Ad

header ads

କବିତା - ଅଜଣା ବାଟର ବାଟୋଇ - ପ୍ରଣତି ମହାପାତ୍ର

ସାରା ସହରଟା କଳା ଓଢଣୀରେ
ମୁହଁ ଲୁଚେଇଥିବା  ବେଳେ
ତମେ କାହିଁକି ଧସେଇ ପଶିଆସ
ମୋ ଗୋଲାପୀ ମନ ଭିତରକୁ,
କେଉଁ ଅଜଣା ଆକର୍ଷଣ ମୋହରେ ମୁଁ 
ବାନ୍ଧି ରଖେ ମୋ ମଧୁର ବନ୍ଧନରେ।
ମୁକୁଳି ପାରନା ସିନା, ଯିବାକୁ ଚାହଁନି ବି,
ସାରାସହର ନୂତନ ସୂର୍ଯ୍ୟାଲୋକରେ
ପୁଲକିତ ହେଲା ବେଳକୁ
ତନ୍ଦ୍ରା ତୁଟିଯାଇଥାଏ।
ତୁମେ ବି ଚାଲି ଯାଇଥାଅ,
କେଉଁ ଏକ ଅଜଣା 
ବାଟର ବାଟୋଇଟେ ହୋଇ
ଅଚିହ୍ନା ସାଥି ଭଳି।
ପୁଣି ଅପେକ୍ଷା ରାତିର ସେହି
ନିଶବ୍ଦ ପ୍ରହରକୁ।
ଆଉ ଥରେ ଆସିଲେ
ବାନ୍ଧି ରଖିବି ନିଶ୍ଚେ।
ଦୁହେଁ ମିଶି ସୂର୍ଯ୍ୟାଲୋକେ
ହେବା ପୁଲକିତ।

ପ୍ରଣତି ମହାପାତ୍ର
ବାଲେଶ୍ଵର

Post a Comment

0 Comments