Ad

header ads

ଅନୁଭୂତି କାହାଣୀ - ଅନାଥ - ଦେବବ୍ରତ ବାରିକ

ମଣିଷ କେଉଁ ପରିସ୍ଥିରେ ବସବାସ କରନ୍ତି କେବଳ ଗୋଟେ ଗରିବ ଲୋକକୁ ଜଣା । ଯେ ଗୋଟେ ଉଳି କାମ ନ କଲେ ତା ପରିବାର ଉପାସ ରହିଯାଏ । ଅଭାବ କ'ଣ ଜଣେ ସାଧାରଣ ପିଲା କ'ଣ ଜାଣିବ । ସବୁଦିନ ପରି ଆଜି ବି ସେଇ ବାଟ ଦେଇ ଅଫିସରୁ ଘରକୁ ଫେରୁ ଥିଲି । ଏମିତି ଏକ ଦୃଶ୍ୟ ଦେଖିଲି ମୁଁ କେବେ କଳ୍ପନା ମଧ୍ୟ କରିନଥିଲି ଯେ ମଣିଷ ଏତେ ତଳକୁ ଯାଇ ପାରେ ବୋଲି..!

ରାସ୍ତା ଉପରେ ଗୋଟେ ଛୋଟ ପିଲାକୁ କିଛି ଲୋକ ଗୁରୁ ଗାଈ ପରି ବଡେଇବାରେ ଲାଗୁଥିଲେ । ମୁଁ ଯାଇ ପଚାରିଲି ଆରେ ଭାଇ କ'ଣ ହେଇଚି ଏ ଛୋଟ ପିଲାକୁ ଏମିତି ମାରୁଛନ୍ତି କ'ଣ ପାଇଁ ? ଭାଇ ଜଣଙ୍କ କହିଲେ ଏ ପିଲା ମୋ ଦୋକାନରୁ ବିସ୍କୁଟ ଚୋରି କରି ଦୌଡ଼ି ପଳାଇ ଯାଉଥିଲା । ଆଚ୍ଛା ଏମିତି କଥା ନିଅ ତୁମର କେତେ ଟଙ୍କା ହେଇଚି ହେଲେ ଏ ଛୋଟ ପିଲାକୁ ମାରନ୍ତୁ ନାହିଁ । ଆଜ୍ଞା ସେ ପିଲା କେବଳ ଆଜି ଏମିତି କରୁନି ଏହା ତାର ନିତିଦିନିଆ କାମ । ମୁଁ କହିଲି ହଉ ହେଲା ସେ ଆଉ ଚୋରି କରିବ ନାହିଁ । ଏହା କହି ସେ ପିଲାକୁ ଆଣି ଆସିଲି ମୋ ସହିତ । ତାକୁ ପଚାରିଲି ତୋ ଘର କଉଠି ? ତୁ ଚୋରି କରୁଥିଲୁ କ'ଣ ପାଇଁ ? ସେ କାନ୍ଦି କାନ୍ଦି କହିଲା ବାବୁ ମୁଁ ଗୋଟେ ଅନାଥ ପିଲା ମୋର ଏ ଦୁନିଆରେ କେହି ନାହିଁ । ନା' ବାପା ଅଛି ନା' ମା' ଅଛି ମୋ ଦୁନିଆ କହିଲେ ଜଣେ ବାବୁ ସେ ହେଉଛି ମୋ ଭଉଣୀ ତାକୁ ଦୁଇ ଦିନ ହେବ ପ୍ରବଳ ଜ୍ଵର ଆଉ ସେ ଦୁଇ ଦିନ ହେବ କିଛି ଖାଇନାହିଁ । ମୁଁ ଚୋର ନୁହେଁ ବାବୁ । ମୁଁ ମୋ ଭଉଣୀ ପାଇଁ ସେ ଦୋକାନୀ ବାଲାକୁ ଗୋଟେ ବିସ୍କୁଟ ମାଗିଲି ସେ ଭିକାରୀ କହି ତଡି ଦେଲା ବାବୁ । ମୁଁ ମୋ ଭଉଣୀ ପାଇଁ ଚୋରି କରୁଥିଲି । ତା' କୋମଳ ଆଖିରେ ଅନେକ କିଛି କଥା ବୁଝି ପାରିଥିଲି ମୁଁ । ଆଉ ତାକୁ କହିଲି ଆଛା ତୁ ତ ଏଇଠି ଅଛୁ ଆଉ ତୋ ଭଉଣୀ କାଇଁ । ସେ କହିଲା ଗୋଟେ କେବିନ ତଳେ ତା ଭଉଣୀକୁ ଶୁଆଇଦେଇ ଆସିଛି । ସେ ତା ଭଉଣୀ ପାଖକୁ ମତେ ନେଇକରି ଗଲା ଆଉ ତା ଭଉଣୀକୁ ଆଣି ଦେଖେଇ କାନ୍ଦି କାନ୍ଦି କହିଲା ବାବୁ ମୋ ଭଉଣୀକୁ ବହୁତ ଜ୍ଵର ସେ କଥା କହି ପାରୁନି । ମୁଁ ସଙ୍ଗେ ସଙ୍ଗେ ମେଡିକାଲ ନେଇ ଆସିଲି ଆଉ ଡାକ୍ତର ଦେଖେଇ ଔଷଧ ଆଣିଦେଲି । ତା ହାତରେ ତାକୁ କିଛି ପଇସା ଦେଇ କହିଲି ତାକୁ କ'ଣ ଆଣିକି ଖୁଆଇ ଦେବୁ ଆଉ ତୁ କିଛି ଖାଇବୁ ହେଲା । ଏମିତିରେ ମୁଁ ବି କିଛି ଖାଇ ନଥିଲି ଆଉ ଘରକୁ ଆସିଲା ବେଳକୁ ଲେଟ୍ ହେଇଯାଇଥିଲା ।

