Ad

header ads

କ୍ଷୁଦ୍ରଗଳ୍ପ - ଲିଚ୍ଚି ଅଉ ମୁଁ - ପଲ୍ଲବୀ ଦାସ

ଆଜି ରାସ୍ତା ରେ ଏକା ଚାଲୁ ଚାଲୁ ନଜର ପଡିଗଲା ଲିଚ୍ଚି କୋଳି ଉପରେ ମନେ ପଡିଗଲା ପୁଣି ସେ ଶାନ୍ତ ଶିଷ୍ଟ ପିଲା ଦିନ l ହସିଦେଲି ଟିକେ ମନେ ମନେ l

ବୋହୁତ୍ ସ୍ମୃତି ଅଛି ଅଜା ଘର ପଛ ପଟେ ଥିବା ଲିଚ୍ଚି ଗଛ ସହ l ସେ ଗଛ ମୂଳରେ ମୋ ଖେଳ ଘର ଥିଲା l ଖରା ବର୍ଷା ଶୀତ କିଛି ବାଧେନି କେତେ ମାଡ ଖାଏ ମାମା ଠାରୁ ! ଭୋକ ଶୋଷ ଭୁଲି ଖେଳ ରେ ମାତି ଥାଏ l ଯେବେ ଛୁଆ ଥିଲି, ନା ନା ଛୁଆ ନୁହେ ଛୁଆ ବୟସ ର ବଡ ବୁଢୀ କହିଲେ ଚଳିବ ମାନେ +2 ଯାଏ ଖେଳ ଘର କରି ଖେଳୁଥିଲି l ମୋ ଆଇର ମୁଁ ଭାରି ଗେହ୍ଲି ନାତୁଣୀ ଥିଲି, ସେ ଯେତିକି ଭଲ ପାଉଥିଲା ମୋତେ ତା ଯିବା ପରେ ସେତିକି ଆଉ କେହି ଭଲ ପାଇ ନାହାଁନ୍ତି l କିଛି ସମୟ ଅନ୍ତରରେ ସେ ବାଡ଼ି ପଟକୁ କାମ ବାହାନା କରି ମତେ ଦେଖି ଦେଇ ଚାଲି ଯାଏ ଅଉ ବେଳେ ବେଳେ ଘର ଭିତରୁ ଡାକ ପକାଏ ପୁତୁଲ୍ ପୁତୁଲ୍, ମୋର ଗୋଟେ "ଆଜ୍ଞା" ହିଁ ତା କାନ ପାଇଁ ଶାନ୍ତି ଥିଲା l ବୋହୁତ୍ ଡରୁ ଥିଲେ ଘର ଲୋକ ମତେ ନେଇ, ସମସ୍ତେ କୁହନ୍ତି ମୁଁ କୁଆଡେ ବୋହୁତ୍ ଚୁପ୍ ଚାପ୍ ଆଉ ନିରୀହ ଥିଲି l ସବୁ ବେଳେ ଗୋଟେ କଥା କହି ଡରାନ୍ତି - "ଛୁଆ ଧରା ନେଇଯିବ ମୁଣି ରେ ପୁରେଇକି, ନହଲେ ଜଙ୍ଗଲ ଆଡୁ ହାତୀ ଆସିଯିବ l" ବେଳେ ବେଳେ କଥା ମାନେ ଘର ଭିତରେ ଖେଳେ ପୁଣି ଥରେ ଘର କରି, ଠିକ୍ ମୋ ଘର ସାମନା ଝରକା ପାଖରେ ଆଉ ମଝିରେ ମଝିରେ ସେଇ ଘରର ସେ ଛୋଟ ଝରକା ଦେଇ ଲିଚ୍ଚି ଗଛ ମୂଳ କୁ ଦେଖେ l ସବୁଠୁ ଅଧିକ ମଜା ହୁଏ ଯେବେ ଅଜା ଆସନ୍ତି ମୋ ଖେଳ ଜାଗା କୁ ପଚାରନ୍ତି ଆଜି କଣ ରାନ୍ଧିଚୁ, ମୋ ପାଇଁ କିଛି ଖାଇବାକୁ ଅଛି ନା ନାହିଁ ? ଏତିକି କହୁ କହୁ ମୁଁ ପରସି ଦିଏ ଆଇମା ପରି l ସତରେ କେତେ ଶାନ୍ତି ଥିଲା ସେ ଜୀବନ l ମୁଁ ଯେବେ ଫେରି ଯାଏ ଛୁଟି ସାରି ଅଜା ଘରୁ, ମୋ ଖେଳ ଘର ଚାରି ପାଖ ପରିଷ୍କାର କରି ରଖନ୍ତି ଅଜା l ପୁଣି ଥରେ ମୁଁ ଆସିଯାଏ ଛୁଟି ଦିନ ଦେଖି ମୋ ଘର କୁ ପୁଣି ବୋହୂ ହୋଇ ସାନ ମାଉସୀ ର ସାଲୱାରକମିଜ ର ଓଢଣୀ ସବୁ ଧୂଳି ରେ ଘାଣ୍ଟୁ ଥାଏ ସେ ଗଛ ତଳେ l ବୋହୁତ୍ ଭଲ ଲାଗେ ମାଉସୀ ର ସେ ହଳଦିଆ ରଙ୍ଗର ଓଢଣୀ ଅଉ ସେଥିରେ ଲାଗିଥିବା ଷ୍ଟାର୍ ଚୁମୁକି l ଆଜି ବି ଖୋଜିଲେ ମିଳିଯିବ ମୋ ଖେଳଣା ପୁଟୁଳି ଭିତରେ ସେ ଓଢଣୀ ର କିଛି ଅଂଶ l ଘର ର ସବୁ ସ୍ତ୍ରୀ ଲୋକଙ୍କୁ ଦେଖି ଦେଖି ଓଢଣୀକୁ ଶାଢ଼ି କରି ଫ୍ରକ୍ ଉପରେ ଗୁଡେଇ ହୋଇ ବସି ପଡେ l ଲାଗେ ଯେମିତି ମୁଁ ସ୍ଵର୍ଗ ର ଅପସରି ଟିଏ କିନ୍ତୁ ମୁଁ ନଥିଲି , କେବଳ ମୋ ବାବାଙ୍କ ଯୋଗୁ ସବୁବେଳେ ଚୁଟି ବୟକଟ କଟାଉଥିଲେ ଦରକାର ପଡିଲେ ନାଣ୍ଡି ମୁଣ୍ଡି କରିକି ରଖୁଥିଲେ l ସେ କନ୍ଦର୍ପ ଚେହେରା ରେ ମୁଁ ପୁଣି ଲାଲ ଟିକିଲି ଅଉ ମାଉସୀ ର ଲିପଷ୍ଟିକ୍ ବୋଳି ହୋଇ ବସି ମିଛୁ ମିଛୁ କା ଘର କରି ଖେଳେ l ଯେତିକି ନାରୀର ଚରିତ୍ର ଦେଖିଥିଲି ସେ ସବୁ କୁ ନିଜ ଭିତରେ ଅଜାଡି ଦେଇଥିଲି, କେତେ ବେଳେ ମାଆ ତ କେତେ ବେଳେ ସ୍ତ୍ରୀ ଆଉ କେତେ ବେଳେ ପୁଣି ଭଉଣୀ l କେବେ କେବେ ମୋ ଭାଇ ଭଉଣୀଙ୍କର ମୋ ଉପରେ ଦୟା ହେଲେ ମୋ ସହ ଆସି ମିଶିଯାନ୍ତି, ଆହୁରି ମଜା କରୁ l ଆମେ ଆମ କଣ୍ଢେଇ ବାହାଘର କରୁ l ପତ୍ର ଫୁଲ କୁ ଛିଣ୍ଡାଇ ସେଥିରେ ପୁଣି ଭଳିକି ଭଳି ଆଇଟମ୍ କରୁ , ବାଲି, ମାଟି କୁ ଭାତ କରୁ ତାକୁ ପୁଣି ସଢେଇ ରେ ସଜେଇ କି ପରସି ଦଉ l

