Ad

header ads

କ୍ଷୁଦ୍ରଗଳ୍ପ - ସ୍ଵପ୍ନର ଆତଙ୍କ - ପଲ୍ଲବୀ ଦାସ

(ଆମାଜି, ଲେଖିକାଙ୍କୁ ଛୁଆ ଦିନେ ପାଳିଥିଲେ ମା ପରି ସ୍ନେହ ଦେଇଥିଲେ l)
ଆମାଜି ସହ ବାଡ଼ି ପଛ କୁ ଯାଇଥିଲି, କୋଉଥିପାଇଁ ମନେ ପଡୁନି କିନ୍ତୁ ସେ ମତେ ସାଙ୍ଗରେ ନେଲାନି ମତେ ଅପେକ୍ଷା କରିବାକୁ କହି ଘର ପଛ ବାରଣ୍ଡାରେ ଠିଆ କରେଇ ନିଜେ ଏକା ଏକା ଅନ୍ଧାରିଆ ରାସ୍ତା ରେ ବଉଳ ଗଛ ଆଡ଼େ ଚାଲିଲା l ମୁଁ ଏତେ ଭୟରେ ଏକା ଠିଆ ହେଇଥିଲି ଯ ବେଶୀ ସମୟ ସେଠି ଠିଆ ହେବା ମୋ ପାଇଁ କଷ୍ଟ ହୋଇ ପଡିଥିଲା ତେଣୁ ମୁଁ ଆସି ବାରିପଟ ଘର କବାଟ କିଳି ଠିଆ ହେଇଥିଲି କବାଟକୁ ଆଉଜେଇ ଆଉ ଥରୁଥିଲି ଡ଼ର ରେ l ହଠାତ୍ ଆମାଜିର ଚିତ୍କାର ଶୁଭିଲା ମୋ ନାଁ ଧରି ଡାକୁଥିଲା- ପୁତୁଲ୍ ପଳା , ପୁତୁଲ୍ ପଳା l ମୁଁ ଯେ ଡ଼ରିକି ଆଗୁଆ ପଳେଇ ଆସିଛି କହିବି କଣ, ମତେ ଏକା କାହିଁକି ଛାଡ଼ିକି ଯାଉଥିଲା କି! ପର ମୁହୂର୍ତ୍ତରେ ଭାବିଲି ମୋ ଆମାଜି କିଛି ବିପଦରେ ନାହିଁ ତ, କାହିଁ ଏଯାଏ ଆସିଲାନି l ମୁଁ ପୁଣି କବାଟ ଖୋଲି ଚାଲିଲି ତାକୁ ଖୋଜିବାକୁ l ଅନ୍ଧାର କିଟ୍ମିଟ୍, ବାରିପଟ ଆଲୁଅଟା ମିଞ୍ଜି ମିଞ୍ଜି ଦିଶୁଥିଲା ବଉଳ ଗଛ ଅାତେ I କେଜାଣି କାହିଁକି ଆତଙ୍କରେ ଥରୁ ଥିଲି, ହୃତସ୍ପନ୍ଦନ ବଢ଼ି ବଢ଼ି ଚାଲିଥିଲା l ଏତିକି ବେଳେ ବିଲେଇ ଗୋଟେ ଡେଇଁ ପଡିଲା କୁଆଡୁ l

ମୁଁ ଚିଲେଇ ଦେଲି ଆଉ ଆଖି ଖୋଲି ଦେଖିଲା ବେଳକୁ କିଛି ନାହିଁ ମୁଁ ଶୋଇଚି,ଆଉ ଟିକେ ସେ ସ୍ଵପ୍ନ ଦେଖିଥିଲେ ଖଟରୁ ତଳେ ପଡ଼ିବା ନିଶ୍ଚିନ୍ତ ଥିଲା l ଡ଼ରରେ ଜ୍ଵର ଆସି ଯାଇଛି ତଥାବି ନିଜର ମନ ବୁଝେଇବାକୁ ହାତ ମାରୁଛି ପାଖ ଖଟ କୁ ଜାଣି ପାରୁଛି ଏବେ, ଏଟା ସତ ସତ ମୋ ସ୍ଵପ୍ନ ଥିଲା l ମୋବାଇଲଟା ଅଣ୍ଡାଳି ସମୟ ଦେଖୁଛି ଭୋର ୪ ଟା ବାଜି ୬ ମିନିଟ୍ l

