Ad

header ads

କବିତା - ଅବ୍ୟକ୍ତ ବେଦନା - ଛବିରାଣୀ ପତି

ଅଲୋଡା ଆଜି ମୁଁ ସମାଜ ଆଖିରେ
ଲୋଡ଼ା ନାହିଁ ମୋର କିଛି...!!
ଯୌବନକୁ ଖାଲି ବୋହି ମୁଁ ଚାଲିଛି 
ଆଖିରୁ ସପନ ପୋଛି ।
ଏକା ରହିବାକୁ ପାଉଥିଲି ଭଲ
ସମସ୍ତେ ଥିଲେ ମୋ'ପାଶେ
ନେଡିଗୁଡ ଆଜି କହୁଣୀରେ ଯାଇ
ମିଛି ମିଛିକା ମୁଁ ହସେ ।
ଡାକୁଥିଲା ଯିଏ ,ସ୍ନେହଁରେ ପାଗେଳି
ପାଗଳ ସଜାଇ ଆଜି....!!!
ଅମଡା ବାଟରେ ଛାଡି ଚାଲିଗଲା
ସମୟ ଗର୍ଭରେ ହଜି ।
ମୋ'ମନ ମନ୍ଦିରେ ଦେବତା ମଣିଲି
ଆଦର ନାହିଁ ତା'ପାଶେ,,
ପରିତ୍ୟକ୍ତ ମୋତେ ଘୋଷଣା କରିଲା
ଦେହ ମୋ' ଖଣ୍ଡର ଦିଶେ ।
ଚାଲ ଫେରିଯିବା ଅଭୁଲା ସ୍ମୃତିକୁ
ଜୀଇଁବା ଅତୀତ ଦିନ ....!
ଗୋଟିଏ ନଦୀର ଦୁଇ ପାର୍ଶ୍ଵ ହୋଇ
ଖୋଜିବା ହଜିଲା ମନ ।
ମନ ତ' କହୁଛି ଅବ୍ୟକ୍ତ ବେଦନା
ଶୁଣିବ କିଏ ମୋ' ଭାଷା ....!!
ଜୀବନ ଧନଟା ତା'ଜୀବନେ ବ୍ୟସ୍ତ
ନାହିଁ ମୋ'ପ୍ରେମର ନିଶା ।


ଛବିରାଣୀ ପତି
ମଧ୍ୟ ଶାସନ, ଜଗତସିଂହପୁର

Post a Comment

0 Comments