ମାଆଲୋ ମାଆ
************
ମାଆଲୋ ମାଆ
ଫି ବରଷ ତୁ ଆସୁଛୁ ଧରାକୁ
ହେବା ପାଇଁ ପରା ଆମକୁ ସାହା
ଆସିବୁ ବୋଲି ତୁ ମାସକ ଆଗରୁ
ପୂଜା କମିଟିରେ ବହୁଛି ବାଆ
ସାଇ ମୁରବିଙ୍କ ଖିଲିଖିଲି ହସ
ଚାନ୍ଦା ଭେଦା ପାଇଁ ତୋହରି ନାଆଁ
ତୁ ଆସିଗଲେ ରାମିଆ ଭଣ୍ତାରି
ରାମଚନ୍ଦ୍ର ନାମେ ଡକା ତା ନାଆଁ
ମାଆଲୋ ମାଆ
ତୋ ପାଇଁ ଚାଲେ ଲୋ କେତେ କସରତ
ଆଲୋକ ତୋରଣ ଠାଆକୁ ଠାଆ
ଚାନ୍ଦି,ସୁନା,ରୁପା ଗହଣା ଗାଣ୍ଠିରେ
କୋଉ ମେଢ ଆଗ କିଏ ପଛୁଆ
ମୁଖିଆ କହୁଛି ଏସନ ବଜେଟେ
ମାଆ ମୋର ହେବେ ସୁନାରେ ଛାଆ
କହିଥିଲୁ ବୋଧେ କମିଟି ଆଗରେ
ବିନା ଗହଣାରେ ହେବୁନି ଠିଆ
ମାଆଲୋ ମାଆ
ଆଗରେ ତୋହର ରୂପ କମନୀୟ
ପଛକୁ ଟିକିଏ ଅନେଇ ଥାଆ
ତୋ ଆଗରେ ଧୂପ,ଦୀପ,ନଇବେଦ୍ୟ
ପଛରେ ଭାସୁଛି ମଦର ନାଆ
ଭଜନ ସଙ୍ଗୀତ ମଞ୍ଚରେ ଦେଖୁଥା
ରସବତୀ ନାଚ ପୁରା ବେହିଆ
ମହିଷାମର୍ଦ୍ଦିନୀ ରୂପ ଟି ସେବେଳେ
ଭୁଲି ଯାଏ ଏଇ ଦିଇ ଗୋଡିଆ
ମାଆଲୋ ମାଆ
ଭକ୍ତଜନ ତୋର ଦରଶନ ପାଇଁ
ଗାଆଁ ଠୁ ସହର ଧପଡ ଧାଆଁ
ତୁ ଆସିଗଲେ ଅସାମାଜିକଙ୍କ
ଭସାଣି ପର୍ଯ୍ୟନ୍ତ ଅମାବାସିଆ
ମଉକା ପାଇକି ଖଣ୍ଟ,ଚୋର ଆଦି
ଲୁଟିବେ ଭକ୍ତଙ୍କୁ ଭଦ୍ର ଭଳିଆ
ତୋ ପୂଜାରେ କାର ପୁଷ ମାସ ପୁଣି
କିଏ ହେଇଯାଏ ସର୍ବନାଶିଆ
ମାଆଲୋ ମାଆ
ଏଥରକ ତୋର ପୂଜା ମାହୋଲକୁ
ଭଲକରି ଟିକେ ଦେଖିକି ଯାଆ
ପୂଜା ମଉକାର ସୁଯୋଗ ନେଇକି
ଭାସି ନଯାଉ କା ସଂସାର ନାଆ
ରଇଜଳା,ଉତୁପାତିଆ ଗୁଡାଙ୍କୁ
ଦେଖିକି ଅଦେଖା ହଅନା ମାଆ
ପୂଜା ନାମେ ଏଠି ଲୁଟୁଛି ଯିଏ ଲୋ
ପୁଞ୍ଜାଏ ଦି ପୁଞ୍ଜା ମୋଡିକି ଖାଆ
~~~~~~୦~~~~~~(ସରୋଜ ଶତପଥୀ)
ରଚନା : ସରୋଜ କୁମାର ଶତପଥୀ
ଠିକଣା : ଗାୟତ୍ରୀ ବିହାର,ଯାଜପୁର ରୋଡ,ଜିଲ୍ଲା‐ଯାଜପୁର,ପିନ‐୭୫୫୦୧୯
ବିଭାଗ :
ସମ୍ପାଦନ ତାରିଖ : Oct 05, 2019
- HOME
- ABOUT
- WRITE
- READ ALL
- LITERATURE
- _POETRY
- _STORIES
- _ARTICLES
- _COMICS
- _MYTHOLOGY
- AMA SHISHU
- _ଛବିଟିକୁ ଗୀତଟିଏ
- _ଆଜିର ଶିଶୁଗଳ୍ପ
- _ଆଜିର ଶିଶୁ କବିତା
- _ପଞ୍ଚତନ୍ତ୍ର କାହାଣୀ
- BOOKS
- _ବଣମଲ୍ଲୀ ଇ-ବୁକ
- _ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- _କବିତା କଲ୍ଲୋଳିନୀ
- _ଲାବଣ୍ୟବତୀ
- _ବୈଦେହୀଶ ବିଳାସ
- _ରସକଲ୍ଲୋଳ
- _ମନବୋଧ ଚଉତିଶା
- _କିଶୋର ଚନ୍ଦ୍ରାନନ ଚମ୍ପୁ
- _ତପସ୍ଵିନୀ
- _ସାରଳା ମହାଭାରତ
- COMMUNITY
- MORE
- _OUR MISSION
- _KABIRA GHARA
- _EVENT & SEMINAR
- _MEETING ROOM
- _WEB RADIO
- _AAJIRA ATITHI
- _GET ANSWER
- _CONTACT US
0 Comments
You can write now your valuable comments here. Off-topic comments may be removed or deleted without prior notice.