Ad

header ads

କବିତା - ଅବୁଝା ପ୍ରେମିକା - ଆଶ୍ରିତ୍ ମହାପାତ୍ର

ମୋ ଜୀବନେ ଆଉ ତୁମେ ନାହଁ ପ୍ରିୟା
ଆଉ କାହା ହୃଦୟର ।
ପ୍ରତାରଣା ବୋଲି ଜଣାଇ ଦେଲା ସେ
ଅମାନିଆ ପ୍ରେମ ମୋର ॥

ହୃଦୟ ମଲାଟେ ସାତ ରଙ୍ଗ ଢାଳି
ଯେବେ, ଆଙ୍କିଲି ଛବି ତୁମର ।
ଭୁଲ୍‌ ବୋଲି କହି ଚିରି ଦେଲା ଆଜି
ସୁନେଲି ନିଦ୍ରାଟା ମୋର ॥

ତୁମ ପାଇଁ ଯେବେ ଗୋଲାପ ତୋଳିଲି
ପ୍ରେମ ବଗିଚା ରୁ ମୋର ।
ଲୁହ ଝରାଇଲା ଗୋଲାପ ଫୁଲଟା
ଫୁଟାଇଲା କଣ୍ଟା ତାର ॥

ଜହ୍ନକୁ ମାଗିଲି ଚାନ୍ଦିନୀ ଟିକିଲି
ତୁମ ପାଇଁ ରୁଣୁ ଝୁଣୁ ଚୁଡ଼ି ।
ଅନାମିକା ମୋର ବିରହୀ ସ୍ପନ୍ଦନ
ମତେ ପିନ୍ଧାଇଲା ହାତ କଡ଼ି ॥

ସାତ ଫଗୁଣରେ ତୁମ ନାଁ ସାଥେ
ଲେଖିଲି ନାଁ ଟି ମୋର ।
କିଏ ଲିଭେଇଲା ମୋ ଦୁଇ ନାଁକୁ
ଲେଖିଦେଲା ନାଁ ତାର ॥

ପ୍ରଥମ ଦେଖା ରୁ ଭଲପାଉଥିଲି
ତୁମକୁ ମୁଁ ପ୍ରିୟା କେତେ ।
ଲାଜେ ଲାଜେ କିଛି କହି ନ ପାରିଲି
ଟିକେ , ବୁଝିପାରିଲନି ମତେ ॥

କଷ୍ଟ ଲାଗେ ଏହି ହୃଦୟକୁ ମୋର
ଆଜି, ଲେଖୁଛି ମୁଁ ଡ଼ାଏରୀରେ ।
ସଚ୍ଚା ପ୍ରେମିକା ଟେ ହୋଇଥିଲେ ତୁମେ
ବୁଝିବ ଶାୟରୀ ଥରେ ॥


ରଚନା : ଆଶ୍ରିତ୍ ମହାପାତ୍ର

ଠିକଣା : ଟାଙ୍ଗି । ଖୋର୍ଦ୍ଧା ଦୂରଭାଷ :

Post a Comment

0 Comments