Ad

header ads

କ୍ଷୁଦ୍ରଗଳ୍ପ - ଆଫେୟାର - ସତ୍ୟବାଦୀ ସ୍ବାଇଁ

ଆଫେୟାର*

ହୁଲ ସ୍ଥୁଲ ହୋଇଗଲା ସାରା କ୍ଲାସ ଶର୍ମା ସାର୍ ଯେତେବେଳେ ଫୁସ୍ ଫୁସ୍ କରି କେଇ ପଦ କଥା ମୋ କାନରେ କହି ଦେଲେ। ଅନେକ ସନ୍ଦେହ ଆଖି ମୋତେ ଯେପରି ଗୋଟା ସୁଦ୍ଧା ଗିଳି ପକାଉଥିଲେ।ସମସ୍ତେ କହୁଥିଲେ ସାର୍ ଙ୍କ ସହ ମୋର କାଳେ 'ଆଫେୟାର' ଅଛି।
ବି କେ ଶର୍ମା ଅର୍ଥାତ ବିସ୍ମୟ କୌଶିକ ଶର୍ମା,ଗଣିତ ସାର୍ ଆମର।ନାଁ ଅନୁସାରେ କାମ।ବିସ୍ମୟ ଠୁ ଟିକେ ଅଧିକ ବିସ୍ମୟ,ଆମ ବି କେ ଶର୍ମା ସାର୍।କଲେଜ ସାରା ବି କେ ଭାବେ ଖୁବ ଜଣା ଶୁଣା।ମୁଁ ମାନେ ମୀରା ହେମ୍ବ୍ରମ ସାର୍ ଙ୍କୁ ଶର୍ମା ସାର୍ ବୋଲି ଡାକେ। ଅଗାଧ ଜ୍ଞାନର ଅଧିକାରୀ ଗୋଲଡ୍ ମେଡାଲିଷ୍ଟ୍ ଶର୍ମା ସାର୍ କଲେଜର ଆତଙ୍କ ବି।ଭଲା ଭଲା ଛାତ୍ରଙ୍କ ଲାଙ୍ଗୁଡ଼ ସିଧା କରି ଦିଅନ୍ତି।ରାଢ଼ କହିଲେ ଚଳେ।ଯେ କୌଣସି ଡିପାଟେମେଣ୍ଟ୍ ପିକ୍ ନିକ୍ ଗଲେ ଆଗ ଖୋଜା ପଡନ୍ତି ଶର୍ମା ସାର୍।କାରଣ କଲେଜ ପିକ୍ ନିକ୍ ମାନେ ଅତ୍ୟଧିକ ଉତ୍ସୃଙ୍ଖଳର ମାହୋଲ।କଲେଜ ପଢୁଆ ଯୁବ ବର୍ଗଙ୍କୁ ସମ୍ଭାଳିବା କାଠିକର ପାଠ।କିନ୍ତୁ ଶର୍ମା ସାର୍ ଥିଲେ ସବୁ ଠିକ୍ ଠାକ୍ ଚାଲେ। କଲେଜର ଯେଉଁଠି ଗହଳି ସେଠି ଶର୍ମା ସାର୍ ଙ୍କୁ ନିଶ୍ଚିନ୍ତ ଡ଼ାକରା ଆସେ।ତାଙ୍କ ପାଇଁ କଲେଜ ସୁଶୃଙ୍ଖଳିତ।ଏଣୁ ଏ ହିସାବରେ ବି ଶର୍ମା ସାର୍ ଙ୍କ ଆଉ ଗୋଟେ ପରିଚୟ।ପ୍ରିନ୍ସପାଳ ଙ୍କ ଠାରୁ ଆରମ୍ଭ କରି ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମହଲରେ ବେଶ୍ ଆଦୃତ ନାଁଟିଏ ଶର୍ମା ସାର୍।ବେଶୀ ଛାତ୍ରୀ ମାନେ ଭଲ ପାଆନ୍ତି ସାରଙ୍କୁ।
