Ad

header ads

କ୍ଷୁଦ୍ରଗଳ୍ପ - ମୁଁ କଲମ କହୁଛି - ଭଜରାମ ସେଠୀ

ମୁଁ କଲମ କହୁଛି .............
#######################

ହେ ସମାଜ ,ତୁମକୁ ମୁଁ ପ୍ରଶ୍ନ ପଚାରୁଛି,"ତୁମେ କ'ଣ ସ୍ବାର୍ଥପର ହୋଇଗଲଣି କି" ? ହଁ ହଁ ଆଜି ପରା ଦୁନିଆଟା ସ୍ବାର୍ଥପର ତୁମେ ବା ବାଦପଡ଼ିବ କେମିତି ? ଦେଖ, ତୁମେ ଦେଖ; ଦିନ ଦିପହରରେ ରାସ୍ତା ବିଚ୍ ବଜାରରେ ଝିଅକୁ ରେପ୍ .....,ସ୍ବାଧୀନ ଲେଖକଙ୍କୁ ମଡ଼ର୍ .....,ସ୍ବାଧୀନପ୍ରେମୀଙ୍କୁ ହତ୍ୟା,ସଚ୍ଚୋଟ୍ ନେତାଙ୍କୁ ଖଣ୍ଡା ଚୋଟ, ଶିକ୍ଷକଙ୍କୁ ଅଟ୍ଟହାସ୍ଯ , ସତ୍ୟପରାୟଣ ମହାଭାଗଙ୍କୁ କଏଦୀ ସଜାଉଛି, ବାଃରେ ....ଦୁନିଆ, ହେଲେ ତୁମେ କ'ଣ ବା କରିବ ? ଦେଖି , ନ ଦେଖିବା ଅଭିନୟ କରିବ, କାହିଁକି ବା କରିବନି ....ତୁମେ ଭୀରୁ- କାପୁରୁଷ -ସ୍ବାର୍ଥପରାୟଣ-ଆପଣାଲୋଭୀ-ଆତ୍ମଗର୍ବି ଧନ୍ଯ ସମାଜ, ଧନ୍ଯ ତୁମ ପିତୃପିଣ୍ଡ । ଛି ଛି କହିବାକୁ ଲାଜ ଲାଗୁଛି,ତୁମେମାନେ ସ୍ବାର୍ଥପର ଭ୍ରଷ୍ଟାଚାରଙ୍କ ପ୍ରତିବିମ୍ବ । ତୁମେ ଆଖି ଥାଇ ଅନ୍ଧ, ବୁଦ୍ଧି ଥାଇ ମୂର୍ଖ । ହଁ ହଁ ମୋ' କାଳିଗୁଡ଼ିକ ବୁଝିପାରୁନାହାଁନ୍ତି !

ଏ ଶୁଣୁଛ, ଶୁଣ ମୋ' କରୁଣ କ୍ରନ୍ଦନ ଚିତ୍କାର ଶବ୍ଦ, ମୁଁ ସାହାସହରା ହୋଇସାରିଲିଣି । ଦଳେ ରାକ୍ଷସ-ଲୋଲୁପମାନେ ମୋ' ଶରୀରରୁ ମେଞ୍ଚା ମେଞ୍ଚା କରି ରକ୍ତ ଶୋଷି ପିଇସାରିଲେଣି,ମୋ' ଦେହର ବାସ୍ନାକୁ ଶୁଙ୍ଘି ଦୁର୍ଗନ୍ଧ କରିସାରିଲେଣି, ମୋ' ମହକ ଯୌବନଟା କଢ଼ ହୋଇ ଫୁଟିବା ଆଗରୁ,ମୋ' ଗୁଣର ମହକ ବିସ୍ତାରିତ କରିବା ଆଗରୁ କେତେକ ଦୁର୍ନୀତିଗ୍ରସ୍ତ ବ୍ଯକ୍ତି ଦୁରଭିସନ୍ଧି ମନ ନେଇ ମୋ' କୋମଳ-ସଜ୍ଜଳ ସଜ୍ଜିତ ଯୌବନକୁ ଅନାଦର-ଅଲୋଡ଼ା କରି ଦୁନ୍ଦୁଭିପିଟି ଅକଥନୀୟ ଭାଷା ସମାଜ ଆଗରେ ମିଥ୍ୟାବାଣୀ ବଖାଣ କରିସାରିଲେଣି !!!!
ହଁ ହଁ ତୁମେ କର୍ଣ୍ଣ ଥାଇ ବଧିର, ନାଶା ଥାଇ ଦୁର୍ଗନ୍ଧକୁ କେମିତି ଶୁଙ୍ଘିପାରୁଛ ! ଧିକ୍ ଧିକ୍ ବୀର ଗର୍ଭରେ ଜନ୍ମ ହୋଇ ହିଞ୍ଜଡ଼ା ସାଜିଛ । ଶତଧିକ୍ ତୁମ ବୀରପଣ, ଶତଧିକ୍ ତୁମ ଗାରିମା .......!

