Ad

header ads

କବିତା - ନର ଖୋଜେ ନର୍କପଥ - ଭଜରାମ ସେଠୀ

"ହେ ଜାଜୁଲ୍ଯମୟ ତମସା ଦୂରାଅ
ସ୍ବାର୍ଥ ଭରା ଏ ମଣିଷ,
ନିଜକୁ ମୁକତି ଦେବା ପାଇଁ ନିଜେ
ଗଢଇ ସ୍ବାର୍ଥ ଆୟୁଷ "।
ଅପାରଗ ତା'ର ବୁଦ୍ଧି ବିବେକ ଯେ
ଖୋଜଇ ମୃତ୍ୟୁ'ର ଜ୍ଞାନ,
ଈଶ୍ବର ଭକତି ଭୁଲି ଯାଉଥାଏ
ନିଜକୁ ଭାବି ମହାନ ।
ମରଣ ଗୃହ'ର ଚାରିକାନ୍ଥ ଦୃଢ
ଲୋଭ,ମୋହ,ହିଂସା ନେଇ,
ପିଣ୍ଡରୁ ବ୍ରହ୍ମାଣ୍ଡ ସେ କାହୁଁ ବୁଝିବ
କାମାତୁର ଦେହ ବିହି ।
କ୍ରୋଧର ଜାଲ'ର ଜାଲୁଆ ସେ ହୋଇ
ନିଜେ ଛନ୍ଦି ମରୁଥାଇ,
ଦ୍ବନ୍ଦ କରେ ନିତି ହୃଦେ ମନ୍ଦ ପାଞ୍ଚି
ହସେ ମୃତ୍ୟୁ ଆଶ୍ରା ନେଇ ।
ହୃଦୟ ସ୍ପନ୍ଦନ ଜଗତ ଜୀବନ
ଜଗତ ପତି ତୁ ନାଥ,
କିପରି ଗଢିଛୁ ବିନ୍ଧାଣୀଟେ ହୋଇ
"ନରେ ଖୋଜେ ନର୍କପଥ" !
ଜନ୍ମ କଲା ମାଆ ଆଘାତ ପାଉଛି
ପୁତ୍ର ବିରୋଧ'ର ଭାଷା,
କୋଡଙ୍ଗ ସାଜି ସେ ରଙ୍ଗ ମଞ୍ଚେ ନାଚେ
ଅଧର୍ମକୁ କରି ପେଶା ।
ବାପା ଠାରୁ ପୁଅ ଜମି ଭାଗ କରେ
ଦେଖି ହସେ ମାଟି ମାତ,
ଭାଇ ସଙ୍ଗେ ଭାଇ ବାପା ମାଆ ଭାଗ
ଦେବା ପାଇଁ ମୁଠେ ଭାତ ।
ହେ ଈଶ୍ବର ସିନ୍ଧୁ ଦିଅ ମୃତ୍ୟୁ ବିନ୍ଦୁ
ଲୋଡା ନାହିଁ ତୋ ସଂସାର,
ପାପ କେତେ ଦିନ ସଞ୍ଚିବ ନୟନ
ହୋଇ ନିଜେ ସ୍ବାର୍ଥପର ।


ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଗଂଜାମ ଦୂରଭାଷ : 9566876504

Post a Comment

0 Comments