ଗଡୁ ଧର୍ମର ରଥ
🏵🏵🏵🏵🏵🏵
ହିଂସାର ରାଜୁତି ଚାଲୁ ଅଛି ନିତି,
ଅହିଂସା ଗଲେଣି ଭୁଲି,
ଅନୀତି ପଛରେ ଧାଇଁଲେଣି ନରେ
ଧର୍ମକୁ ଖାଇଲା ଚୂଲି।୧
ଅଧର୍ମ କେତନ ଉଠିଲା ଗଗନ
ଧର୍ମ ବାନା ନତଶିର,
ସଦା ବିଶୄଙ୍ଖଳା ରାମରାଜ୍ୟ ଗଳା
ଟିପିଲା କେ ମହାବୀର !୨
ସଭିଙ୍କ ସମୟ ଅନ୍ଧକାରମୟ
ଗଡି ଗଡି ଚାଲେ ବେଳ,
ବାରଟା ବାଜିଲେ ସାହାବ ଆସିଲେ
ଟିଭିରେ ଦେଖିବେ ଖେଳ ।୩
ପାଶ୍ଚାତ୍ୟ ମୋହରେ ବାବୁଙ୍କ ମୁହଁରେ
ଭଳି ଭଳି ସଜା ବାଳ,
ନୋକିରିରେ ଥାଇ ଦୁର୍ନୀତିରେ ବାଇ
ଦେଶକୁ ଘୋଟିଲା କାଳ ।୪
ଲୋକ ଦେଖାଣିଆ ବାପୁ ନାମ ନିଆ,
କଲମ ଗଢେ ମହଲ,
କେମିତିକା ରାମ- ରାଇଜ ଇଏମ,
ବାପୁ କାହିଁ ଚାଲି ଗଲ ।୫
ଆସି ଆଉ ଥରେ ଏଇ ଭାରତରେ
ଦେଖାଅ ଅହିଂସା ପଥ,
ଯେ ପଥରେ ସର୍ବେ ଚଳିବେ ଗୌରବେ,
ଗଡିବ ଧର୍ମର ରଥ ॥
🌸🌸🌸🌸🌸🌸
ପ୍ରଣତି ମହାପାତ୍ର
ଫକୀରମୋହନ ନଗର
ବାଲେଶ୍ଵର
ରଚନା : Pranati Mahapatra
ଠିକଣା : ଫକୀରମୋହନ ନଗର
ବାଲେଶ୍ଵର
ବିଭାଗ :
ସମ୍ପାଦନ ତାରିଖ : Oct 05, 2019
- HOME
- ABOUT
- WRITE
- READ ALL
- LITERATURE
- _POETRY
- _STORIES
- _ARTICLES
- _COMICS
- _MYTHOLOGY
- AMA SHISHU
- _ଛବିଟିକୁ ଗୀତଟିଏ
- _ଆଜିର ଶିଶୁଗଳ୍ପ
- _ଆଜିର ଶିଶୁ କବିତା
- _ପଞ୍ଚତନ୍ତ୍ର କାହାଣୀ
- BOOKS
- _ବଣମଲ୍ଲୀ ଇ-ବୁକ
- _ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- _କବିତା କଲ୍ଲୋଳିନୀ
- _ଲାବଣ୍ୟବତୀ
- _ବୈଦେହୀଶ ବିଳାସ
- _ରସକଲ୍ଲୋଳ
- _ମନବୋଧ ଚଉତିଶା
- _କିଶୋର ଚନ୍ଦ୍ରାନନ ଚମ୍ପୁ
- _ତପସ୍ଵିନୀ
- _ସାରଳା ମହାଭାରତ
- COMMUNITY
- MORE
- _OUR MISSION
- _KABIRA GHARA
- _EVENT & SEMINAR
- _MEETING ROOM
- _WEB RADIO
- _AAJIRA ATITHI
- _GET ANSWER
- _CONTACT US
0 Comments
You can write now your valuable comments here. Off-topic comments may be removed or deleted without prior notice.