ଶର୍ମା ସାର୍ ଛଅ ଫୁଟି ପାଞ୍ଚ ଇଞ୍ଚଆ ତେୟାଳିଶ ବର୍ଷ ବୟସ୍କ ହିରୋ ଟାଇପ ଜଣେ ମଣିଷ।ସବୁବେଳେ ଧଳା ପିନ୍ଧିବାକୁ ପସନ୍ଦ କରନ୍ତି।ସାର୍ ଙ୍କ ଧଳା ଦେହକୁ ଧଳା ପୋଷାକ ବେଶ୍ ମାନେ। ସେ ମୋତେ ଖୁବ ଭଲ ଲାଗନ୍ତି। କେବଳ ମୋତେ ନୁହେଁ ସଭିଙ୍କ ଭିତରେ କଲେଜରେ ଭଲ ଲାଗିବା ଲେକ୍ଚର ଭିତରେ ପ୍ରଥମ ନାଁ ଶର୍ମା ସାର୍ ଆସେ।ଅନେକ ପିଜି ଛାତ୍ରୀ ତ ମାଳା ଜପନ୍ତି ସାର୍ ଙ୍କ ନାମରେ।ହଷ୍ଟେଲରେ ବେଶୀ ଚର୍ଚ୍ଚା ହୁଏ ଶର୍ମା ସାରଙ୍କୁ ନେଇ।କାରଣ ଏବେ ବି ଶର୍ମା ସାର୍ ଅନ୍ ମ୍ୟାରେଡ୍। ଦି ମାନେ କୁହନ୍ତି ଓଃ କି ହ୍ୟାଣ୍ଡସମ୍ ଟ୍ୟାଲେଁଟେଡ୍ ମ ଶର୍ମା ସାର୍;ଏଭର୍ ଗ୍ରୀନ୍ ହ୍ୟାଣ୍ଡସମ୍ ୟାର।କାଶ୍ ମୋତେ ଏମିତି ଜଣେ ବୟ ଫ୍ରେଣ୍ଡ ମିଳନ୍ତାକି।ଅନ୍ ମ୍ୟାରେଡ଼ ଅଧ୍ୟାପିକା ମାନେ ହୁକ ପକାନ୍ତି ଶର୍ମା ସାର୍ ଙ୍କୁ ମ୍ୟାରେଜ କରିବା ପାଇଁ।ମାତ୍ର ବିରଳ ପ୍ରଜାତିର ମଣିଷ ଏଇ ଶର୍ମା ସାର୍।ସବୁ ରୂପ,ରଙ୍ଗ,ଗୁଣ,ଜ୍ଞାନ ଭଲ କିନ୍ତୁ ଗୋଟିଏ ଗୁଣ ଖରାପ ଲାଗେ ।
ସେଇ ଖରାପ ଗୁଣଟି ହେଲା ସୁନ୍ଦର ଝିଅଟିଏ ଦେଖିଲେ ତାକୁ ପାଖକୁ ଡାକି କେହି ନ ଶୁଣିଲା ପରି ଚୁପ୍ ଚୁପ୍ କିଛି କୁହନ୍ତି। ଭଲ କଥା କୁହନ୍ତି,ମାତ୍ର ଚୁପ୍ କି କାଇଁ କୁହନ୍ତି,ଅଯଥା କ୍ଳାସରେ ଭ୍ରମ ସୃଷ୍ଟି କରନ୍ତି ବୁଝି ପାରେନି ମୁଁ।ଯେଉଁଟା କ୍ଲାସରେ ସନ୍ଦେହ ଜାଲ ବୁଣେ।ସାର୍ ବିନ୍ ଦାସ ,କୋଣସି କଥାରେ ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ।ପାଠ କିନ୍ତୁ ମସ୍ତ ପଢ଼ାନ୍ତି।ଏଣୁ ପ୍ରତି ଛାତ୍ର ତାଙ୍କ ପାଖେ ଆନୁଗତ୍ୟ ପ୍ରକାଶ କରନ୍ତି। ବାଳୁଙ୍ଗା ଟୋକା ମାନେ କୁହନ୍ତି "ହେଇ ଆସିଗଲେ ଆମ କାନ ଫୁସ ହିରୋ ସାର୍।"
