Ad

header ads

କବିତା - ଅଚିହ୍ନା ମଣିଷ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


କିଏ ଏଠି ଚିହ୍ନିଛି କାହାକୁ ; ସଭିଏଁ ଅଚିହ୍ନା
ଯାହାକୁ ବି ଚିହ୍ନିଛ ବୋଲି କହୁଛ
ସମୟେ, ଅସମୟେ, ଦରକାର ବେଳେ
ସେ ମଧ୍ୟ ଦିଏ ନାହିଁ ଚିହ୍ନା ।।

ବେଳେ ବେଳେ ବାପା, ପୁଅ ,
ଭାଇ ବା ,ଭଉଣୀ
କହିଥାନ୍ତି ମୁଁ ତାକୁ ଚିହ୍ନିନି;
ଜନ୍ମ କଲା ମାଆକୁତ
ବୃଦ୍ଧାଶ୍ରମେ ଛାଡ଼ିଦେଇ ପୁଅ,
କହିଥାଏ ରାସ୍ତା ରେ ବୁଲୁଥିବା
ଏ ଗୋଟେ ଅସହାୟା ଭିକାରୁଣୀ ।।

ନିଜକୁ ନିଜେ କ'ଣ ଚିହ୍ନିଛି ମଣିଷ ?
ମୁଁ ତ ମୋ ପାଇଁ ଅଚିହ୍ନା,
ତେବେ କୁହ କିଏ କାର ଚିହ୍ନା ?

ମାୟାରେ ବାୟା ସବୁ
ବିଷୟା ବିଷ ପ୍ରଭାବରେ ଏଠି
ସମସ୍ତେ ସମସ୍ତ ଙ୍କର ଚିହ୍ନା , କିନ୍ତୁ
ମୃତ୍ୟୁ ପରେ ପରପାରେ ସମସ୍ତେ ଅଚିହ୍ନା ।।

ଅର୍ଜୁନ ଙ୍କ ପୁତ୍ର ଚକ୍ରବ୍ୟୁହେ ହେଲା ପରାହତ
ଯୁଦ୍ଧ ପରେ ଥରେ କୃଷ୍ଣ ଙ୍କ ସହିତ
ସ୍ୱର୍ଗେ ହେଲା ଭେଟ
କହିପକାଇଲେ ହେଇ ମୋର ପୁତ୍ର
ଏଇ ଅଭିମନ୍ୟୁ ତ ?

ଅଭିମନ୍ୟୁ ଉତ୍ତରିଲେ
କିଏ ତୁମେ ନର ?
ମୋହଗ୍ରସ୍ତ ମାନବ
କୁହମୋତେ ପୁତ୍ର;
ତୁମେତ ଗୋଟେ ଅଚିହ୍ନା ମଣିଷ ।।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି ,ଖୋର୍ଦ୍ଧା

Post a Comment

0 Comments