Ad

header ads

କବିତା - ମାଟି ଓ ବର୍ଷା - ଭଜରାମ ସେଠୀ

ମାଟି ଓ ବର୍ଷା  (ପ୍ରଥମ   ପାଠ)

କିଏ ସେ ପ୍ରେମିକ       ମନେ ସେ ଭାବୁକ 
      ମନ କୁଟୀରରେ ଭ୍ରମେ  ?,
ତନୁ ଅଙ୍କେ ଅଙ୍କେ        ଭଅଁର ସାଜି ସେ 
        ପୁଷ୍ପ କୁଞ୍ଜେ କୁଞ୍ଜେ ଝୁମେ  ।୧।

ଅପଘନ ମୋର        ପ୍ରୀତି ଝର ଖୋଜେ
        ନିଦାଘ ଅସହ୍ୟ କାଳେ,
କେଉଁ ସ୍ମୃତି ବନୁ           ଝରିବ ଝରଣା 
        ଦେଖିବି କି ପୁଣ୍ଯ ବଳେ ।୨।

ଅସହ୍ୟ ବିଷାଦ        ସାନ୍ତ୍ବନା କେ' ଦେବ
       ମୃଦୁ ମୃଦୁ ବାଆ ବହେ,
ମୃଦୁଳ ମେଘଦ          ନଭ ବକ୍ଷେ ନାଦ
       ହର୍ଷମନେ ଧରା ଚାହେଁ ।୩।

ବିକଟ ବେଳରେ       ପ୍ରକଟ ହୋଇଲେ
      ମୃତ୍ୟୁ ମୁଖୁ ମୁକ୍ତି ଲଭେ,
 ଆକଟ ନ କର          କ୍ରୋଧାଗ୍ନୀ ମିହିର 
     ଶାନ୍ତ ପଣେ ଆସ ନଭେ  ।୪।

ଉଛନ୍ନ ବଦନ         ହର୍ଷିତେ ପ୍ରସନ୍ନ
      ଛନକି ଗଲେ ପଲ୍ଲବ,
କଳେବର ଏବେ      ପ୍ରକୃତି ମଧୁଜା 
       ନୀଳ ବନେ ପ୍ରୀତି ଭାବ ।୫।

ରୌଦ୍ର ପ୍ରତାପ ସେ     ଜଳଦ ସଙ୍ଗତେ 
      ଗଲେ ମିତ୍ର ଭାବ ଯୋଡି,
ସୂରୁଯ କୋପକୁ          ଶାନ୍ତ କରି ନଭେ
      ଖୋଲିଲେ ବରଷା ପେଢ଼ି  ।୬।

କି ସୁନ୍ଦର ଧରା        ନୀଳ ଶାଢୀ ତୋରା 
       ଷୋହଳ ବୟସୀ ଉଭା,
ଗଭା ଦିଶେ ଶୋଭା   ପୁଷ୍ପ ଖୋସା ଲୋଭା
        ସତେ କି ଲଳିତ ଯୁବା  ।୭।

ବନ ପାହଡରେ         ବୁଲୁଛି ସୁନ୍ଦରୀ 
        ଆଖି ଗଲାଣି ଝଲସି,
ପ୍ରୀତିପୂର୍ଣ୍ଣା ପ୍ରିୟା         ପ୍ରୀତି ପଣେ ପୂଜ୍ଯା 
        ସବୁଜ ପଲ୍ଲବେ ହସି  ।୮।


                      -0-
ଭଜରାମ ସେଠୀ, 
ନିରାଳ, ଗଂଜାମ
9566876504

Post a Comment

0 Comments