ମୋର ହୋଇଥାଏ +2 ସାଇନ୍ସ୍ ସେକେଣ୍ଡ୍ ୟିଅର୍।ଫାଷ୍ଟ୍ ୟିଅର୍ରୁ ମୁଁ ସାର୍ ଙ୍କୁ ବୋଧେ ସମସ୍ତଙ୍କ ଠାରୁ ଟିକେ ବେଶୀ ଭଲ ଲାଗେ।ହଁ ଏମିତି ମୋତେ ଲାଗେ।ଏହା ଯେ ସମ୍ପୂର୍ଣ୍ଣ ସତ୍ୟ ତାହା ମୋତେ ଅଜଣା।ମୋ କ୍ଲାସ ପିଲା କିନ୍ତୁ କୁହନ୍ତି"ମୀରା ତୁ ଲକୀ ବେ।ଶର୍ମା ସାର୍ ତୋତେ ଭାରି ଭଲ ପାଆନ୍ତି।ହୁସିଆର ଥିବୁ ମୀରା।ଏଭର୍ ୱାନଟେଡ୍ ବ୍ୟାଚ୍ ଳର ସେ। ଯେତେ ଭଲ ହେଲେ ବି ସେ ସାର୍ ଅଧା ବୁଢା।ରସି ଗଲେ ଫସିଯିବୁ।ଆଛା କହିଲୁ ତୋ କାନରେ କଣ ସବୁ କୁହନ୍ତି?"
ମୋତେ ଏସବୁ ଶୁଣି ଖରାପ ଲାଗେ।ଭାବେ ଏଥର ସାର୍ ପାଖକୁ ଡାକିଲେ ଯିବି ନାହିଁ।ପୁଣି ଭୟ ଲାଗେ ମ୍ୟାଥ୍ ସହ ଟିକେ ଭଲ ପଟେନା ମୋର।ପୁଣି ସେଇ ମ୍ୟାଥ୍ ସାର୍ ଙ୍କ ସଂଗେ ପଙ୍ଗା ;ମାନେ ଜଳରେ ଘର କରି କୁମ୍ଭୀର ସଂଗେ ଶତ୍ରୁତା ପରି ହେବ।ତା ଛଡା ସାର୍ କେବେ ବି ମୋ କାନରେ କିଛି ଖରାପ କଥା କୁହନ୍ତିନି।ଚାପ୍ଟର ଫାଇଭ୍ ର ନମ୍ବର ସେଭେନ୍ ମ୍ୟାଥ୍ ଆସିଲା?।ଏମିତି କରିବୁ।ଚାପ୍ଟର ଟୁଏଲଭ୍ର ନମ୍ବର ଇଲେଭେନ୍କୁ ସେମିତି କରିବୁ।ଭଲ ବୁଝାଇକି କୁହନ୍ତି;କାନରେ।ଏମିତି କାଇଁକି କରନ୍ତି ଭୟରେ ପଚାରି ହୁଏନା।ମୁଁ ସାର୍ ଙ୍କୁ ଭଲ ଲାଗେ ଏଇଥି ପାଇଁ ସରଳ ଶୁଶୀଳ ସୁନ୍ଦର ଝିଅଟି ବୋଲି ବୋଧେ।କାହିଁକି ନା ଅନେକ ଥର ସାର୍ କହିଛନ୍ତି ଏଇଟା ରେଭେନ୍ସା ମୀରା।ଏଠିପାଠ,ଶାଠ,ଷ୍ଟାଇଲ୍,ସ୍ମାଇଲ୍, ଶୋଇଙ୍ଗ୍
ନେଚର୍ ସବୁ ଟପ୍ ଗ୍ରେଡ ର।ଏମିତି ବୋକିଙ୍କ ପରି କଣ ହେଉଛୁ?ସ୍ମାର୍ଟ ହଅ।ତୋ ଭିତରେ ବହୁତ ଟ୍ୟାଲେଁଟେ ଅଛି।ହୁଏତ ଦିନେ ତୁ ଜଣେ ଭଲ ମଣିଷ ହେବୁ।"ଏତେ ସୁନ୍ଦର କଥା କେବଳ ମୋ ବାବା ମା ହିଁ କହି ପାରନ୍ତି।ଏଣୁ ସାର୍ ମୋର ଭାରି ପ୍ରିୟ।ଯିଏ ଯାହା କୁହନ୍ତି ମୁଁ ସେମାନଙ୍କୁ କୈଫିୟତ୍ ଦେବାକୁ ଚାହେଁ ନା।ସେଥିପାଇ ସମସ୍ତେ ଉପରୁ ତଳ କ୍ଲାସ ପିଲାମାନେ କୁହନ୍ତି ମୀରାର ବି କେ ଙ୍କ ସାଙ୍ଗରେ 'ଆଫେୟାର' ଚାଲୁଛି।
