Ad

header ads

କବିତା - ଅଭେଦ୍ୟ ପ୍ରୀତି - ସ୍ମୃତିପ୍ରଜ୍ଞା ସ୍ୱାଇଁ

କଇଁ ଭଲପାଏ ଚନ୍ଦ୍ରକୁ...
କଇଁ ଜାଣିଛି ସେ ଚନ୍ଦ୍ରକୁ ,
କେବେବି ହାତପାହାନ୍ତା ରେ ପାଇପାରିବନି
ତଥାପି କଇଁ ହୃଦୟ ଦେଇ ଭଲପାଏ ଚନ୍ଦ୍ରକୁ
ଚନ୍ଦ୍ର ଆସିଲେ ସଜେଇହୁଏ କଇଁ
ଚନ୍ଦ୍ରର ଶୀତଳ ସ୍ପର୍ଶରେ ନିଜକୁ ପ୍ରସ୍ଫୁଟିତ କରିଦିଏ କଇଁ
ହୃଦୟର ସମସ୍ତ ଆବେଗକୁ ଢାଳିଦିଏ ଚନ୍ଦ୍ର ପାଖରେ
ନିଜକୁ ସମର୍ପିତ କରିଦିଏ ଚନ୍ଦ୍ର ନିକଟରେ
ସେ ଜାଣିଛି ଚନ୍ଦ୍ର ଆଉ ତା ଭିତରେ
କେତେ ଯେ ପାର୍ଥକ୍ୟ, କେତେ ଯେ ଦୂରତା
ତଥାପି ଦୁହିଙ୍କର ପ୍ରୀତି ଅଭେଦ୍ୟ
ନା ଅଛି ପାଇବାର ଆଶା
ନା ଅଛି ହରେଇବାର ଦୁଃଖ
କେବଳ ଦୁହିଁଙ୍କ ମଧ୍ୟରେ ଅଛି
ପ୍ରେମ ଆଉ ସମର୍ପଣ।...


ରଚନା : ସ୍ମୃତିପ୍ରଜ୍ଞା ସ୍ୱାଇଁ

ଠିକଣା : ଜଗତସିଂହପୁର,  ଦୂରଭାଷ :

Post a Comment

0 Comments