Ad

header ads

କବିତା - ସ୍ଵାର୍ଥାନ୍ଧ ମଣିଷ - ପ୍ରଣତି ମହାପାତ୍ର

ସ୍ଵାର୍ଥାନ୍ଧ ମଣିଷ
🏵🏵🏵🏵🏵


ତା କୋଳରେ ବିତିଥିଲା
ଚାରି ପାଞ୍ଚ ପୁରୁଷ,
ଏକତା ସୂତ୍ରରେ ବାନ୍ଧି ମୁଖେ
ଫୁଟାଉଥିଲା ହସ।
କେତେ ସୁଖ ଦୁଃଖ ଜୟ
ପରାଜୟ ଦେଖିଛି,
ଅଣ୍ଟା ସଳଖିବାକୁ ପରୋକ୍ଷେ
ପ୍ରବର୍ତ୍ତାଇଛି।
ତା ଆଖପାଖରେ କୁନିକୁନି
କଳିକା ସ୍ଵର,
ସଦା ଶୁଣୁଥିଲା ସେହି
ରହି ଦିଏ ଉତ୍ତର।
ସାହସ ଶକ୍ତି ଯୋଗାଏ
ଦେଉଥିଲା ଆହାର,
ବିପଦ ଆସିଲେ ଆଗେ
ହୋଇଥାଏ ହାଜର।
ଗଡିଚାଲିଲା ସମୟ
ବଦଳିଲେ ମଣିଷ,
ଭୁଲିଗଲେ ମମତାକୁ
ହୋଇ ସ୍ଵାର୍ଥର ବଶ।
ସୁଖର କୁଡିଆ ମଧ୍ୟୁ ସର୍ବେ
ହେଲେ ଅନ୍ତର,
ଗୋ,କନ୍ୟା ପଛେ ଗଲେ
ଦେବତା କୂଳର ।
ଗଲାପରେ ଶ୍ରୀହୀନ ହୋଇଲା
ସ୍ଥାନ ସେହି,
ଅସହ୍ୟ ହୋଇଣ ସେ
ଯେ ହେଲା ଧରାଶାୟୀ।
ମୁକ ପ୍ରାୟ ରହି ଅଛି
ନାହିଁ ମୁଖେ ହସ,
ତଥାପି ବୁଝେନି କିଛି
ଏ ସ୍ଵାର୍ଥାନ୍ଧ ମଣିଷ।
ଏ କାହାଣୀ ଥିଲା ଗୋଟେ
ରାଜ ପ୍ରାସାଦର,
ଉର୍ଦ୍ଧ୍ବ ମୁଖ ହୋଇ ଶ୍ଵାସ
ଛାଡେ ବିକଳର।
ପ୍ରାସାଦର ରାଜା ସିନା
ଛାଡି ଚାଲିଗଲେ,
ଭାବୁଛି ଅତୃପ୍ତ ହୋଇଣ
ଅଭିଶାପ ବର୍ଷିଲେ।

🌻🌻🌻🌻🌻🌻🌻🌻
ପ୍ରଣତି ମହାପାତ୍ର
ଫକୀରମୋହନ ନଗର
ବାଲେଶ୍ଵର



ରଚନା : Pranati Mahapatra

ଠିକଣା : Fakirmohan Nagar ଦୂରଭାଷ :

Post a Comment

0 Comments