ସାର୍ ବେଶୀ ଭଲ ପାଆନ୍ତି ମୋ ଟୋନ୍କୁ।କୁହନ୍ତି ସାକ୍ଷାତ ଲତା ମଜେସ୍କର ଟୋନ୍।ମୁଁ ବି ଲତାଜୀଙ୍କ ବଡ଼ ଫ୍ୟାନ୍।ସବୁ ଗୀତ ଗୁଡିକ ଲତାଜୀ ଙ୍କର ହିଁ ଗାଏ।ବିନା ଶିକ୍ଷା,ବିନା ଗୁରୁରେ ଅବିକଳ ଗାଇଥାଏ ଗୀତ।ଓଡ଼ିଆରେ ସ୍ବର୍ଗତ ଖୋକା ଭାଇ ମାନେ ଅକ୍ଷୟ କୁମାର, ଓ ନିମାଇଁ ଚରଣ ହରି ଚନ୍ଦନ ମୋର ବେଶୀ ପସନ୍ଦ।ସାର୍ ପ୍ରାୟତଃ କୁହନ୍ତି ମୀରା ତୁ ସାକ୍ଷାତ କୃଷ୍ଣଙ୍କ ମୀରା ବାଈ।ଭଜନ ଜଣାଣ ଠିକ୍ ମୀରା ପରି ହିଁ ଗାଉଛୁ।ଗୋଟିଏ ଓଡ଼ିଆ ଗୀତ ସେ ସବୁବେଳେ ଶୁଣିବାକୁ ଭଲ ପାଆନ୍ତୁ।ସେ ଦୁଇଟି ହେଲା ହୃଦୟର ଏଇ ଶୁନ୍ୟତାକୁ ଓ ହେ ଫଗୁଣ ତୁମେ ଗଲା ପରେ ପରେ।ମୋତେ ଲାଗେ ସାର୍ ପ୍ରେମରେ ବୋଧେ ଧୋକା ଖାଇ ଅନ୍ ମ୍ୟାରେଡ୍।
ଆମ ଅନ୍ନପୂର୍ଣ୍ଣା ମ୍ୟାମ୍ ସାର୍ ଙ୍କ ପଛେ ଜୋକ ପରି ଲାଗିଥାଆନ୍ତି।ମୋତେ କୁହନ୍ତି"ମୀରା ତୁ ତ ସାର୍ ଙ୍କ ଅଧିକ ପ୍ରିୟ ଟିକେ କୁହନ୍ତୁନି "ମୋତେ ସେ ବହୁତ ଭଲ ଲାଗନ୍ତି।ଆମ ଦି ଜଣଙ୍କୁ ଯୋଡି ଡେ ମ ମୀରା।" ମୁଁ ଟିକେ ହସି ଦିଏ।ସାର୍ ଙ୍କୁ ମୁଁ ଏ କଥା କେମିତି କହିବି ମାମ୍!ଆପଣ ସିନା ତାଙ୍କ ଜୁନିଅର ହେଲେ ବି ତ ସାଙ୍ଗ ନା।ଆପଣ ସିଧା ସଳଖ କହୁ ନାହାନ୍ତି ସାର୍ ଙ୍କୁ ଭଲ ପାଆନ୍ତି ବୋଲି।ମାମ୍ କୁହନ୍ତି ଆରେ ବାବା ଗୋଟା ଗିଳିଯିବ ଯିବ ମୋତେ ସେ ରାଢ଼ ଟା।ମୁଁ କୁହେ "ମୋତେ କେମିତି କହୁଛନ୍ତି କହିବାକୁ ଯଦି ଆପଣଙ୍କୁ ଗିଳି ଦେବେ ମୋତେ ଖାଇ ଯିବେନି"!!ମାମ୍ ମୁହଁ ଫୁଲାଇ କୁହନ୍ତି "ଫୁଲେଇ ଟା କେତେ ଦେଖେଇ ହେଉଛୁ ମ।ନା ତୁ ବି ମନେ ମନେ ରସୁଛୁ ବି କେ ଙ୍କୁ।"