ସେଇ ଗଛ ର ପ୍ରଥମ ଲିଚ୍ଚି ଆସିବା ସମୟରେ ଅଜା ଆଉ ମୁଁ ସବୁ ଦିନ ସାଥୀ ହୋଇ ତାକୁ ଦେଖୁଥିଲୁ, ଅଜାଙ୍କ ମୁହଁ ର ସେଇ ଯୋଉ ଖୁସି ଏବେ ବି ମନେ ଅଛି ଠିକ୍ ଯେମିତି ପ୍ରତି ବର୍ଷ ଆମ୍ବ ବଗିଚା ରୁ ଆମ୍ବ ତୋଳା ସମୟ ର ଖୁସି ପରି ଥିଲା l ସେଥିପାଇଁ ତ ସେ ଗଛଲତାଙ୍କ ସହ କଥା ହୁଅନ୍ତି ସାଙ୍ଗ ପରି ଠିକ୍ ଯେମିତି ମୁଁ ପିଲା ଦିନେ ଘର କରି ଖେଳିବା ସମୟରେ ରେ ଆପେ ଆପେ ଗପି ଗପି ଖେଳେ l ସବୁ ବର୍ଷ ଦେଖି ଆସିଛି ଅଜା ଗଛ ଲଗାନ୍ତି ବୋହୁତ୍, ସହ ସହ ଚାରା ବନାଇ ଦାନ କରନ୍ତି ଧୀରେ ଧୀରେ ବୁଝିଲି ଶିକ୍ଷକତା ରୁ ଅବସର ପରେ ଅଜା କେତେ ମହାନ କାମ ରେ ଲାଗିଛନ୍ତି ଆମେ ଭାବୁଛୁ ଆଇ ଯିବା ପରେ ସେ ଏକା ହୋଇ ଯାଇଛନ୍ତି କିନ୍ତୁ ସେ ଏକା କେମିତି ହେବେ ଯ ତାଙ୍କ ପାଖରେ ଏତେ ସୁନ୍ଦର ସାଥୀ ଥାଉ ଥାଉ l


ରଚନା : ପଲ୍ଲବୀ ଦାସ

ଠିକଣା : ଗାୟତ୍ରୀ ନଗର, ନୂଆ ଶାସନ, ଢେଙ୍କାନାଳ, ଓଡିଶା ଦୂରଭାଷ :


Post a Comment

0 Comments