Ad

header ads

କବିତା - ପାପ ପୁଣ୍ୟ - ଭଜରାମ ସେଠୀ

ଅଣଆୟତ ସେ ଧନ'ର ଗୋଲାମି
ସରଗକୁ କିବା ନେବା,
ଟଙ୍କା ,ସୁନା ଦେଇ ଧର୍ମ କିଣୁ କାହିଁ
ବୈକୁଣ୍ଠେ କି ବସିଯିବା ।

ନିର୍ଲଜ ମଣିଷ ଲୋଲୁପ ଦୃଷ୍ଟିରେ
ସମ୍ପର୍କ'ର ବାନ୍ଧି ଡୋରି,
ବର୍ବର ପଣରେ ପାଷାଣ୍ଡ ଗୁଣରେ
ମାରିବାକୁ ଦେହେ ଛୁରୀ ।

ଗହିରୀ ବିଲର ଫଟା ଭୂଇଁ ପରେ
ଖୋଜିଲେ ତୃଷା ସମ୍ପର୍କ ,
ବିଶ୍ବାସ ବିହୀନ ମଣିଷ ଆଗରେ
ସବୁ ଦିଶେ ତୁଚ୍ଛ ନର୍କ ।

ଦେଖେଇ ହେବାର ଗୁଣ ଆଜି ପରା
ଜଗତ'ର ଶ୍ରେଷ୍ଠ କର୍ମ,
ହେ ରାମ ହେ କୃଷ୍ଣ ହେ ଯୀଶୁ ହେ ଆଲ୍ଲା
ମିଥ୍ୟା କନ୍ଦଳ'ର ଧର୍ମ ।

ଈଶ୍ବର ଅଟନ୍ତି ସର୍ବ ବ୍ଯାପି ଦାତା
ଏଇ ଦେଖ ଏଇ ନାହଁ,
ବିଶ୍ୱାସ ପଥ'ର ପଥେ 'ଛନ୍ତି ରହି
ଜଗତରେ କୃପା ବିହି ।

ମିଛ ମୋହ ମାୟା ମମତା'ର ଡୋରି
ହସ୍ତେ ଯିଏ ଧରିଥାଏ,
ତା'ଙ୍କୁ ଚିହ୍ନିବାକୁ ସମୟ ମିଳେନି
ମରିଚିକା ପଛେ ଧାଏଁ ।

ଅହରହ ଯିଏ ହୃଦେ ନାଚୁଥାଏ
ବାରଙ୍ଗୁଳୀ ଗତି କରି,
ତା'ଙ୍କୁ କି ଜାଣିବି ରଙ୍ଗ ମେହେଲରେ
ରଙ୍ଗାରଙ୍ଗ ବୃତ୍ତି ଧରି ।

ଜୀବନ୍ତ ଠାକୁର ଗୃହେ ବସିଥାନ୍ତି
ନପାଇ ଜଳ ଟୋପାଏ,
ଭଣ୍ଡ ସାଧୁ ତୁଣ୍ଡେ ଅମ୍ବୃତ ପିଆଇ
ଭାବେ ପାପ ନାଶ ଯାଏ ।

ଜଗତ କଲ୍ୟାଣ ମାନବ ଧରମ
ପିତା ମାତା ଭକ୍ତି ଠାରେ,
ମାନବ ସେବା ହିଁ ଈଶ୍ବରଙ୍କ ସେବା
ପୁଣ୍ୟ ନର ସାଧାନାରେ ।


ରଚନା : ଭଜରାମ ସେଠୀ

ଠିକଣା : ନିରାଳ ଗଂଜାମ ଓଡ଼ିଶା ଦୂରଭାଷ : 9566876504

Post a Comment

0 Comments