ଆଶ୍ଚର୍ଯ୍ୟ ଲାଗେ ଟିକେ କିଛି ପଚାରିବା,
ପଢ଼ାରେ ଗାଇଡ଼ କରିବା,ବିଭିନ୍ନ ଗୀତ ପ୍ରତିଯୋଗିତାକୁ ପଠାଇବା ମାନେ କଣ ଭଲ ପାଇବା!!ଭଲ ପାଇବାକୁ ସମସ୍ତେ ଏତେ ସଂକୀର୍ଣ୍ଣ କରି ଦିଅନ୍ତି କାହିଁକି!ଭଲ ପାଇବା ଛାଡି ଜୀବନ ଅଛି କି?ବାବା ମା,ଭାଇ ଭଉଣୀ,ଆତ୍ମୀୟ,ସାଙ୍ଗ ସାଥି କଣ ଭଲ ପାଆନ୍ତି ନାହିଁ!ମୋ ଛୋଟ ମଗଜରେ କିଛି ପଶେନି।ମୁଁ ବି କାହା କଥା ଉପରେ ଏତେ କିଛି ଭାବେନି।ଯେ ଯାହା କହୁଛନ୍ତି କୁହନ୍ତୁ "ମୁଁ ଜାଣେ ଶର୍ମା ସାର୍ କୌଣସି ଦିନ ମୋତେ ଟିକେ ବି ଖରାପ କଥା କହି ନାହାନ୍ତି।ତାଙ୍କ ଆଦତ୍ ସେମିତି।ପ୍ରାୟ ସମସ୍ତଙ୍କୁ ଏମିତି କୁହନ୍ତି।ମୋତେ କିନ୍ତୁ ଅଧିକ।ଅବଶ୍ୟ ମୋତେ ସାର୍ ଅଧିକ କାହିଁକି ଭଲ ମନ୍ଦ ପୁଣି ଅନୁଚ୍ଚ ସ୍ୱରରେ କୁହନ୍ତି ବୁଝି ପାରେ ନାହିଁ।ଏ ଦୁନିଆଁରେ ଆଶା ନ ରଖି କେହି କାହା ପାଇଁ କିଛି ବି କରନ୍ତି ନାହିଁ କୁଆଡେ!!ଶର୍ମା ସାର୍ ଙ୍କ ମୋତେ ଏତେ ଭଲ କଥା କହିବା ପଛରେ କଣ ଥାଇ ପାରେ...।କାହିଁକି ସେ ମୋ ଉପରେ ଏତେ ଭରସା ରଖନ୍ତି!!ମୁଁ ଟପ୍ କରେ ପାଠରେ,ମୁଁ ଯେଉଁ ପ୍ରତିଯୋଗୀତାକୁ ଯିବି ଏକ ନମ୍ବର ହୁଏ ଏପରି ଗୋଟେ ଆଶା କାହିଁକି ସାର୍ ରଖନ୍ତି!!ଦିନେ ଦିନେ ନିଜେ ନେଇ ଯାଆନ୍ତି ଗୀତ କମ୍ପିଟେସନ୍ କୁ!!କାହିଁକି ର ଅଡୁଆ ସୂତାରେ ମୋ ସତର ବର୍ଷର ମୁଣ୍ଡ ଗୋଳ ମାଳ ଧରେ।ମୁଁ ଭୟ କରେ ନିଜକୁ,ଶର୍ମା ସାର୍ ଙ୍କୁ ଓ ଅନ୍ୟମାନଙ୍କ ଟିପ୍ପଣୀକୁ।
