁରା ହୋଇ କାନ୍ଦି ପକାଇଲେ, କହଲେ, ଝିଅ ଏ ଗାରିମା ଦେଖାଉଥିବା ମଣିଷ ପାଖକୁ ଆସିଛି ଯେ, ମୁଁ କ'ଣ ଦେଇପାରିବି ? ନିଶ୍ବାସୀ ସବୁ ବୁଝାଇ ଜୀବନକୁ ଚିକିତ୍ସା କରାଇବାପାଇଁ ଅନୁମତି ମାଗିଛି । ଡାକ୍ତରବାବୁ ଏହା କହିଛନ୍ତି ମାନସିକରେ ଏହାଙ୍କର ଆଘାତ ହୋଇଛି ଏହାଙ୍କୁ ଏଇ ଜାଗାଛାଡି ଅନ୍ୟ ଜାଗାକୁ ନେଇ ପ୍ରକୃତି ଦ୍ବାରା ପରିବର୍ତ୍ତନ ହେବ ଏବଂ କିଛି ଔଷଧ ଦେଇ ଯାଉଛି ଠିକ୍ ସମୟରେ ଯତ୍ନ ନିଅ ନିଶ୍ଚୟ ଭଲ ହୋଇଯିବ । ନିଶ୍ବାସୀ ଡାକ୍ତରଙ୍କୁ ବିଦାୟ ଦେଲେ ଏବଂ ନିଜ ସ୍ବାମୀଠାରୁ ପରାମର୍ଶ ମାଗିଲେ । ଏଥିରେ ନିଶ୍ବାସୀଙ୍କ ସ୍ବାମୀ ଖୁସି ହୋଇ ସେ ଅନୁମତି ପ୍ରଦାନ ପ୍ରଦାନ କରିଛନ୍ତି । 

ନିଶ୍ବାସୀ ଜୀବନକୁ ନେଇ ନିଜ ଗାଁ' ପାହାଡ, ଝରଣା ଆଉ ଏମିତି ନିଜର ପୁରୁଣା ସ୍ମୃତିଗୁଡିକୁ ମନେ ପକାଇ ଦେଉଛି।ଧିରେ ଧିରେ ଜୀବନ ଭଲ ହୋଇଯାଇଛି ଏବଂ ନିଶ୍ବାସୀକୁ ଚିହ୍ନିପାରିଛି । ଏହା ଦେଖି ନିଶ୍ବାସୀ ଖୁସି ହୋଇଯାଇଛି କିନ୍ତୁ ଜୀବନ ଆଉ ଆଗପରି ନିଶ୍ବାସୀକୁ ଭଲ ନ ପାଇ ତା' ସ୍ବାମୀ ପାଖକୁ ଫେରି ଯିବାକୁ କହିଛି ଏବଂ ଜୀବନ ,ଜୀବନରେ ବାହାଘର ନ ହୋଇ ସମାଜରେ ଜାତି ଭେଦଭାବକୁ ଦୂର କରିବାରେ ଲାଗିଛି । ନିଶ୍ବାସୀ ବି ଏହା ଦେଖି ଖୁସି ହୋଇଯାଇଛି । ନିଶ୍ବାସୀ ଙ୍କ ଗୋଟିଏ ପୁଅ ଜନ୍ମ ହୋଇଛି ପୁଅର ନାମ ଜୀବନ ଦେଇଛି ଏବଂ ଖୁସିରେ ସ୍ବାମୀଙ୍କ ସହ ଅଛି ।


ରଚନା : ଭଜରାମ ସେଠୀ

ଠିକଣା : ନିରାଳ,ଆସିକା ଗଞ୍ଜାମ,   ଦୂରଭାଷ : ୯୫୬୬୮୭୬୫୦୪

Post a Comment

0 Comments