ହେ ସମାଜ, ତୁମେ ଦେଖିଲ,ସବୁ ବୁଝିଲ,କିଏ କେମିତି ଅନ୍ଯାୟର ପ୍ରତୀକ ସାଜିଚାଲିଛି ? କୁହ ମୋ' ଅପରାଧ କ'ଣ , କୁହ ମୁଁ କ'ଣ ହିତାର୍ଥେ ଜନ୍ମ ନେବା ଭୂଲ୍ ! ହେଲେ ମୋତେ କାହିଁକି ଏ ଅତ୍ଯାଚାର, ଅନ୍ଯାୟ ?

ଦିଅ , ଆରେ ମୋର ଏତେ ସବୁ ପ୍ରଶ୍ନର ଉତ୍ତର ଦିଅ, ମୁଁ ତୁମ ପାଣ୍ଡିତ୍ଯ ଦରବାର ପଚାରୁଛି ମୋ' ଦୋଷ କ'ଣ ?
ଯେଉଁଥିପାଇଁ ମୋ' ନ୍ଯାୟବନ୍ତ ହାତରେ ଦୋଷୀ ହାତକଡ଼ି ପିନ୍ଧି ଲୁହାକବର କୋଠରୀରେ ବନ୍ଦି ହୋଇଯାଇଛି । ଜାଣିଛି ଏ ସଂସାରକୁ, ଚିହ୍ନିବା ବାକି ନାହିଁ,ତୁମେ ମୁକ ସାହାସ ନାହିଁ ଅନ୍ଯାୟ ଆଗକୁ ଯିବାକୁ ....ହେଲେ ଏ ବଧିର କାହିଁକି ତୁମେ ଚୋର ନୁହଁ କି ଭଦ୍ରମୁକା ପିନ୍ଧା ଅଭଦ୍ର ନୁହଁ କି ?

ହେ ସମାଜ; ଦେଖିବ ତୁମେ ଦିନେ ଥୁଣ୍ଟା ବରଗଛ ଭଳି ଲୁହ ଢାଳିବ, ଚିତ୍କାର କରିବ,ବାର ବାର ହାତଠାରି ଡାକିବ , କେହି ଶୁଣିବେନି, କାହିଁକି ଜାଣିଛ ସମସ୍ତେ ଗୋଟିଏ ଡଙ୍ଗାରେ ବସିଥିବେ କିଏ କାହାକୁ ପାରିକରିବ ସମସ୍ତେ ମରିବ ? ମୋତେ ମନପକାଇ ଡାକିଲା ବେଳକୁ ମୋ' ଶରୀର କ୍ଷତବିକ୍ଷତ ହୋଇ ଯାଇଥିବ, ମୋ' ଦେହର କାଳିଗୁଡ଼ିକ ଶୁଖି ଯାଇଥିବ ! ତଥାପି , ମୋ' କଲମ ମୁନଟା ତୁମକୁ ବଞ୍ଚାଇବା ପାଇଁ ଚେଷ୍ଟା କରିବ ।

ମୋ' ଦେହର କିଛି କାଳି କହନ୍ତି .........
"ହେ ବୀର ପୁରୁଷ ଶୁଣ ଶୁଣ ସତ୍ୟ ମୋର ବାଣୀ,
ମାଡ଼ିଆସିଲାଣି ରାକ୍ଷସ ଦୁଷ୍ଟ ସେ ସ୍ବାର୍ଥମଣି ,
ଠୁଳକରି ଭରେ ତା'ର ଲୋଭ-ମୋହ-ମିଥ୍ୟା ମୁଣି,
ମୃତ୍ୟୁ ଡାକିଲାଣି ଧରି ଛାଲ ଖର୍ପରର ତୁଣି,
ବାନ୍ଧି ରଖିଲାଣି ହୃଦୟେ ସେ ମନ ପ୍ରାଣ ଜିଣି ,
ଅନ୍ଧ କରିଲାଣି ଟଙ୍କା, ସୁନା ବିଟପୀ ରମଣୀ"

ଏହି ଠାରୁ ସମାଜ ଯାହା ତୁମ ଇଛା

"ସଚ୍ଚୋଟ ହେବାର ଅଛି ଯଦି ସଚ୍ଚୋଟ ହୁଅ,
ନଚେତ ମୂଢ଼ମତି ହୋଇ ବିଷ୍ଠା କୁଣ୍ଢେ ଶୁଅ"
***********************************
ଭଜରାମ ସେଠୀ, ନିରାଳ, ଆସିକା ଗଞ୍ଜାମ , ଓଡ଼ିଶା


ରଚନା : ଭଜରାମ ସେଠୀ

ଠିକଣା : ନିରାଳ , ଆସିକା,ଗଞ୍ଜାମ
ଦୂରଭାଷ : 9566876504


Post a Comment

0 Comments