ଗୀତ କମ୍ପିଟେସନ୍ କଥା ଶର୍ମା ସାର୍ କହିଲେ ମୁଁ ଏଣିକି ଏଡେଇ ଦିଏ ସେକେଣ୍ଡ ୟିଅର କହି।ମ୍ୟାଥ୍ ବୁଝେଇବାକୁ ଡାକିଲେ ଦେହ ଖରାପ ଅଛି କହି ଯାଏନି।ମୋ ଭିତରେ ଶର୍ମା ସାର୍ ଙ୍କୁ ନେଇ ସନ୍ଦେହ ଘନୀଭୂତ ହୁଏ ଏକଥା ବୋଧେ ସାର୍ ବୁଝି ଗଲେଣି।ମୋତେ ଆଗ ପରି ସେତେ ପାଖକୁ ଡାକନ୍ତି ନାହିଁ କି କେଉଁଠି କି ଗୀତ କମ୍ପିଟେସନ୍ ହେଉଛି ସେ ସୂଚନା ଦିଅନ୍ତି ନାହିଁ।ଶର୍ମା ସାର୍ ଅପେକ୍ଷାକୃତ ଗମ୍ଭୀର ଲାଗନ୍ତି।ଅନ୍ନପୂର୍ଣ୍ଣା ମାମ୍ କୁହନ୍ତି "ମୀରା ବି କେ ଙ୍କ କଣ ହୋଇଛି କି?ସେ କାଇଁ ବେଶୀ ଗମ୍ଭୀର ହୋଇଯାଉଛନ୍ତି ଦିନୁ ଦିନ।ବେଶୀ କାହା ସଂଗେ କଥା ହେଉ ନାହାନ୍ତି?"
ମୁଁ ହସିକି କୁହେ "ଆପଣ ସିନା ଲେକ୍ଚର ବନ୍ଧୁ ;ଜାଣିଥିବେ ଶର୍ମା ସାର୍ ଙ୍କ କଣ ପ୍ରୋବ୍ଲେମ୍।ମୁଁ କେମିତି ଜାଣିବି ଯେ"।
ଅନ୍ନପୂର୍ଣ୍ଣା ମାମ୍ କୁହନ୍ତି "କଲେଜ ସାରା ହୁରି ସାର୍ ଙ୍କ ଓ ତୋର 'ଆଫେୟାର' ଚାଲୁଛି ।ତୁ କେମିତି ଜାଣିବୁନି ମ।ଆମେ ସିନା ଲେକ୍ଚର ବନ୍ଧୁ,ତୁ ତ ତାଙ୍କ ମନ ବନ୍ଧୁ।"
ମନ ବନ୍ଧୁ!ଏ କେମିତି କଥା!ସାର୍ ମୋ ବାବା ବୟସର ହେବେ ତାଙ୍କୁ ନେଇ କି ବାଜେ ଚିନ୍ତା ଧାରା!ସତରେ ପିଲା କଲେଜ ଆସନ୍ତି ପଢିବାକୁ କମ୍ ଫାଜିଲାମୀ କରିବାକୁ ଅଧିକ। ଯାହା ବି ହେଉ ସମସ୍ତଙ୍କ ଠାରୁ ଶୁଣି ଶୁଣି ମୁଁ ବି ଡରି ଗଲି।ଆଉ କେତୋଟି ମାସ ପରେ ପରୀକ୍ଷ ସରିବ।ସେ ପର୍ଯ୍ୟନ୍ତ ହୁସିଆର ହୋଇ ଚଳିବାକୁ ପଡିବ।ତେଣିକି ପରୀକ୍ଷା ସରିଲେ ମୁଁ କଣ ଆଉ ଏଠି ପଢିବି ନା କିଏ କଣ କହିବ!!ନିଜକୁ ବୁଝାଇ ପଢ଼ାରେ ମନ ଦେଲି।କିନ୍ତୁ ପଢୁ ପଢୁ ମନେ ପଡନ୍ତି ସାର୍।କାହିଁକି ମୋ ପ୍ରତି ସାରଙ୍କ ଏତେ ଆତ୍ମୀୟତା ଜାଣିବାକୁ ମନ ଖୁଜୁରୁ ବୁଜୁରୁ ହୁଏ।କି ରହସ୍ୟ ଅଛି ଏହା ପଛରେ।କିବା ସାର୍ ସତକୁ ସତ ଜଣେ ବାଜେ ବ୍ୟକ୍ତି!!