Ad

header ads

କବିତା - ରୁଷିଛି ମୋ ପ୍ରିୟା - ଆଶ୍ରିତ୍ ମହାପାତ୍ର

"ରୁଷିଛି ମୋ ପ୍ରିୟା "
___ ___ ____ ____

ଫଗୁଣ ତୁ ଏଡେ ବେଇମାନୀ
ମୋ କଥା ରଖିଲୁ ନାହିଁ ।
ତୋ ପାଇଁ ଆଜି ମୋ ପ୍ରିୟା ଯେ ରୁଷିଛି
ମୋ ସ୍ଵପ୍ନେ ଚମକୁ ନାହିଁ ॥

କହିଥିଲି ତତେ ଝରା ଶ୍ରାବଣରୁ
ମେଘ ଟିକେ ବର୍ଷାଇବୁ ।
ଯାହାର ଛୁଆଁ ରେ ମୋ ପ୍ରିୟା ଭିଜିବ
ପ୍ରେମ ତାଳେ ନଚାଇବୁ ॥

ଫୁଲକୁ କହିବୁ ନିତି ଫୁଟୁଥିବ
ଚାଞ୍ଚଲ୍ଯତା ରୂପ ନେଇ ।
ଯାହାକୁ ଦେଖି ମୋ ପ୍ରିୟା ଖୁସି ହେବ
ଚୁମ୍ବନ ର ଝାପ୍ସା ଦେଇ ॥

ପୁନେଇ ଜହ୍ନରେ ମୋ ଛବି ଆଙ୍କିବୁ
କାନେ କହିଥିଲି ତୋର ।
କାଳେ ସେ ବୁଝିବ ମନ ଚୟନିକା
ଅଳସ ଲାଜରେ ତାର ॥

ଗୋରା ଗାଲେ ତାର , ଦେବୁ ତୁ ଲଗାଇ
ମୋ ପ୍ରେମର ଫଗୁଛିଟା ।
କୁଆଁରୀ ବୟସ ଚଗଲା କରିବୁ
କରିବୁନି ତାକୁ ଥଟ୍ଟା ॥

କିଛିବି ନ ଭାବି କାହିଁ ଲୁଚିଗଲୁ
କହ କେ କଲା କିମିଆ ।
ତୋ ପାଇଁ ଆଜି ମୋ ହୃଦୟ ବିବ୍ରତ
ଦେଖି ଅଭିମାନୀ ପ୍ରିୟା ॥

ଏଡ଼େ ନିଷ୍ଠୁର ତୁ କେମିତି ହେଉଛୁ
ମୋ ସାଥେ ଛଳନା କରି ।
ବୁଝାଇ ଦିଏ ମୋ ପ୍ରିୟାକୁ ତୁ ଆଜି
ରୁଷିଛି ସେ ରାଗ ଭରି ॥

- - - - - - - X X X - - - - -

ନାମ - ଆଶ୍ରିତ୍ ମହାପାତ୍ର
ଗ୍ରାମ - ଟାଙ୍ଗି
ଜିଲ୍ଲା- ଖୋର୍ଦ୍ଧା


ରଚନା : ଆଶ୍ରିତ୍ ମହାପାତ୍ର

ଠିକଣା : ଟାଙ୍ଗି, ଖୋର୍ଦ୍ଧା ଦୂରଭାଷ :


Post a Comment

0 Comments