ପୁଣି ଥରେ ଶୋଇବାକୁ ଚେଷ୍ଟା କଲି ହେଲାନି ଯେତେ ଥର ଆଖି ବୁଜିଲି ସେତେ ଥର ଡ଼ର ଲାଗିଲା,ଖରାପ ଚିନ୍ତା ମୁଣ୍ଡରେ ପଶିଲା ଘରଲୋକଙ୍କୁ ନେଇ l ଆଖି ବୁଜି ଭଗବାନଙ୍କୁ ଡାକିଲି ସମସ୍ତେ ଭଲ ରେ ଥାନ୍ତୁ ଆଉ ଦି ଗାଲକୁ ଚାପୁଡ଼ା ମାରି ପୁଣି ଶୋଇବାକୁ ଚେଷ୍ଟା କଲି l ପାରିଲିନି ବାବାଙ୍କ କଥା ମନେ ପଡ଼ିଲା ମୁଁ ଯେବେ ଯେବେ କିଛି ଏମିତି ଖରାପ ସ୍ଵପ୍ନ ଦେଖେ କେମିତି ଡ଼ରିକି ଆସି ବାବାଙ୍କ ସାଇଡରେ ଗେଞ୍ଜି ହୋଇ ଶୋଇଯାଏ l ବାବା ଥାପୁଡେଇ ଦିଅନ୍ତି ନିଦ ପୁଣି ଚାଲି ଆସେ l ଏଇ କିଛି ବର୍ଷ ହବ ଏମିତି ଖରାପ ସ୍ଵପ୍ନ ବୋହୁତ୍ ଆସିଛି ଆଉ ସାଧାରଣତଃ ସେଇ ଦିନ ଯୋଉ ଦିନ କିଛି ଭୟାନକ ଫଟୋ ଭୂତ ବାଲା ଭୁଲ୍ ରେ ଦେଖି ଦେଇଥାଏ l ବଡ଼ ତ ହୋଇଗଲି କିନ୍ତୁ ଏ ସବୁ ଗୁଣ ବୋହୁତ୍ କଷ୍ଟ ରେ ଯାଉଛି l

ଦିନ ଆସିବ ମୁଁ ମୋ ଡ଼ରର ମୁକାବିଲା ଏମିତି କରିବି ଯ ଡ଼ର ବି ଥରିବ ଭାବିକି କାହାକୁ ଡ଼ରଉଥିଲା ବୋଲି l ଏବେ ମୁଁ ରୁମ୍ ବାହାରେ ଅନ୍ଧାରରେ ଟିକେ ଫ୍ରେସ୍ ପବନ ପାଇଁ ଚାଲୁଛି ଆଉ ସ୍ଵପ୍ନଟା ପୁଣି ମନେ ପକାଉଛି ଦେଖିବାକୁ ଚେଷ୍ଟା କରୁଛି ମୋ ଆମାଜି କୁଆଡ଼େ ଗଲା ବୋଲି l ପୁଣି ଚାପୁଡ଼ା ମାରୁଛି ନିଜକୁ କାହିଁକି ଅଯଥା ରେ ମନେ ପକାଉଛି ମୋ ଅାମାଜି ତା ଘରେ ଶୋଇଥିବ ଏବେ ଶାନ୍ତିରେ l ହସୁଛି ମୁଁ, ଯାହା ହଉ ଏତେ ଦିନରେ ମୁଁ ମୋ ସ୍ଵପ୍ନକୁ ଲେଖି ରଖି ପାରିଲି, ନହଲେ ଅଧା ସମୟ ତ ମୁଁ ଭୁଲି ଯାଏ କଣ ଦେଖିଥିଲି ବୋଲି l

ସେ ଯାହା ହଉ ପଛେ ସମସ୍ତେ ଠିକ୍ ଅଛନ୍ତି ଆଉ ସବୁବେଳେ ଭଗବାନ୍ ଏମିତି ଠିକ୍ ରେ ରଖ ବାସ୍ ଏତିକି ଅନ୍ତରରୁ ଆସୁଚି l


ରଚନା : ପଲ୍ଲବୀ ଦାସ

ଠିକଣା : ଗାୟତ୍ରୀ ନଗର, ନୂଆ ଶାସନ, ଢେଙ୍କାନାଳ, ଓଡିଶା ଦୂରଭାଷ :


Post a Comment

0 Comments