ଅନେକ କାହିଁକିର ଉତ୍ତର ନଥାଏ ମୋ ପାଖେ।କାହାକୁ ପଚାରି ହୁଏନାହିଁ।ଭାରି ଅଡୁଆ ଓ ବିକଳ ଭାଵ ଗ୍ରାସ କରେ।ପୁଣି ଭାବେ ଆଉ କାହାକୁ କାଇଁ ପଚାରିବି ସିଧା ସାର୍ ଙ୍କୁ ପଚାରିଦେଲେ ତ ସବୁ କ୍ଲିଅର ହୋଇ ଯାଆନ୍ତା।ମନ ଭିତର ସବୁତକ ସାହସ ସଞ୍ଚୟ କରି ମୁଖସ୍ଥ କଲି କଣ କଣ ସାରଙ୍କୁ ପଚାରିବି।ନିଜକୁ ଖୁ ପ୍ରସ୍ତୁତ କଲି ଯୁଦ୍ଧ କ୍ଷେତ୍ରକୁ ଗଲା ପରି।
ରବିବାର ସାର୍ ଘରେ ଥିବେ। ମୋ ସାଙ୍ଗ ଅନ୍ୱେଷାକୁ ସାଙ୍ଗରେ ନେଇ ସାରଙ୍କ ଘରକୁ ଗଲି।କଟକରେ ବାଲିଯାତ୍ରା।ପ୍ରାୟତଃ କଟିକିଆ ସମସ୍ତଙ୍କ ଘରେ ବନ୍ଧୁ ବାନ୍ଧବଙ୍କ ଭିଡ଼ ବାଲିଯାତ୍ରା ଦେଖିବା ନେଇ।ସାର୍ ଙ୍କ ଘର ଆଗ ଚପଲ ଦେଖି ଅନୁମାନ କରିନେଲି ଅତି କମରେ ଘର ଭିତରେ ସତର ଜଣ ଥିବେ।ନା ଆଜି ହେବନି,କହି ଫେରି ଆସୁ ଆସୁ ପଛରୁ କେହି ଜଣେ ଡାକିଲେ" ଆରେ ଚାଲି ଯାଉଛ କଣ?ଅଳ୍ପ ସମୟ ପରେ ପୂଜା ହେବ।ଆସନ୍ତୁ ଭିତରକୁ।ସାରଙ୍କ ଘର କଟକ ଚଣ୍ଡୀ ପାଖରେ।କାର୍ତିକ ମାସ ସାରା ତ ପୂଜା।ସାରଙ୍କ ଘରେ ସେମିତି କିଛି ପୂଜା ହେଉଥିବ।ନାଇଂ ନାଇଁ ଆମେ ପରେ ଆସିବୁ ମ୍ୟାଥ ବୁଝିବାକୁ ଆସିଥିଲୁ କହି ଆସିବାକୁ ବାହାରିଲୁ।ଲୋକଟି ଦଉଡ଼ି ଆସି କହିଲେ ସେ କେମିତି କଥା ଘର ପାଖକୁ ଆସି ଫେରିଯିବେ!!
ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଙ୍କ କଥା କାଟି ନପାରି ଘର ଭିତରକୁ ଗଲୁ।ସମ୍ପୂର୍ଣ୍ଣ ନୀରବତା ଘର ସାରା।ଘେରି ହୋଇ ବସିଛନ୍ତି ପାଖାପାଖି ଅନେକ ଲୋକ।ନନା ହୋମ କରିବାକୁ ଉଦ୍ୟତ।ଆଗରେ ଥୁଆ ହୋଇଛି ଗୋଟେ ଝିଅର ଫୋଟୋ।ବେକରେ କର୍ପୂର ମାଳ କହୁଛି ଝିଅଟି ମୃତ।ସବୁଠୁ ଆଶ୍ଚର୍ଯ୍ୟ ଫୋଟୋ ଭିତରେ ମୀରା!!!
