Ad

header ads

କବିତା - ଜୀବନର କାନ୍ ଭାସ୍ - ଆଶ୍ରିତ୍ ମହାପାତ୍ର

ଏ ଜୀବନଟା ଏକ ରଙ୍ଗୀନ୍ ଚିତ୍ରପଟ୍ଟ
ଥରେ ତାକୁ ଆଙ୍କି ହୁଏ ।
ଦୁଃଖ, ଯନ୍ତ୍ରଣାର ଦାଗ ଯେ ଲାଗିଲେ
ସୌନ୍ଦର୍ଯ୍ୟ ହରାଇ ଦିଏ ॥

ଶିଳ୍ପୀ ହୋଇ ଯେବେ ପଚାରେ ମୁଁ ତାକୁ
ମୋ ତୁଳୀର ସ୍ପର୍ଶେ ନେଇ ।
ବାହୁନି ବାହୁନି କାନ୍ଦି କହିଥାଏ
ସ୍ପନ୍ଦନର ଘଣ୍ଟି ଦେଇ ॥

ଚଗଲା ଏ ମନ ଡରାଏ ଯେ ତାକୁ
ହୃଦୟର ଆଶ୍ରା ନିଏ ।
ସାଥୀ ହରା ହୋଇ ଏକା ଚାଲୁଥାଏ
ଭଙ୍ଗା ଖେଳନା ପାଲଟି ଯାଏ ॥

ଭୁଲ୍ ଥିଲେ ପଛେ ଚୁପି ରହିଥାଏ
ରାଗ,ରୁଷା ରଖେ ନାହିଁ ।
ଶୁନ୍ୟ ଅଭିଯୋଗେ ଛଳନା ଭରିଲେ
ପ୍ରତିଶୋଧ ଖୋଜେ ସେହି ॥

ଏ ଜୀବନଟା ଏକ ଥୁଣ୍ଟା ମରୁଭୂମି
ପ୍ରେମ ଯେବେ ଥକିଯାଏ ।
ତୃଷ୍ଣା ଭରା ତାର ଚାହାଣୀ ପଟ୍ଟରେ
ରକ୍ତ ରଙ୍ଗ ଢାଳି ଦିଏ ॥

ପ୍ରେମର ଅଟେ ସେ ସ୍ଵପ୍ନ ସାଗର ଟେ
ବିଶ୍ଵାସ ରୂପକ ନୌକା ।
ପ୍ରତାରଣା ପରି ନାଉରୀ ଟେ ଥିଲେ
ଚାଲିଥାଏ ଏକା ଏକା ॥

ସମୟ ପଚାରେ ଆଉ କେତେ ଦିନ
ଚାଲିବ ସେ ଏକା ହୋଇ ।
ଫିକା ପଡିଲାଣି ଏ ଜୀବନ କାନ୍ ଭାସ୍ ଟା
ଆଜି ଲିଭିଯିବ ଯୁଗ ପାଇଁ ॥

ରଚନା : ଆଶ୍ରିତ୍ ମହାପାତ୍ର

ଠିକଣା : ଟାଙ୍ଗୀ, ଖୋର୍ଦ୍ଧା ଦୂରଭାଷ :

Post a Comment

0 Comments