Ad

header ads

କବିତା - ଅବ୍ୟକ୍ତ ଅସହ୍ୟ ଅକୁହା କ୍ଷତ - ପ୍ରଣତି ମହାପାତ୍ର

ଅସରା ଅସରା ଲୁହକୁ 
ଆଞ୍ଜୁଳା ଆଞ୍ଜୁଳା କରି
ପିଇ ପିଇ ଆଜି ମୁହିଁ
ବୈଶାଖ ମାସର ଭୂଇଁ ପରି
ଟାଣ ଶକ୍ତ ହୋଇବି
ଆଉ ସହି ପାରୁନି।
କାହିଁକି କେଜାଣି ମୋ ଅଜାଣତରେ
ବହି ଯାଉଛି
ଅବାରିତ ଲୁହ ଲହୁ ହୋଇ।
ଏମିତି କ୍ଷତାକ୍ତ ଯନ୍ତ୍ରଣା ଯେ
ନା ନିଜେ ଦେଖି ପାରୁଛି
ନା କାହାକୁ ଦେଖାଇ ପାରୁଛି।

ପ୍ରଣତି ମହାପାତ୍ର
ବାଲେଶ୍ଵର

Post a Comment

0 Comments