ମୀରା କାନ୍ଦ କାନ୍ଦ ହୋଇଗଲା।ସେ ବଞ୍ଚିଛି ;କିନ୍ତୁ ଶର୍ମା ସାର୍ ରାଗିକି ତା ଶ୍ରାଦ୍ଧ ଦେଉଛନ୍ତି!!ବିକଳରେ ମୀରା ଡାକିଲା "ଶର୍ମା ସାର୍ ମୁଁ ବଞ୍ଚିଛି".....ଉପସ୍ଥିତ ଲୋଜେ ପଛକୁ ଚାହିଁ ସ୍ତମ୍ଭିଭୁତ।ଥରେ ଫୋଟୋ ଓ ଥରେ ମୋ ମୁହଁକୁ କାଲୁବାଲୁ କରି ଚାହୁଁଥାନ୍ତି।ସାର୍ ଧୀରେ କି ଉଠି ଆସି କହିଲେ "ଆରେ ମୀରା! ତୁ!!।ଆ ଆ...ଫୋଟୋରେ ତୁ ନୁହଁ ସେ ମୋ ଗେଲ୍ଲୀ ଭଉଣୀ 'କୀର୍ତ୍ତୀ'।ଦଶ ବର୍ଷ ତଳେ ଆଜି ଦିନରେ ସେ ଆମକୁ ଛାଡି ଆର ପାରିକୁ ଚାଲି ଯାଇଛି।କକେଜରୁ ଫେରିବା ବେଳେ ତା ବୟ ଫ୍ରେଣ୍ଡ ଦଳେ ଟୋକାଙ୍କ ସହ ମିଳି ଟେକି ନେଇ ଗଣ ଦୁଷ୍କର୍ମ କରି ଫିଙ୍ଗି ଦେଇଥିଲେ ଡ୍ରେନକୁ।ତୁ କୀର୍ତ୍ତୀର କାର୍ବନ କପି।ତୋତେ ଦେଖି ଦେଖୁନୁ ସମସ୍ତେ କେମିତି ଆଶ୍ଚର୍ଯ୍ୟ।କୀର୍ତ୍ତୀ ମରିଛି ନା ବଞ୍ଚିଛି ଦ୍ଵନ୍ଦରେ ପଡ଼ି।ମା ତ ସେବେଠୁ ପାଗେଳି।ପାଗେଳି ମାକୁ ମୋ ସ୍ତ୍ରୀ ଆସିଲେ କାଳେ ଅବହେଳା କରିବ,କାଳେ ସଂସାର୍ ଭିତରେ ହଜି ଯାଉ ଯାଉ ବୋଉ ପ୍ରତି ମୋ କର୍ତ୍ତବ୍ୟ ଊଣା ହେବ ସେଇ କଥା ଚିନ୍ତା କରି ମୁଁ ଆଜୀବନ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଛି କହିଲେ ଶର୍ମା ସାର୍।
ଶର୍ମା ସାର୍ଙ୍କ ବୋଉ ମୋତେ ଧରି କାନ୍ଦିବା ଆରମ୍ଭ କରିଦେଇଥିଲେ ସେତେବେଳେକୁ।
ମୁଁ ବୁଝିଗଲି ଶର୍ମା ସାର୍ ଓ ମୋ ଭିତର "ଆ
ଫେୟାର"' ଟାକୁ।କିନ୍ତୁ ଛି! କି ସଂକୀର୍ଣ୍ଣ ମନା ମୁଁ।ଶ୍ରାଦ୍ଧରେ ବସି ମୁଁ ଦେଖୁଥିଲି କୀର୍ତ୍ତୀ ଭିତରେ ମୋତେ।ଠିକ୍ ତ ଅବିକଳ ମୁଁ କୀର୍ତ୍ତୀର ଟୁପ୍ଲିକେଟ୍।
*Satyabati swain,balikuda,jagatsinghpur*



ରଚନା : Satyabati swain.

ଠିକଣା : c/o Monash tarenia
Sipi,jagatsinghpur,Near Subaru barahi mandir ଦୂରଭାଷ :

Post a Comment

0 Comments