ଶରତେ ମାଆ
🏵🏵🏵🏵🏵
ଶରତର କାଶତଣ୍ଡୀ ଖିଲି ଖିଲି ହସେ
ମାଆର ଆଗମନ ପାଇ,
ଗଗନର ମେଘମାଳା କଳାଓଢଣା ଫାଙ୍କରୁ
ସ୍ଵାଗତ ବି କରଇ।
ଧରାବତରଣ କରିଛନ୍ତି ମା ଉଲ୍ଲସିତ ପୁରବାସୀ,
ଶୁଭାଶିଷ ଦେଇ କରୁଣା ବାରିରେ ଢାଳିବେ କେତେ ଖୁସି।
ପ୍ରଥମରେ ଶୈଳପୁତ୍ରୀ ଶାନ୍ତିମୟୀ,
ଦ୍ଵିତୀୟେ ବ୍ରହ୍ମଚାରିଣୀ ଭକ୍ତିମୟୀ,
ତୃତୀୟେ ଚନ୍ଦ୍ରଘଣ୍ଟା ଆଦରଣୀୟା ମା,
ଚତୁର୍ଥରେ କୁଷ୍ମାଣ୍ଡା ମା ତୁ କର୍ମମୟୀ,
ପଞ୍ଚମରେ ସ୍କନ୍ଧମାତା କରୁଣାମୟୀ ମା,
ଷଷ୍ଠରେ ତୁ କାତ୍ୟାୟନୀ ଉତ୍ସାହମୟୀ,
ସ୍ନେହମୟୀ ସପ୍ତମେ ତୁ କାଳରାତ୍ରୀ ମାଆ,
ପ୍ରେରଣାଦାୟୀ ଅଷ୍ଟମେ ମହାଗୌରୀ ମାଆ,
ସେବାମୟୀ ସିଦ୍ଧିଦାତ୍ରୀ ଦେବୀ ନବମରେ ,
ନବବେଶେ ନବରୂପେ ପୂଜା ପାଉ ଏ ଧରାରେ।
ଦୁଃଖ କ୍ଲେଶ, ଯନ୍ତ୍ରଣାକୁ ଦୂରୀଭୂତ କରି,
ଢାଳିଦିଅ ଏ ଧରାରେ ସୁଖଶାନ୍ତି ବାରି।
କୋଟିପ୍ରଣିପାତ ଘେନ ମୋର ଦୁର୍ଗତି ନାଶିନୀ,
ତବ ପାଦତଳେ କରେ ଏତିକି ଦୟିନୀ।
🏵🏵🏵🏵🏵🏵
ପ୍ରଣତି ମହାପାତ୍ର
ବାଲେଶ୍ଵର
ରଚନା : Pranati Mahapatra
ଠିକଣା : ଫକୀରମୋହନ ନଗର
ବାଲେଶ୍ଵର
ବିଭାଗ :
ସମ୍ପାଦନ ତାରିଖ : Oct 05, 2019
- HOME
- ABOUT
- WRITE
- READ ALL
- LITERATURE
- _POETRY
- _STORIES
- _ARTICLES
- _COMICS
- _MYTHOLOGY
- AMA SHISHU
- _ଛବିଟିକୁ ଗୀତଟିଏ
- _ଆଜିର ଶିଶୁଗଳ୍ପ
- _ଆଜିର ଶିଶୁ କବିତା
- _ପଞ୍ଚତନ୍ତ୍ର କାହାଣୀ
- BOOKS
- _ବଣମଲ୍ଲୀ ଇ-ବୁକ
- _ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- _କବିତା କଲ୍ଲୋଳିନୀ
- _ଲାବଣ୍ୟବତୀ
- _ବୈଦେହୀଶ ବିଳାସ
- _ରସକଲ୍ଲୋଳ
- _ମନବୋଧ ଚଉତିଶା
- _କିଶୋର ଚନ୍ଦ୍ରାନନ ଚମ୍ପୁ
- _ତପସ୍ଵିନୀ
- _ସାରଳା ମହାଭାରତ
- COMMUNITY
- MORE
- _OUR MISSION
- _KABIRA GHARA
- _EVENT & SEMINAR
- _MEETING ROOM
- _WEB RADIO
- _AAJIRA ATITHI
- _GET ANSWER
- _CONTACT US
0 Comments
You can write now your valuable comments here. Off-topic comments may be removed or deleted without prior notice.