Ad

header ads

କବିତା - ରସ ପ୍ରଦାୟିନୀ - ଭଜରାମ ସେଠୀ

ଯା' ମଧୁରସେ    ରସାଳ ହେବାକୁ
    ବନ ଭୂଇଁ ତୃଷା ମେଣ୍ଟେ,
ମଧୁଜା ମଧୁରେ      ଚାହିଁ ସେ  ଆତୁରେ 
   ପ୍ରୀତି ପରଶ ଯେ ବାଣ୍ଟେ 
ରସ ରସନା ଗୋ 
      ରସରେ ଆଉ ତୁ ନ କର ମନା.....
         ପ୍ରୀତି ସ୍ପର୍ଶେ ଆନମନା ।୧।
ଯାମିନୀରେ ପାଣି       ବାନ୍ଧି ବନ୍ଧଟିଏ
         ପଲଙ୍କେ ଯୁଗଳ ଠାଣି,
ନିଦାଘ ଦୂରାଇ        ତନୁ କୋଳେ ଶୋଇ
            ଭାଷୁ ଗୋ ପୀରତି ବାଣୀ
ରସ ରସନା ଗୋ 
    ରସରେ ଆଉ ତୁ ନ କର ମନା.....
 ବାଜେ କି ପୀରତି ବୀଣା ।୨।
ପ୍ରୀତି ସଙ୍ଗେ ସତୀ       ପଲ୍ଲବ ପୁରାଇ 
        ଆହ୍ଲାଦେ ଆହ୍ୱାନ ଛାତି,
ପଲ୍ଲବୀତେ ହିଆ          କଟକଟ ରଡ଼ି 
         ପ୍ରେମ ଆଲିଙ୍ଗନେ ମାତି,
ରସ ରସନା ଗୋ 
     ରସରେ ଆଉ ତୁ ନ କର ମନା  .........
           ତନୁ  ଆଲିଙ୍ଗନେ ମନା। ୩।
ଲାଜକୁଳୀ ଲତା      ପରଶ ଲଭି କି 
        ଲାଜରେ ଗଲାଣି ମରି,
କାହିଁ ସେ ମୂରତୀ      ରତି ନୁହେଁ ରୀତି 
         ଯୁଗେ ଯୁଗେ କାନ୍ତ ସ୍ମରି  ,
ରସ ରସନା ଗୋ
      ରସରେ ଆଉ ତୁ ନ କର ମନା......
ଯୁଗେ ଯୁଗେ ତୁ ବନ୍ଦନା ।୪।
ଶରୀର ପୀଡନ        ଉପଶମ ମନ
         କାନ୍ତ କାନ୍ତା କାନ୍ତି  ଝୁରେ,
ଶାନ୍ତ ଅପଘନ        ତୃଷାତୁର ପ୍ରାଣ
          ଧବ ଧୌତ ଧୀର ନୀରେ,
ରସ ରସନା ଗୋ
      ରସରେ ଆଉ ତୁ ନ କର ମନା.....
          ଧବ ଧୌତ ନୀରେ ସିନା ।୫।
ରଙ୍ଗ ବେରଙ୍ଗର        ପୁଷ୍ପ ବୃନ୍ତ ବୃନ୍ତେ 
         ଧରା ଧରାଦେଲେ କୁଞ୍ଜେ,
ରସ ସୁବାସିନୀ           ରସେ ରସାୟିନୀ  
          ରସ ଝରେ ରସା ମଞ୍ଚେ 
ରସ ରସନା ଗୋ
         ରସରେ ଆଉ ତୁ ନ କର ମନା.....
        ରସା କୋଳେ ରସ ରସନା    ।୬।
ବିରସ ବଦନୀ       ସରସ ଚାହାଣି 
     ନୀଳ ବନ  ତନ୍ଦ୍ରାନେତ୍ରୀ ,
ଛନ ଛନ ମନେ       ଝଟତି ଚୁମ୍ବନେ
      ଝଲସି ଉଠଇ  କତି 
ରସ ରସନା ଗୋ
        ରସରେ ଆଉ ତୁ ନ କର ମନା  .....
        ଝଲସି ଉଠଇ ଅନା  ।୭।
   
                --0--
ଭଜରାମ ସେଠୀ,  
ଆସିକା,ନିରାଳ, ଗଂଜାମ
9566876504

Post a Comment

0 Comments