ସେଇ ସମୟ ଆଉ ସେଇ ଜାଗା ଯଉଠି ସେ ପିଲା ସହିତ ଦେଖା ହେଇଥିଲା । କିନ୍ତୁ ଆଜି ସେ ପିଲା କାଇଁ ମିଳିଲା ନାହିଁ । ମନେ ମନେ ଭାବିଲି ବୋଧେ ଭିକ ମାଗିବାକୁ ଆଉ କୁଆଡେ ଚାଲି ଯାଇଥିବ । ହେଲେ ଭାଗ୍ୟ ଆଉ ଭଗବାନ ଯାହାକୁ ମିଳାଇବା ପାଇଁ ଚାହାଁନ୍ତି ତାକୁ କେହି କେବେ ରୋକି ପାରିବ ନାହିଁ ।

ଭାଗ୍ୟର କଥା ଏହା ଯେ ମୁଁ ବୁଲିବା ପାଇଁ ବାହାରକୁ ଯାଇଥାଏ । ଆଉ ଖାଇବା ପାଇଁ ଗୋଟେ ହୋଟେଲକୁ ଗଲି । ହୋଟେଲରେ ଖାଇବା ପାଇଁ ବସିଛି ମୁଁ । ମୋ ସାମ୍ନାରେ ଏକ ଟେବୁଲ ଆଉ ଟେବୁଲକୁ ଲାଗି ଏକ ସଫେଦ କାଚ ଲାଗିଛି ଯାହା ବାହରୁ ଭିତରକୁ ଆଉ ଭିତରୁ ବାହାରକୁ ପୁରା ସଫା ଦିଶୁଚି । ଅର୍ଡ଼ର ନେବା ପାଇଁ ଅର୍ଡ଼ର ବୟକୁ ଡାକିଲି ଆଉ ତାକୁ ଗୋଟେ ସୁପ୍ ର ଅର୍ଡର ଦେଲି । କିଛି ସମୟ ଭିତରେ ସେ ଆଣି ସୁପ୍ ଦେଇଗଲା । ମୁଁ ସୁପ୍ ପିଉ ପିଉ ମୋ ଆଖି ପଡ଼ିଗଲା ବାହାରକୁ ଟିକେ ଆଉ ଯାହା ଦେଖିଲି ମୁଁ ଆଶ୍ଚର୍ଯ୍ୟ ଲାଗିଲା ଆଉ ଦୁଃଖ ବି ଲଗିଲା । ସେଇ ପିଲା ତା' ଭଉଣୀକୁ ଧରି ରାସ୍ତାର ଗୋଟେ ଗଛ ପାଖରେ ବସି ଅବଲୋକ ନୟନ ମତେ ଅନେଇ ରହିଛି । ମୁଁ ଯେମିତି ସୁପ୍ ପିଉଛି ସେ ବି ମିଛି ମିଛି କା ସୁପ୍ ପିଉଛି । ମୁଁ ଯେମିତି ଚାମଚ ଟିକୁ ପାତ୍ରରେ ବୁଡେଇ ଟିକେ ଗୋଳେଇ ଦେଇ ଫୁଙ୍କି ଫୁଙ୍କି ପିଉଛି । ସେ ବି ମତେ ସେମିତି ଅନୁସରଣ କରି ସେମିତି କରିବାରେ ଲାଗିଛି । ଆମେ ମାନେ ଫାଇଭ ଷ୍ଟାର ହୋଟେଲରେ ଆଉ ଏସି ରେ ବସି ଖାଇଲେ ବି ସେ ମଜା ମିଳିବ ନାହିଁ । ସେ ଯେତେ ଖୁସିରେ ଯେତେ ଆନନ୍ଦରେ ମିଛି ମିଛି କା ସୁପ୍ ର ମଜା ନେଉଥିଲା । ମୁଁ ତା ଆଡକୁ ଅନାଇଲି ଆଉ ଚାମଚ ଟିକୁ ତଳେ ରଖି ଦେଲି । ସେ ବି ମୋତେ ଦେଖି ସେମିତି କଲା ଆଉ ମତେ ଦେଖି ହସି ଦେଲା । ମୁଁ ଏମିତି ଦେଖି ତା ପାଖକୁ ଗଲି ଆଉ ତାକୁ କହିଲି ତୁ ମତେ ଚିହ୍ନିଛୁ ? ସେ କହିଲା ହଁ ବାବୁ ଆପଣ ମୋତେ ପଇସା ଦେଇଥିଲେ ଖାଇବା ପାଇଁ ଆଉ ମୋ ଭଉଣୀକୁ ଔଷଧ ଦେଇଥିଲି । ମୁଁ ତାକୁ କହିଲି ତା ପର ଦିନ ତୁ କୁଆଡେ ଗଲୁ ଯେ କାଇଁ ମୁଁ ତତେ ପାଇଲି ନାହିଁ । ସେ କହିଲା ବାବୁ ମୁଁ ହଉଚି ଗରିବ ଆଉ ଭିକାରୀ ପିଲା ମୋ ପେଟ ପୋଷିବା ପାଇଁ ଆଉ କ'ଣ କରିବି ବୁଲି ବୁଲି ଭିକ ମାଗିବା ପାଇଁ ପଡିବ ବାବୁ । ସବୁ ଦିନ ଆପଣଙ୍କ ପରି ଲୋକ କ'ଣ ମିଳିବେ ଏ ଗରିବ ର ଦୁଃଖ ବୁଝିବା ପାଇଁ । ମୁଁ ତାକୁ କହିଲି ତୁ କ'ଣ କିଛି ଖାଇଚୁ କି ନାହିଁ । ତା ଆଖିରେ ଲୁହ ଜାକି ଆସିଲା ଆଉ ଧୀର ସ୍ଵରରେ କହିଲା ନା । କହିଲା ବାବୁ ଏଠି ଦୁଃଖୀର ଦୁଃଖ ବୁଝିବା ପାଇଁ କେହି ନାହାନ୍ତି ସବୁ କାମରେ ବ୍ଯସ୍ତ ଏ ଗରିବ ପିଲାକୁ କିଏ ପଚାରେ । ମୁଁ ତାକୁ ମୋ ସହିତ ସେ ହୋଟେଲ ଭିତରକୁ ଆଣିଲି ଆଉ କହିଲି ଯାହା ଖାଇବୁ ଖା' ମୁଁ ପଇସା ଦେବି । ସେ କହିଲା ବାବୁ ଆଜି ସିନା ଦେଇଦେବେ ହେଲେ କାଲି ଆମ ଭାଇ ଭଉଣୀକୁ କିଏ ଦେବ? ମୁଁ ତାକୁ କହିଲି ହଉ କାଲି କ'ଣ ହେବ ଦେଖିବା । ତାକୁ ପଚାରିଲି ତତେ ପାଠ ପଢାଇଲେ ତୁ ପଢି ବୁ ? କହିଲା ଦୁଇ ବେଳା ଦୁଇ ମୁଠା ଖାଇବାକୁ ଦେଲା ବାଲା କେହି ନାହିଁ । ସବୁ ଗରିବ ଭିକାରୀ କହି ତଡି ଦେଉଛନ୍ତି ମତେ କିଏ ପାଠ ପଢେଇବ ବାବୁ । ମୁଁ ତା ପିଠିରେ ହାତ ରଖି କହିଲି ଆରେ ବାବୁ ନୁହଁ ଭାଇ ବୋଲି ଡାକେ ଆଜି ଠୁ ତୁ ଏକା ନୁହଁ ମୁଁ ତୋ ଭାଇ ତୋ ପାଖରେ ଅଛି ବୁଝିଲୁ କେବେ ନିଜକୁ ଏକା ବୋଲି ଭାବିବୁ ନାହିଁ । ଆଜି ଠାରୁ ମୁଁ ତତେ ମୋ ପାଖରେ ରଖିବି ତତେ ପାଠ ପଢେଇବି । ପିଲା ଟି ହସି ଦେଇ କହିଲା ମୋ ଭଉଣୀ ବି ପଢିବ ?ଆରେ ହଁ । ତା' ମୁହଁରେ ଅସରନ୍ତି ଖୁସି ଆଉ ଆନନ୍ଦର ଲହରି ନୂଆ ଏକ ଲକ୍ଷ୍ୟସ୍ଥଳ ରେ ଯେମିତି ସେ ପହଁଚି ଯାଇଥିଲା । ହସି ଦେଇ କହିଲା ଆମେ ନୂଆ ସ୍କୁଲ ଯିବୁ, ନୂଆ ନୂଆ ଜାମା ପିନ୍ଧିବୁ, ନୂଆ ଜୋତା, ନୂଆ ବ୍ୟାଗ୍ ଧରିବୁ । ମୁଁ କହିଲି ଆରେ ହଁ । ସବୁ ନୂଆ ପିନ୍ଧିବୁ ତୋ ନୂଆ ସ୍କୁଲରେ କେତେ ନୂଆ ନୂଆ ସାଙ୍ଗ ମିଳିବେ କେତେ କ'ଣ ହେବ ବୁଝିଲୁ । କହିଲା ହଁ ବାବୁ ପଢିବି । ମୁଁ କହିଲି କ'ଣ ପୁଣି ବାବୁ ଡାକିଲୁ । ତା ଆଖିରେ ଅନେକ ସ୍ଵପ୍ନ ଆଉ ଦୁଇ ଟୋପା ଲୁହ ଝରାଇ ମତେ ଜୋର୍ ରେ କୁଣ୍ଡେଇ ଦେଇ କହିଲା ହଁ ମୁଁ ପଢିବି ଭାଇ ମୁଁ ପଢିବି । ତାକୁ ନୂଆ ଏକ ସ୍କୁଲ ରେ ପାଠ ପଢାଇଲି ଆଉ ହଷ୍ଟେଲ୍ ରେ ଛାଡି ଦେଲି । କେବେ କେବେ ଯାଇ ତା ଭଲ ମନ୍ଦ କଥା ବୁଝେ ବଜାରରେ ଟିକେ ବୁଲେଇ ଆଣେ । ଜୀବନର ଏକ ନୂଆ ପୃଷ୍ଠା ଯାହା ଆଜି ତାକୁ ନୂଆ ଏକ ରାସ୍ତାରେ ଛାଡି ଦେଇଚି ।
                 
ଦେବବ୍ରତ ବାରିକ 
ଆନନ୍ଦପୁର କୋର୍ଟ, ଆନନ୍ଦପୁର, କେନ୍ଦୁଝର
ପିନ୍ - 758021 ମୋ - 9348779394

Post a Comment

0 Comments